ଆଜି ଶୈଳଶ୍ରୀକ୍ଷେତ୍ରକୁ ବାହୁଡ଼ିବେ ଶ୍ରୀଜୀଉ: ସନ୍ଧ୍ୟା ସାଢ଼େ ୬ଟାରେ ଛୁଇଁବ ଚକଡ଼ା

ଅନୁଗୋଳ ଅଫିସ, ୧୨।୭-୯ ଦିନ ଜନ୍ମବେଦିରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଶୁକ୍ରବାର ଭଉଣୀ ଭାଇଙ୍କୁ ଧରି ଶୈଳଶ୍ରୀକ୍ଷେତ୍ର ଫେରିବେ ମହାପ୍ରଭୁ ଜଗନ୍ନାଥ। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସକାଳୁ ସମସ୍ତ ନୀତିକାନ୍ତି କରାଯିବା ପରେ ଅପରାହ୍ନ ୩ଟାରେ ବାହୁଡ଼ା ରଥଟଣା ଆରମ୍ଭ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥିର କରାଯାଇଛି। ଫେରିବା ବାଟରେ ଥାନା ଓ କୋର୍ଟ ସମ୍ମୁଖରେ ମହାପ୍ରଭୁଙ୍କ ନିକଟରେ ଶୁଖିଲା ଭୋଗ ଲାଗି କରାଯିବା ନେଇ ନିଷ୍ପତ୍ତି ହୋଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ପାଇଁ ଶୈଳଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। କିପରି ଶୃଙ୍ଖଳାର ସହ କାର୍ଯ୍ୟ ସମାପନ କରାଯିବ ସେ ନେଇ ପରିଚାଳନା କମିଟି ବେଶ ତପତ୍ର ହୋଇପଡ଼ିଛି। ସକାଳେ ଭୋର ସାଢ଼େ ୩ଟାରୁ ଦ୍ୱାର ଫିଟା ସହ ମଙ୍ଗଳ ଆଳତି କରାଯିବ। ୪ଟାରେ ସେନାପଟା ଲାଗି, ଅବକାସ ନୀତି ଓ ରୋଶ ହୋମ ହେବ। ୫ଟା ୩୦ରେ ବେଶ ଲାଗି ସହ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଗରୁଡ଼ ପୂଜା, ବାଳ ଧୂପ ଓ ଖେଚୁଡ଼ି ଧୂପ କରାଯିବ। ସାଢ଼େ ୭ଟାରେ ରଥ ପ୍ରତିଷ୍ଠା ଓ ଚାରମାଳ ଲାଗି କରାଯିବ। ପୂର୍ବାହ୍ନ ୮ଟାରେ ମଙ୍ଗଳାର୍ପଣ ନୀତି ଓ ୯ଟାରେ ପହଣ୍ଡି ବିଜେ କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯିବ। ପୂର୍ବାହ୍ନ ୧୧ଟାରେ ମଦନମୋହନ ରଥ ବିଜେ କରିବା ପରେ ମନ୍ଦିର ପରିଚାଳନା କମିଟି ସଭାପତି ତଥା ଜିଲାପାଳ ମନୋଜ କୁମାର ମହାନ୍ତି ଓ ଉପସଭାପତି ତଥା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ନିମନ୍ତ୍ରଣ ଦିଆଯିବ। ମଧ୍ୟାହ୍ନ ୧୨ଟାରେ ତିନି ରଥରେ ଛେରାପହଁରା ହେବ। ଅପରାହ୍ନ ୧ଟାରେ ଘୋଡ଼ା, ସାରଥୀ ସଂଯୋଜନ କରାଯିବା ସହ ଚାରମାଳ ଓ ରଥ ଦୌଡ଼ି ଲାଗି କରାଯିବ। ଅପରାହ୍ନ ୩ଟାରେ ରଥ ଟଣା ହେବ। ସନ୍ଧ୍ୟା ସାଢ଼େ ୬ଟାରେ ଶୈଳଶ୍ରୀକ୍ଷେତ୍ରରେ ୩ ରଥ ପହଞ୍ଚାଯିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ଦିର ପରିଚାଳନା କମିଟି ସମ୍ପାଦକ ହେମନ୍ତ କୁମାର ଦାସ ସୂଚନା ଦେଇଛନ୍ତି। ଶୈଳଶ୍ରୀକ୍ଷେତ୍ରରେ ରଥ ରହିବା ପରେ ଶ୍ରୀଜୀଉମାନଙ୍କୁ ଭକ୍ତମାନେ ରଥ ଉପରେ ଦର୍ଶନ କରିବେ। ତେବେ ରଥ ଉପରକୁ ଶ୍ରଦ୍ଧାଳୁମାନଙ୍କୁ ଚଢ଼ିବାରେ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri