Posted inରାଜ୍ୟ

ଆଜି ବିଶ୍ୱ ନୃତ୍ୟ ଦିବସ: ମଞ୍ଚ ନୁହେଁ, ଏଥର ଡିଜିଟାଲ ପ୍ଲାଟ୍‌ଫର୍ମ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ମଞ୍ଚରେ ନୁହେଁ, ଏଥର ଡିଜିଟାଲ ପ୍ଲାଟ୍‌ଫର୍ମରେ ପାଳନ ହେବ ବିଶ୍ୱ ନୃତ୍ୟ ଦିବସ। ସୋସିଆଲ ମିଡ଼ିଆରେ ଏକାଠି ହେବେ ବିଶ୍ୱର କୋଣ ଅନୁକୋଣର ନୃତ୍ୟଶିଳ୍ପୀ। ଶାସ୍ତ୍ରୀୟ ନୃତ୍ୟର ଗୁରୁତ୍ୱକୁ ବିଶ୍ୱବାସୀଙ୍କ ଆଗରେ ଏଭଳି ନିଆରା ଢଙ୍ଗରେ ଉପସ୍ଥାପନ କରିବେ। କରୋନା ଲକ୍‌ଡାଉନ୍‌ ଯୋଗୁ ଡିଜିଟାଲ ପ୍ଲାଟ୍‌ଫର୍ମରେ ଦେଖିବାକୁ ମିଳିବ ଏକକ, ଯୁଗଳବନ୍ଦୀ ଓ ସମବେତ ନୃତ୍ୟ। ବିଶ୍ୱର ମହାନ୍‌ ନୃତ୍ୟଗୁରୁମାନଙ୍କ ନୃତ୍ୟ ପରିବେଷଣକୁ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆରେ ଲାଇଭ୍‌ ଦେଖିହେବ।
ଫେସ୍‌ବୁକ୍‌, ଇନ୍‌ଷ୍ଟା ଲାଇଭ୍‌ରେ ଗୁରୁଜୀ-ଗିରିଜା ଦେବୀଙ୍କ ଯୁଗଳବନ୍ଦୀ
ଦୀର୍ଘ ୧୯ ବର୍ଷ ପରେ ଗୁରୁ କେଳୁଚରଣ ମହାପାତ୍ର ଓ ବିଦୁଷୀ ଗିରିଜା ଦେବୀଙ୍କ ଏକ ସ୍ମୃତିଭରା ଯୁଗଳବନ୍ଦୀକୁ ଦେଖିବାର ସୁଯୋଗ ପାଇବେ ଦର୍ଶକ। ଗୁରୁଜୀଙ୍କ ଓଡ଼ିଶୀ ନୃତ୍ୟ ସାଙ୍ଗକୁ ଗିରିଜା ଦେବୀଙ୍କ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତକୁ ପୁଣିଥରେ ଉପଭୋଗ କରିହେବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ବିଶ୍ୱ ନୃତ୍ୟ ଦିବସ ଅବସରରେ ସନ୍ଧ୍ୟା ୭ଟାରେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ଏହି କାର୍ଯ୍ୟକ୍ରମର ଲାଇଭ୍‌ କରାଯିବ ବୋଲି ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର କହିଛନ୍ତି। ଏଥିସହିତ ରାଜ୍ୟ ଓ ରାଜ୍ୟ ବାହାରର ୫ଜଣ ନୃତ୍ୟଶିଳ୍ପୀ ଗୁରୁଜୀଙ୍କ ଏକ ସ୍ମରଣୀୟ ପ୍ରସ୍ତୁତି ‘ଶଙ୍କରାଭରଣ ପଲ୍ଲବୀ’ ପରିବେଷଣ କରିବେ। ଓଡ଼ିଶାରୁ ରାଜଶ୍ରୀ ପ୍ରହରାଜ, କଲିକତାର ରାଜୀବ ଭଟ୍ଟାଚାର୍ଯ୍ୟ, ଅର୍ଣ୍ଣବ ବନ୍ଦୋପାଧ୍ୟାୟ, ମୁମ୍ବାଇର ସ୍ବପ୍ନକଳ୍ପା ଦାସଗୁପ୍ତ ଓ ବାଙ୍ଗାଲୋରର ମଞ୍ଜୁଲିତା ମହାପାତ୍ରଙ୍କୁ ଏଥିରେ ଦେଖିବାକୁ ମିଳିବ। ଏହାର ନୃତ୍ୟ ସଂଯୋଜନା ଗୁରୁ କେଳୁଚରଣ ମହାପାତ୍ର ଏବଂ ସଙ୍ଗୀତ ସଂଯୋଜନା ପଣ୍ଡିତ ଭୁବନେଶ୍ୱର ମିଶ୍ର କରିଥିଲେ। ସବୁଠାରୁ ବଡ଼ କଥା ହେଲା କେହି ଏକାଠି ହୋଇ ନାଚିବେ ନାହିଁ। ନୃତ୍ୟଶିଳ୍ପୀମାନେ ସାମାଜିକ ଦୂରତ୍ୱକୁ ମାନି ଘରେ ରହି ଭିଡିଓ କରି ପଠାଇଥିବା ସୃଜନ ପକ୍ଷରୁ କୁହାଯାଇଛି। ନୃତ୍ୟପ୍ରେମୀମାନେ ଘରେ ରହି ଏହାର ମଜା ନେବାକୁ ଗୁରୁ ରତିକାନ୍ତ ମହାପାତ୍ର କହିଛନ୍ତି।
ଗୁଗଲ୍‌ ଡୁଓ, ଜୁମ୍‌ରେ ବିଶ୍ୱ ନୃତ୍ୟ ଦିବସ
ଗୁଗଲ୍‌ ଡୁଓ ଏବଂ ଜୁମ୍‌ ଆପ୍ଲିକେଶନ୍‌ର ମଲ୍ଟିକନେକ୍ସନ୍‌ ମାଧ୍ୟମରେ ‘ବିଶ୍ୱ ନୃତ୍ୟ ଦିବସ’ ପାଳନ କରିବେ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ. ଶ୍ରୀନିବାସ ଘଟୁଆରୀ। ଦୀର୍ଘ ଦେଢମାସ ହେବ ଅନ୍‌ଲାଇନ୍‌ କ୍ଲାସ୍‌ କରୁଥିବା ନୃତ୍ୟଶିଳ୍ପୀଙ୍କୁ ନେଇ ଏହି ଅଭିନବ କାର୍ଯ୍ୟକ୍ରମ କରାଯିବ। ମଞ୍ଚରେ ନୃତ୍ୟ ପରିବେଷଣ କରିବା ଶୈଳୀରେ ସବୁକିଛି ହେବ। ଜଣେ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିବେ ଓ ଜଣଙ୍କ ପରେ ଜଣେ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ। ଗୋଟିଏ ଗୀତରେ ବିଭିନ୍ନ ପଦକୁ ନେଇ ନୃତ୍ୟ ପରିବେଷଣ କରାଯିବ। ଆମେରିକା, ପେରୁ, ପ୍ୟାରିସ୍‌ ସହ ଦେଶ ମଧ୍ୟରୁ ବିଭିନ୍ନ ରାଜ୍ୟର ୧୭ଜଣ ନୃତ୍ୟଶିଳ୍ପୀ ଏଥିରେ ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ଶ୍ରୀନିବାସ କହିଛନ୍ତି, କରୋନାର ଭୟାବହତା ଯୋଗୁ ସାରା ଦେଶ ଏବେ ଲକ୍‌ଡାଉନ୍‌ରେ ଅଛି। ଏହି ପରିସ୍ଥିତିରେ ମଞ୍ଚ ମଧ୍ୟ ନୀରବି ଯାଇଛି। ଏଭଳି ସଙ୍କଟ ସମୟରେ ନୃତ୍ୟ ମାଧ୍ୟମରେ ଲୋକଙ୍କ ଭୟ ଦୂର କରିବାକୁ ଆମେ ପ୍ରୟାସ କରିବୁ। ମଞ୍ଚରେ ନ ହେଲେ ବି ଡିଜିଟାଲ ପ୍ଲାଟ୍‌ଫର୍ମକୁ ମଞ୍ଚଭାବି ନୃତ୍ୟ ପରିବେଷଣ କରିବୁ।

ଅରୁଣା ମହାନ୍ତିଙ୍କ ‘ଡ୍ୟାନ୍ସ ଫ୍ରମ୍‌ ହୋମ୍‌’ :

ଲକ୍‌ଡାଉନ୍‌ ପରଠାରୁ ଡିଜିଟାଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ଛାତ୍ରୀଛାତ୍ରମାନଙ୍କୁ ନୃତ୍ୟ ଶିକ୍ଷାଦେଉଛି ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟାନୁଷ୍ଠାନ ‘ଓଡ଼ିଶା ଡ୍ୟାନ୍ସ ଏକାଡେମୀ’। ଏକାଡେମୀରେ ପ୍ରାୟ ୪୦୦ ପିଲା ନୃତ୍ୟ ଶିକ୍ଷା କରୁଥିବାବେଳେ କରୋନା ପାଇଁ କିନ୍ତୁ କାହାର କ୍ଲାସ୍‌ ବନ୍ଦ ହୋଇନି। ସେହିଭଳି ବିଶ୍ୱ ନୃତ୍ୟ ଦିବସକୁ ମଧ୍ୟ ଡିଜିଟାଲ ପ୍ଲାଟ୍‌ଫର୍ମରେ ସେଲିବ୍ରେଟ୍‌ କରିବାକୁ ଯାଉଛନ୍ତି ଅରୁଣା। ବିଶ୍ୱ ନୃତ୍ୟ ଦିବସ ଅବସରରେ ଦିଲ୍ଲୀର ଏକ ନୃତ୍ୟ ସଂସ୍ଥା ପକ୍ଷରୁ ଶାସ୍ତ୍ରୀୟ ନୃତ୍ୟକୁ ନେଇ ଅନୁଷ୍ଠିତ ହେବାକୁ ଯାଉଥିବା ‘ଡ୍ୟାନ୍ସ ଫ୍ରମ୍‌ ହୋମ୍‌’ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ସେ। ସମଗ୍ର ବିଶ୍ୱରୁ ୭୫ରୁ ଊର୍ଦ୍ଧ୍ୱ ନୃତ୍ୟ ଗୁରୁ, କୋରିଓଗ୍ରାଫର୍‌ ଓ ନୃତ୍ୟଶିଳ୍ପୀ ଘରେ ରହି ଦେଶର ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟକୁ ପରିବେଷଣ କରିବେ। ଏସମ୍ପର୍କରେ ସମ୍ପର୍କରେ ଅରୁଣା କହିଛନ୍ତି, ଲକ୍‌ଡାଉନ୍‌ ପରେ ଆମେ ଅନ୍‌ଲାଇନ୍‌ ଡ୍ୟାନ୍ସ କ୍ଲାସ୍‌ କରୁଛୁ। ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ବହୁ ପିଲା ଥିବାବେଳେ କମ୍ପ୍ୟୁଟର୍‌, ଲାପ୍‌ଟପ୍‌ ସମସ୍ତଙ୍କ ପାଖରେ ରହିବା ସମ୍ଭବ ନୁହେଁ। ତେଣୁ ଆମେ ସେଭଳି ପିଲାଙ୍କ ପାଇଁ ହ୍ବାଟ୍‌ସଆପ୍‌ରେ କ୍ଲାସ୍‌ କରୁଛୁ। ଛୋଟ ଛୋଟ ଡ୍ୟାନ୍ସ ଭିଡ଼ିଓ କ୍ଲିପିଂ କରି ସ୍ବତନ୍ତ୍ର ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ପଠାଇବା ପରେ ସେମାନେ ତାହାକୁ ଦେଖି ନୃତ୍ୟାଭ୍ୟାସ କରୁଛନ୍ତି। ରାଜ୍ୟ ଓ ଦେଶ ବାହାରର ଛାତ୍ରୀଛାତ୍ରମାନଙ୍କୁ ସ୍କାଇପି ମାଧ୍ୟମରେ ନୃତ୍ୟ ଶିକ୍ଷା ଦିଆଯାଉଛି। ଏହାବ୍ୟତୀତ ଲକ୍‌ଡାଉନ ପରେ ମୁଁ ଭୁବନେଶ୍ୱର ଆଇଆଇଟି ପିଲାଙ୍କ ପାଇଁ ଅନ୍‌ଲାଇନ୍‌ କ୍ଲାସ୍‌ ମଧ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri