ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ: ଧ୍ୱସ୍ତବିଧ୍ୱସ୍ତ ସଂଗ୍ରହାଳୟ ସୌନ୍ଦର୍ଯ୍ୟ

ଭୁବନେଶ୍ୱର,୧୮।୫(ସସ୍ମିତା ପାଇକରାୟ): କିଛି ଘଣ୍ଟାର ତାଣ୍ଡବ ମଧ୍ୟରେ ସବୁକିଛି ଉଜାଡ଼ିଦେଇ ଚାଲିଗଲା ଫନୀ। ଏହାର ପ୍ରକୋପରୁ ବାଦ୍‌ ପଡ଼ିଲାନି ଇତିହାସକୁ ସାଇତି ରଖୁଥିବା ସଂଗ୍ରହାଳୟ। ପୁରାତନ ସଭ୍ୟତାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନୂତନ ସଭ୍ୟତା ପାଖରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏହି ସଂଗ୍ରହାଳୟଗୁଡ଼ିକ ସୌନ୍ଦର୍ଯ୍ୟ ସହ ବହୁ ମୂଲ୍ୟବାନ୍‌ ସାମଗ୍ରୀ ହରାଇଲା। ରାଜଧାନୀ ଭୁବନେଶ୍ୱରରେ ରାଜ୍ୟର ସମସ୍ତ ପ୍ରମୁଖ ସଂଗ୍ରହାଳୟ ରହିଥିବା ବେଳେ ଏଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟ ସଂଗ୍ରହାଳୟରୁ ଆରମ୍ଭ କରି ଜନଜାତି ସଂଗ୍ରହାଳୟ, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ, ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ଆଦି ନଷ୍ଟଭ୍ରଷ୍ଟ ହୋଇଯାଇଛି। କୋଟି କୋଟି ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି।
ସୌନ୍ଦର୍ଯ୍ୟ ହରାଇଛି ରାଜ୍ୟ ସଂଗ୍ରହାଳୟ
ଫନୀରେ କ୍ଷତିଗ୍ରସ୍ତ ରାଜ୍ୟ ସଂଗ୍ରହାଳୟ ଏବେ ନିଜର ସୌନ୍ଦର୍ଯ୍ୟ ହରାଇଛି। ପରିସରସ୍ଥ ଉଦ୍ୟାନ, ସୌନ୍ଦର୍ଯ୍ୟକରଣ, ଝରକା ରେଲିଂ ସହ କେତେକ ଗ୍ୟାଲେରି ଗୁରୁତର ପ୍ରଭାବିତ ହୋଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ କିଛିଦିନ ତଳେ ନୂଆରୂପ ନେଇଥିବା ସଂଗ୍ରହାଳୟର ବଗିଚା ସର୍ବାଧିକ ନଷ୍ଟ ହୋଇଛି। ଏଠାରେ ଲାଗିଥିବା ବିଭିନ୍ନ ଗଛଲତା ଓ ପ୍ରତିମୂର୍ତ୍ତି ଭାଙ୍ଗିରୁଜି ଯାଇଛି। ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ୍‌ ସଂଯୋଗ କ୍ଷତିଗ୍ରସ୍ତ ହେବା ସହିତ ଏସିଗୁଡ଼ିକ କାର୍ଯ୍ୟ କରୁନି। ଏଭଳିସ୍ଥଳେ ସ୍ବାଭାବିକ ସ୍ଥିତି ନ ଫେରିବା ପର୍ଯ୍ୟନ୍ତ ସଂଗ୍ରହାଳୟକୁ ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।
ଜନଜାତି ସଂଗ୍ରହାଳୟର ଗ୍ରାମସଭା, ଜନଜାତି ଗୃହ କ୍ଷତିଗ୍ରସ୍ତ
ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜୁଥିବା ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ମ୍ୟୁଜିୟମ୍‌ର ସବୁଜିମା ପରିପୂର୍ଣ୍ଣ କ୍ୟାମ୍ପସ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବେଳେ ସଂଗ୍ରହାଳୟ ପ୍ରକୋଷ୍ଠ ମଧ୍ୟ ପ୍ରଭାବିତ ହୋଇଛି। ପ୍ରବେଶଦ୍ୱାରରେ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିବା ସହ ବିଭିନ୍ନ ଜନଜାତି ସମ୍ପ୍ରଦାୟ ଗୃହ ଓ ଗ୍ରାମସଭା ଭାଙ୍ଗରୁଜି ଯାଇଛି। ଅଧିକାଂଶ ଘର ଛପର ଉଡ଼ିଯାଇଥିବା ବେଳେ ବିରଳ ସଲପ ଗଛ ସହ ଏକାଧିକ ନଡ଼ିଆ ଗଛ ଭାଙ୍ଗିଯାଇଛି। ତେବେ ବାତ୍ୟାପରଠୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇ ଏବେ ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି।
ଦୋହଲିଯାଇଛି ‘କଳାଭୂମି’ର ଭିତ୍ତିଭୂମି
ମ୍ୟୁଜିୟମ୍‌ ଓ୍ବାକ୍‌ରୁ ଆରମ୍ଭ କରି ବିଭିନ୍ନ ଓ୍ବାର୍କଶପ୍‌ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ। ବର୍ଷତମାମ୍‌ ଏଭଳି ଭିନ୍ନସ୍ବାଦର କାର୍ଯ୍ୟକ୍ରମ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଦେଶର ପ୍ରଥମ ତଥା ଏକମାତ୍ର ହସ୍ତଶିଳ୍ପ ଓ ହସ୍ତତନ୍ତ ସଂଗ୍ରହାଳୟ ‘କଳାଭୂମି’ ବାତ୍ୟାରେ ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନରୁ ଏଠାରେ ୧କୋଟି ଟଙ୍କାର କ୍ଷତି ହୋଇଥିବା ଜଣାଯାଇଛି। ଓ୍ବାର୍କଶପ୍‌ ହଲ୍‌, ହସ୍ତଶିଳ୍ପ ଓ ହସ୍ତତନ୍ତ ବ୍ଲକ୍‌, ଟିକେଟ୍‌ କାଉଣ୍ଟର, ପମ୍ପ୍‌ହାଉସ୍‌ ଆଦି ଭାଙ୍ଗିରୁଜି ଯାଇଥିବା ବେଳେ ବିଜୁଳି ଖୁଣ୍ଟ, ଲ୍ୟାମ୍ପ୍‌ ଲାଇଟ୍‌, ବାହାରେ ଥିବା ସୌନ୍ଦର୍ଯ୍ୟବର୍ଦ୍ଧକ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ହସ୍ତଶିଳ୍ପ କଳାକୃତି ଏବଂ ଜଳ ଉତ୍ସଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି।
ଅନ୍ୟପକ୍ଷରେ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପରିସରରେ ଥିବା ବହୁ ମୂଲ୍ୟବାନ୍‌ ଓ ବିରଳ ଔଷଧୀୟ ବୃକ୍ଷ ଭାଙ୍ଗିଯିବା ସହ ଉପୁଡ଼ି ଯାଇଛି। କାଚ ଝରକାଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ କିଛି ସ୍ଥାନରେ ଆଜ୍‌ବେଷ୍ଟସ୍‌ ଉଡ଼ିଯାଇଛି। ସଂଗ୍ରହାଳୟ ଅଡିଟୋରିୟମ୍‌ରେ ବର୍ଷାଜଳ ପଶିଯାଇଥିବାରୁ ବହୁ ଟଙ୍କାର କ୍ଷୟକ୍ଷତି ହୋଇଛି।
ଅଣ୍ଟା ସଳଖିବାକୁ ଲାଗିିଯିବ ବହୁ ସମୟ ସଂଗ୍ରହାଳୟ ପର୍ଯ୍ୟଟନ ଧୀରେ ଧୀରେ ରାଜ୍ୟ ପର୍ଯ୍ୟଟନର ଏକ ଫୋକସ୍‌ ସେଣ୍ଟରରେ ହେଉଥିଲା। ସଂଗ୍ରହାଳୟଗୁଡ଼ିକରେ ମ୍ୟୁଜିୟମ୍‌ ଓ୍ବାକ୍‌, ଓ୍ବାର୍କଶପ୍‌, ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଆଦି ଆୟୋଜନ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲା ପର୍ଯ୍ୟଟନ ବିଭାଗ। ୮ରୁ ଅଧିକ ବଡ଼ ସଂଗ୍ରହାଳୟ ରହିଥିବାରୁ ଏହା ମାଧ୍ୟମରେ ଭୁବନେଶ୍ୱରକୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଯୋଜନା ରହିଥିଲା। ହେଲେ ବାତ୍ୟାରେ ଏତେ ପରିମାଣର କ୍ଷୟକ୍ଷତି ହେଲା ଯେ ଅଣ୍ଟା ସଳଖିବାକୁ ଆଉ କେତେଦିନ ଲାଗିବ, ତାହା କହିହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

କାଦୁଅ ବିଲରୁ ଉଦ୍ଧାର ହୋଇଥିଲା ମୁହଁ ମାଡ଼ି ପଡ଼ିଥିବା ମହିଳାଙ୍କ ମୃତଦେହ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କଲେ ଅତିରିକ୍ତ SP

ହାଟଡିହୀ,୨୪।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଏକ ବଡ଼ ଖୁଲାସା…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri