Posted inଫୁରସତ

ଆଙ୍ଗ୍ଲୋ-ସାକ୍ସନ ଶବ୍ଦ ‘ଏରଦା’ରୁ ‘ଆର୍ଥ’

ସୌରମଣ୍ଡଳର ଗ୍ରହଗୁଡ଼ିକର ନାମକରଣ ପ୍ରାୟତଃ ଗ୍ରୀକ୍‌ ବା ରୋମ୍‌ ଦେବତାଙ୍କ ନାମାନୁସାରେ ନାମିତ ହୋଇଥାଏ। ମାର୍ସ, ନେପ୍‌ଚ୍ୟୁନ୍‌ ଆଦି ଏହାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। ମାତ୍ର ଆମେ ବସବାସ କରୁଥିବା ତଥା ସୌରମଣ୍ଡଳର ଏକମାତ୍ର ଜୀବନୋପଯୋଗୀ ଗ୍ରହ ପୃଥିବୀର ନାମକରଣ ହେଉଛି ଏକ ବ୍ୟତିକ୍ରମ। ତଥ୍ୟ ଅନୁଯାୟୀ, ପୃଥିବୀର ନାମକରଣ ଏକ ଆଙ୍ଗ୍ଲୋ-ସାକ୍ସନ ଶବ୍ଦରୁ ହିଁ ହୋଇଛି। ପୃଥିବୀର ଇଂରାଜୀ ଶବ୍ଦରୂପ ହେଉଛି ‘ଆର୍ଥ’। ଏହା ଆଙ୍ଗ୍ଲୋ-ସାକ୍ସନ ଶବ୍ଦ ‘ଏରଦା’ରୁ ଆସିଛି। ଆଙ୍ଗ୍ଲୋ-ସାକ୍ସନ ଶବ୍ଦ ‘ଏରଦା’ର ଅର୍ଥ ହେଉଛି ଭୂମି ଏବଂ ପାଣି। କେବଳ ଆମ ପୃଥିବୀରେ ହିଁ ଏହି ଦୁଇଗୋଟି ପଦାର୍ଥ ମିଳିଥାଏ। ତଥ୍ୟ ଅନୁଯାୟୀ, ପୃଥିବୀର ୭୧ ପ୍ରତିଶତ ଭାଗ ଜଳ ହୋଇଥିବା ବେଳେ ବାକିଭାଗ ହେଉଛି ମାଟି। ସେଥିଲାଗି ‘ଏର୍‌ଦା’ ଶବ୍ଦରୁ ‘ଆର୍ଥ’କୁ ରୂପାନ୍ତରିତ କରି ପୃଥିବୀର ନାମକରଣ କରାଯାଇଥିବା ଗବେଷକମାନେ ମତବ୍ୟକ୍ତ କରନ୍ତି। ସେତିକି ନୁହେଁ, ଆମେ ସମସ୍ତେ ଜାଣନ୍ତି ଯେ, ଦିନରାତି ମିଶି ୨୪ଘଣ୍ଟା। ଏକଥା ଯାହାକୁ ପଚାରିଲେ ବି ସେ କହିଦେଇପାରିବ । ୨୪ ଘଣ୍ଟାରେ ଗୋଟିଏ ଦିନ। ମାତ୍ର ବାସ୍ତବ ତଥ୍ୟ ହେଉଛି ଭିନ୍ନ। ତଥ୍ୟ ଅନୁଯାୟୀ, ବାସ୍ତବରେ ଦିନରାତି ମିଶି ଚବିଶ ଘଣ୍ଟା ନୁହେଁ। ବାସ୍ତବ ସମୟ ହେଉଛି ୨୩ ଘଣ୍ଟା ୫୬ ମିନିଟ୍‌ ଏବଂ ୪ ସେକେଣ୍ଡ। ଉଭୟ ଦିନ ଏବଂ ରାତି ମିଶି ମୋଟ୍‌ ୨୩ଘଣ୍ଟା ୫୬ମିନିଟ୍‌ରୁ ସାମାନ୍ୟ ବେଶି। କେବଳ ସମୟରେ ଏକ ସମାନ୍ତରାଳତା ରକ୍ଷା କରିବା ପାଇଁ ବହୁ ପ୍ରାଚୀନ କାଳରେ ଗୋଟିଏ ଦିନକୁ ମୋଟ୍‌ ୨୪ ଘଣ୍ଟାରେ ବିଭକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?