ଆଖି ସମସ୍ୟା ଦୂର କରେ ଅମୃତଭଣ୍ଡା

ବାଡିବଗିଚାରେ ଅମୃତଭଣ୍ଡା ସହଜରେ ମିଳିଥାଏ। କଞ୍ଚା ହେଉ ବା ପାଚିଲା ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ ଏ, ବି, ସି ଓ ଫାଇବର ଭରପୁର ମାତ୍ରାରେ ଥାଏ। କଞ୍ଚା ଅମୃତଭଣ୍ଡାରେ ଭରପୁର ମାତ୍ରାରେ ଫାଇବର ମହଜୁଦ ଥିବାରୁ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ସହ ପାଚନ ପ୍ରକ୍ରିୟାକୁ ଠିକ କରିଥାଏ। ହୃଦଜନିତ ସମସ୍ୟାର ସୁଧାର ପାଇଁ ଅମୃତଭଣ୍ଡା ଲାଭଦାୟକ। ଅମୃତଭଣ୍ଡା ଆଖି ପାଇଁ ମଧ୍ୟ ବେଶ ଉପକାରୀ। ଏଥିରେ ଥିବା ଭିଟାମିନ ଏ’ ଓ ସି’ ଆଖିକୁ ସୁସ୍ଥ ରଖିଥାଏ। ଅମୃତଭଣ୍ଡା ଖାଇଲେ ଗଣ୍ଠି ଦରଜରୁ ମଧ୍ୟ ଉପଶମ ମିଳିଥାଏ। ତେଣୁ ବୟସ୍କ ଲୋକ ଅମୃତଭଣ୍ଡା ଖାଇବା ଆବଶ୍ୟକ। ଅମୃତଭଣ୍ଡା ତ୍ୱଚାପାଇଁ ମଧ୍ୟ ବହୁତ ଉପକାରୀ। ଅମୃତଭଣ୍ଡା ଖାଇଲେ ତ୍ୱଚାରେ ବ୍ରଣ ସମସ୍ୟା ଦୂର ହେବାସହ ତ୍ୱଚା ଉଜ୍ଜ୍ୱଳ ଦିଶେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା, ବିନା କଷ୍ଟରେ…

ମଦ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖା ଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ରୋଗୀ ବିନା କଷ୍ଟରେ ବା…

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ପ୍ଲୁଟୋକୁ ନେଇ ବିବାଦ

ପ୍ଲୁଟୋ ହେଉଛି ସୌରଜଗତର ପାଞ୍ଚଟି ବାମନ ଗ୍ରହ ମଧ୍ୟରୁ ଗୋଟିଏ। ବାସ୍ତବରେ ଆମେରିକୀୟ ଜ୍ୟୋତିର୍ବିଦ କ୍ଲାଇଡ୍‌ ଟମ୍‌ବାଓ ଏହାକୁ ୧୯୩୦ ମସିହାରେ ଆବିଷ୍କାର କରିଥିଲେ। ତା’ପରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri