ଆଖି ନ ଥାଇ ଜୀବନ ଯୁଦ୍ଧର ବିଜେତା କୀର୍ତ୍ତନ: ୫ ପ୍ରାଣୀଙ୍କ ମୁହଁରେ ଫୁଟାଇଛନ୍ତି ହସ

କାମାକ୍ଷାନଗର, ୧୩।୧: ଆଖି ନାହିଁ। ଦେଖିପାରନ୍ତିନି ଦୁନିଆକୁ। ହେଲେ ଏହି ଦୁଃଖ କେବେ ଆସିନି ତାଙ୍କ ଓଠ ପାଖକୁ। ଖୁସ୍‌ ମିଜାଜ ଆଉ ହସହସ ମୁହଁରେ କେଇ ମିନିଟ ଭିତରେ ଅପରିଚିତ ମଣିଷକୁ ନିଜର କରିପାରୁଥିବା ଜୀବନ ଯୁଦ୍ଧର ଏହି ବିଜେତା ଜଣକ ହେଲେ କୀର୍ତ୍ତନ ସେଠୀ। ଅଙ୍ଗାର ନିଆଁ, ଆଇରନ ବକ୍ସକୁ ସାଥୀ କରି ସେ କାନ୍ଧରେ ବୋହି ଚାଲିଛନ୍ତି ସଂସାରର ବୋଝ। କପଡ଼ାର ଭାଙ୍ଗକୁ କଡ଼ା ଆଇରନ୍‌ କରି ଚକ୍‌ଚକ୍‌ କରି ଦେଉଥିବା ଏହି ମଣିଷଙ୍କ ହାଡ଼ଭଙ୍ଗା ପରିଶ୍ରମ ଏବେ ୫ ପ୍ରାଣୀଙ୍କ ମୁହଁରେ ଫୁଟାଇଛି ହସ।
ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିର ୧୨ନଂ. ଓ୍ବାର୍ଡରେ ରୁହନ୍ତି କୀର୍ତ୍ତନ। ସ୍ତ୍ରୀ ଖୁଲଣା, ୩ ଝିଅ ଏବଂ ଏକମାତ୍ର ପୁଅ ରୁଦ୍ରଙ୍କୁ ନେଇ ତାଙ୍କ ପରିବାର। ଲୁଗାପଟା ଆଇରନ୍‌ କରି ଯାହା ମିଳେ ସେଥିରେ ବେଶ୍‌ ଖୁସିରେ ଚଳୁଥିଲା ସଂସାର। ହେଲେ ୨୦୦୭ରେ କୀର୍ତ୍ତନଙ୍କ ଜୀବନରେ ଘୋଟି ଆସିଲା କଳାବାଦଲ। ହସଖୁସିରେ ଯେମିତି ଲାଗିଗଲା କାହା ନଜର। ହଠାତ୍‌ ତାଙ୍କ ମୁଣ୍ଡ ଘୂରାଇଲା। କେଇଥର ବାନ୍ତି ହେଲା। ଏହାପରେ ହଠାତ୍‌ ତାଙ୍କୁ ଆଉକିଛି ଦେଖାଗଲାନାହିଁ। ସ୍ବାମୀଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିବାକୁ ଆପ୍ରାଣ ଉଦ୍ୟମ କଲେ ଖୁଲଣା। ଧାରଉଧାର କରି ଦୀର୍ଘ ୫ବର୍ଷ ରାଜ୍ୟ ସମେତ ରାଜ୍ୟ ବାହାରର ନାମୀଦାମୀ ଚକ୍ଷୁ ଚିକିତ୍ସାଳୟରେ ଚିକିତ୍ସା କରାଇଲେ। ଏଥିରେ ଖର୍ଚ୍ଚ ହେଲା ୫ ଲକ୍ଷ ଟଙ୍କା। ହେଲେ ସୁଫଳ ମିଳିଲାନି। ଦୁଇ ଆଖିକୁ ସବୁଦିନ ପାଇଁ ହରାଇଲେ କୀର୍ତ୍ତନ। ଦୁନିଆଯାକର ସୁନ୍ଦରତା ତାଙ୍କ ପାଇଁ ହୋଇଗଲା ପର। ଗୋଟିଏ ପଟେ ଆଖି ହରାଇବାର ଦୁଃଖ, ଆଉ ଗୋଟେ ପଟେ ପରିବାର ଚିନ୍ତା। ପୁଣି ଅଣ୍ଟା ଭିଡ଼ିଲେ କୀର୍ତ୍ତନ। ସବୁ କଷ୍ଟକୁ ପଛରେ ପକାଇ ହାତରେ ଧରିଲେ ଆଇରନ୍‌ ବକ୍ସ। କପଡ଼ାକୁ ନ ଦେଖି କେବଳ ଅନୁମାନ କରି ଆଇରନ କରିବା ବେଶ୍‌ କଷ୍ଟକର ଥିଲା। ଏଥିରେ କିଛିଦିନ ସ୍ତ୍ରୀ ଖୁଲଣା ଏବଂ ପୁଅ ରୁଦ୍ର ସହଯୋଗ କଲେ। ଏହାପରେ ଧୀରେ ଧୀରେ ସବୁକିଛି ସ୍ବାଭାବିକ ହୋଇଯାଇଛି। କାମାକ୍ଷାନଗର ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଏବେ ବେଶ୍‌ ଚଳଚଞ୍ଚଳ କୀର୍ତ୍ତନଙ୍କ ଦୋକାନ।
ନିଜର କର୍ମମୟ ଜୀବନ ସମ୍ପର୍କରେ କୀର୍ତ୍ତନ କୁହନ୍ତି, ସକାଳୁ ସଞ୍ଜଯାଏ ଖଟିଲେ ୧୫୦ରୁ ୩୦୦ ଟଙ୍କା ଯାଏ ରୋଜଗାର ହୁଏ। ୩ ଝିଅଙ୍କ ବିବାହ ସରିଛି। ନିଜ ଉଦ୍ୟମରେ ପୁଅକୁ ଯୁକ୍ତ ୩ ଯାଏ ପାଠ ପଢ଼ାଇପାରିଛି। ଈଶ୍ୱର ସିନା ଆଖି ନେଇଗଲେ, ହେଲେ ହାତ ଓ ଜୀବନ ଦେଇଛନ୍ତି। ସେଇଥିରେ ସବୁ ଚାଲିଛି। କେବେ କାହାକୁ ଠକିନାହିଁ। ଦୟାର ପାତ୍ର ହୋଇ ବଞ୍ଚତ୍ବାର ଆଶା ନାହିଁ। ଆଖି ହରାଇବା ପରେ ଯଦିଓ ବେପାର ଆଗଭଳି ହେଉନାହିଁ। ତଥାପି ସେ ବେଶ୍‌ ଖୁସି। ହାତ ଥିଲେ ଭାତର ଅଭାବ ରହିବ ନାହିଁ ବୋଲି କୀର୍ତ୍ତନ ଦୃଢ଼ତାର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?