ଆଉଟସୋର୍ସିଂ ନିଯୁକ୍ତି କ୍ଷେତ୍ର କ୍ଷତିଗ୍ରସ୍ତ

ମୁମ୍ବାଇ,୨୨।୪:କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ଏବେ ଲକ୍‌ଡାଉନ କରାଯାଇଛି। ଏଥିଯୋଗୁ ଆଉଟସୋର୍ସିଂ ଶିଳ୍ପ ଉପରେ ଗଭୀର ପ୍ରଭାବ ପଡ଼ିଛି। ଦେଶର ପ୍ରମୁଖ ଆଇଟି ହବ୍‌ କୁହାଯାଉଥିବା ବାଙ୍ଗାଲୋର କିମ୍ବା ଫିଲିପାଇନ୍ସର ମାନିଲା ଭଳି ଅନ୍ୟ ସ୍ଥାନଗୁଡ଼ିକରେ ଏବେ ଲକ୍‌ଡାଉନ ଯୋଗୁ ଆଉଟସୋର୍ସିଂ କାମ ପ୍ରଭାବିତ ହୋଇଛି। ଫଳରେ କମ୍ପାନୀଗୁଡ଼ିକର ନିଯୁକ୍ତି କ୍ଷତିଗ୍ରସ୍ତ ହେଉଥିବା ଜଣାପଡିଛି। ଲୋକମାନେ କାମ କ୍ଷେତ୍ରକୁ ଆସିପାରୁ ନାହାନ୍ତି। ଅଧିକ ଲୋକଙ୍କୁ କାମରେ ରଖିବା ଅପେକ୍ଷା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାରକୁ ଏବେ ଅଧିକ ଗୁରୁତ୍ୱ ଦିଆଯାଉଥିବା ଦେଖାଯାଉଛି। ଲକ୍‌ଡାଉନ କଟକଣା ଲାଗି ବିଭିନ୍ନ ଦେଶରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଏହାବାଦ ଲଜିଷ୍ଟିକ କ୍ଷେତ୍ରରେ ସମସ୍ୟା ଦେଖାଯାଇଛି। ଫଳରେ କଲ୍‌ ସେଣ୍ଟରଗୁଡ଼ିକରେ କାମ କରୁଥିବା ମ୍ୟାନେଜରମାନେ ଅଫିସ ଆସିବାକୁ ସକ୍ଷମ ହେଉନାହାନ୍ତି। ସେହିଭଳି ବିଦେଶୀ କମ୍ପାନୀଗୁଡିକ ଲାଗି କାମ କରୁଥିବା ବ୍ୟାକ୍‌ ଅଫିସ କାର୍ଯ୍ୟ କରୁଥିବା ସଂସ୍ଥାଗୁଡିକର କାମରେ ବାଧା ଉପୁଜିଛି। ଏଥିଯୋଗୁ ବିଦେଶୀ କମ୍ପାନୀଗୁଡିକ ସେମାନଙ୍କ କାମକୁ ବାହାରୁ କରାଇବାକୁ ଚାହୁଁନାହାନ୍ତି। ଫଳରେ ଉକ୍ତ କ୍ଷେତ୍ର ଲାଗି ଆଉଟସୋର୍ସିଂରେ କାମ କରୁଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ସିଧାସଳଖ ପଡୁଛି ବୋଲି ବଜାର ବିଶେଷଜ୍ଞ କହିଛନ୍ତି।
ଆଉଟସୋର୍ସିଂ କମ୍ପାନୀଗୁଡ଼ିକରେ କାମ କରୁଥିବା କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ସୁବିଧା ଦେବାରେ ମଧ୍ୟ ଅସୁବିଧା ରହିଛି। କାରଣ ସ୍କଟ୍‌ଲାଣ୍ଡ ଏବଂ ସାନ୍‌ଫ୍ରାନ୍‌ସିସ୍କୋ ଭଳି ସ୍ଥାନର ବ୍ୟାଙ୍କ ଗ୍ରାହକଙ୍କ ଆର୍ଥତ୍କ ଟ୍ରାଞ୍ଜାକଶନ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମ୍ୟାଟେରିଆଲ ପରିଚାଳନା ଏହି କମ୍ପାନୀଗୁଡିକ କରିଥାନ୍ତି। ଏଗୁଡିକୁ ଘରୁ କରିବା କଟକଣା ରହିଛି। ଭାରତ ସମେତ ଫିଲିପାଇନ୍ସ ଭଳି ଦେଶଗୁଡିକରେ ବ୍ରଡ୍‌ବ୍ୟାଣ୍ଡ ସୁବିଧାରେ ବିଭିନ୍ନ ଅସୁବିଧା ଦେଖାଯାଇଥାଏ। ସେହିଭଳି ସବୁ କର୍ମଚାରୀଙ୍କୁ ଲାପ୍‌ଟପ୍‌ ପ୍ରଦାନ କରିବା ସ୍ଥିତିରେ କମ୍ପାନୀ ନ ଥାନ୍ତି। ବଜାର ବିଶେଷଜ୍ଞ ତଥା କନ୍‌ସଲଣ୍ଟାଣ୍ଟ ବିବେକ ସୁଦ୍‌ କହିଛନ୍ତି ଯେ, ଓ୍ବାର୍କ ଫ୍ରମ୍‌ ହୋମ୍‌ ସୁବିଧା ଦେବା ସ୍ଥିତିରେ ଆଉଟସୋର୍ସିଂ ଶିଳ୍ପ ଏବେ ନାହିଁ। କମ୍ପାନୀଗୁଡିକ ନିରାପତ୍ତା ଦୃଷ୍ଟିକୋଣରୁ ବହୁ ପଦକ୍ଷେପ ନେଇଥାନ୍ତି। ଏମିତିକି କର୍ମଚାରୀ ପେନ୍‌ ଏବଂ ପେନ୍‌ସିଲ ଅଫିସ ବାହାରେ ଛାଡ଼ି ଆସିବାକୁ କୁହାଯାଇଥାଏ। କାମ ଠପ୍‌ ହୋଇଯିବା ଭୟରେ କିଛି କମ୍ପାନୀ ନିଜର କେତେଜଣ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳରେ ରଖି ନେଇଛନ୍ତି। ଉଦାହରଣ ସ୍ବରୂପ ଭୋଡାଫୋନ ଇଣ୍ଡିଆ ପକ୍ଷରୁ କର୍ମଚାରୀଙ୍କ ଲାଗି ଡାଟା ସେଣ୍ଟରଗୁଡିକରେ ସାମୟିକ ରହିବା ସୁବିଧା କରାଯାଇଛି। କର୍ମଚାରୀଙ୍କ ଖାଦ୍ୟ ପାନୀୟରେ ଯେଭଳି କୌଣସି ଅସୁବିଧା ନ ହୁଏ ସେ ଦିଗକୁ ମଧ୍ୟ ବିଚାର କରାଯିବା ସହ ଗ୍ରସେରି ଉପଲବ୍ଧ କରାଯାଇଛି।
କର୍ମଚାରୀ ଅଫିସରେ କ୍ୱାରାଣ୍ଟାଇନ ଏବଂ ଲକ୍‌ଡାଉନ ହୋଇ ରହିଥିବା ବିଜ୍‌ନେସ ପ୍ରୋସେସ୍‌ ଆଉଟସୋର୍ସିଂ ଇଣ୍ଡଷ୍ଟ୍ରି ଏମ୍ପ୍ଲଇ ନେଟ୍‌ଓ୍ବର୍କ ସଭାପତି ମିଲେନ କାବୋଲାନା କହିଛନ୍ତି। କର୍ମଚାରୀ କେତେକ କଲ୍‌ ସେଣ୍ଟରର ଚଟାଣରେ ଶୋଉଥିବା ଦେଖାଯାଇଛି। କର୍ମଚାରୀ ଏଭଳି ଖରାପ ସ୍ଥିତିରେ କାମ କରୁଥିବାରୁ ଏହାକୁ ନେଇ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଫିଲିପାଇନ୍ସରେ ଆଉଟସୋର୍ସିଂ କାମ ପ୍ରାୟ ୮୦% ପର୍ଯ୍ୟନ୍ତ ଖସିଛି ବୋଲି ମାନିଲା ଭିତ୍ତିକ ଡାଟା ଫାର୍ମର ଆନାଲିଷ୍ଟ ଆନ୍ଥୋନୀ ଏସ୍‌ଗୁଏରା କହିଛନ୍ତି। ନ୍ୟୁଜିଲାଣ୍ଡର ଟେଲିକମ୍‌ କମ୍ପାନୀ ସ୍ପାର୍କ ନିୟୁ, ତାଇଓ୍ବାନ୍‌ର କମ୍ପ୍ୟୁଟର ମେକର ଏସର ଫିଲିଫାଇନ୍ସ ଫାସିଲିଟି ବ୍ୟବହାର କରିଥାନ୍ତି। ଏହି କମ୍ପାନୀଗୁଡିକ ଅଷ୍ଟ୍ରେଲିଆ ଏବଂ କ୍ୱିଓ୍ବିର କଲ୍‌ ସେଣ୍ଟରକୁ ବର୍ତ୍ତମାନ କଲ୍‌ ନ କରିବା ଲାଗି ଗ୍ରାହକଙ୍କୁ କହି ଦେଇଛନ୍ତି। ସେହିଭଳି ଅଷ୍ଟ୍ରେଲିଆ ଭିତ୍ତିକ ଟେଲଷ୍ଟ୍ରା ଏବଂ ଅପ୍ଟସ, ବ୍ରିଟେନର ଭର୍ଜିନ ମେଡିଆ ଭାରତ ଏବଂ ଫିଲିଫାଇନ୍ସର ଅଫ୍‌ସୋର ସେଣ୍ଟର ଉପରେ ନିର୍ଭର କରିଥାନ୍ତି। ଏହି କମ୍ପାନୀଗୁଡିକ ସେମାନଙ୍କ କେତେଜଣ କର୍ମଚାରୀଙ୍କୁ ବିଦା କରିବା ଲାଗି ଘୋଷଣା କରିଛନ୍ତି। କିଛି କମ୍ପାନୀ ପୂର୍ଣ୍ଣକାଳୀନ ପରିବର୍ତ୍ତେ ସାମୟିକ ଭିତ୍ତିରେ ମଧ୍ୟ ନିଯୁକ୍ତି ଦେବେ ବୋଲି କହିଛନ୍ତି।
ଏଭଳି ସ୍ଥିତିରେ ବିଶେଷଜ୍ଞ କହିଛନ୍ତି ଯେ, କର୍ମଚାରୀ ରଖିବା ପରିବର୍ତ୍ତେ କମ୍ପାନୀଗୁଡିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଯୁକ୍ତି ଉପରେ ଫୋକସ କରୁଛନ୍ତି। ଏହା ୨୪ ଘଣ୍ଟା କାମ କରିବାକୁ ସକ୍ଷମ ହେବ। ଏଥିରେ ସାମାନ୍ୟ ଅସୁବିଧା ରହିପାରେ, ଯାହାକୁ ପରିଚାଳନା କରିବାରେ କୌଣସି ଅସୁବିଧା ହେବ ନାହିଁ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ଦ୍ୱାରା କେତେକ କମ୍ପାନୀ କଷ୍ଟମର ସର୍ଭିସ କଲ୍‌କୁ ମଧ୍ୟ ଆଗାମୀ ୫ ବର୍ଷରେ ଏକତୃତୀୟାଂଶ କମାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ବାଣିଜ୍ୟକୁ ଡିଜିଟାଇଜ ଏବଂ ଅଟୋମେଟ୍‌ କରିବା ଉପରେ କମ୍ପାନୀ ଏବେ ଧ୍ୟାନ ଦେଉଥିବା ଦେଖାଯାଉଛି। ମାତ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ବଢୁଥିବାରୁ ମଲ୍ଟିନ୍ୟାଶନାଲ କମ୍ପାନୀଗୁଡିକ ଲାଗି ବ୍ୟାକ୍‌ ଅଫିସ ପରିଚାଳନା କରୁଥିବା ଭାରତର ଆଉଟସୋର୍ସିଂ କମ୍ପାନୀ ଅଧିକ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି। ନାସ୍‌କମ୍‌ ଡାଟା ମୁତାବକ ୨୦୧୭ ସୁଦ୍ଧା ଭାରତୀୟ ଆଉଟସୋର୍ସିଂ ଶିଳ୍ପରେ ୪୦ ଲକ୍ଷ ଭାରତୀୟ କାମ କରୁଛନ୍ତି। ଉକ୍ତ ଶିଳ୍ପର ରାଜସ୍ବ ପ୍ରାୟ ୧୫୦ ବିଲିୟନ ଡଲାର ରହିଛି। ସେହିଭଳି ଫିଲିଫାଇନ୍ସରେ ଏହି କ୍ଷେତ୍ରରେ ୧୩ ଲକ୍ଷ ଲୋକ କାମ କରୁଛନ୍ତି। ସେଠାରେ ଉକ୍ତ ଶିଳ୍ପର ଯୋଗଦାନ ମୋଟ ଜିଡିପିକୁ ପ୍ରାୟ ୭.୩% ରହିଛି। ଲକ୍‌ଡାଉନ ଭଳି ସ୍ଥିତି ଲାଗି ରହିଲେ ଆଉଟସୋର୍ସିଂ ମଡେଲ ଉପରେ ପୁନର୍ବିଚାର କରିବାକୁ ହେବ ବୋଲି ବିଶେଷଜ୍ଞ ସୁଦ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri