ଆଇସିସି ବିଶ୍ୱକପ୍‌: ଭାରତର ଅଷ୍ଟ୍ରେଲିଆ ପରୀକ୍ଷା

ଲଣ୍ଡନ,୯।୬(ପି.ଟି.)- ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ନୂଆ ଗୌରବ ସନ୍ଧାନରେ ଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ରବିବାର ଏକ ବଡ଼ ପରୀକ୍ଷାର ସମ୍ମୁଖୀନ ହେବ। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଭାରତ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ତେଣୁ ଭିନ୍ନ ଧରଣର ରଣନୀତି ନେଇ ଭାରତ ପଡିଆକୁ ଓହ୍ଲାଇବ। ବିଶ୍ୱ କ୍ରିକେଟର ଦୁଇ ମହାଶକ୍ତି ମୁକାବିଲାରେ ଅବତୀର୍ଣ୍ଣ ହେବାକୁ ଯାଉଥିବାରୁ କ୍ରିକେଟ ପ୍ରଶଂସକ ଏହି ମ୍ୟାଚ୍‌ ଦେଖିବାକୁ ବେଶ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।
ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଥିଲା। ଏହି ମ୍ୟାଚ୍‌ରେ ଭାରତ ସୁନ୍ଦର ପ୍ରଦର୍ଶନ କରିଥିଲା। ଅନ୍ୟପଟେ ଅଷ୍ଟ୍ରେଲିଆ ଦୁଇଟି ମ୍ୟାଚ୍‌ ଖେଳି ଦୁଇଟିରେ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ ହରାଇବା ପରେ ଦ୍ୱିତୀୟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଥିଲା। ଓ୍ବେଷ୍ଟଇଣ୍ଡିଜ୍‌ ସୁବିଧାଜନକ ସ୍ଥିତିରେ ଥିଲେ ମଧ୍ୟ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରି ଶେଷରେ ବାଜି ମାରିଥିଲା। ଦଳର ଦୁଇ ତାରକା ଖେଳାଳି ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ବଲ ଟାମ୍ପରିଂ ମାମଲାରେ ବାସନ୍ଦ ହେବା ପରେ ଅଷ୍ଟ୍ରେଲିଆ ଗୋଟିଏ ବର୍ଷ ସଂଘର୍ଷ କରିଥିଲା। ତେବେ ଶେଷରେ ଅଷ୍ଟ୍ରେଲିଆ ଲୟକୁ ଫେରିଛି ଓ ଏହି ଦୁଇ ଖେଳାଳି ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୫ଥର ବିଶ୍ୱକପ୍‌ ଟାଇଟଲ ଜିତିଥିବା ଅଷ୍ଟ୍ରେଲିଆ ଏବେ ଚାମ୍ପିୟନ ଭଳି ପ୍ରଦର୍ଶନ କରୁଛି।
ଏହା ଭାରତୀୟ ଟିମ୍‌ ମ୍ୟାନେଜ୍‌ମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଘରୋଇ ପରିବେଶରେ ଭାରତ ଅଷ୍ଟ୍ରେଲିଆଠାରୁ ଗତ ଦିନିକିଆ ସିରିଜରେ ପରାଜୟ ବରଣ କରିଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ଏବେ ମଧ୍ୟ ଭାରତ ସଠିକ୍‌ ମିଶ୍ରଣ ସନ୍ଧାନରେ ରହିଛି। ଅଷ୍ଟ୍ରେଲିଆ ବ୍ୟାଟିଂ କୋଚ୍‌ ରିକି ପଣ୍ଟିଂ ଭାରତ ପାଇଁ ଅଲଗା ରଣନୀତି ପ୍ରସ୍ତୁତ କରିବା ପାଇଁ ଯୋଜନା କରିଥିଲେ। ଭାରତ ନିକଟରେ ଏବେ ଏକ କ୍ୱାଲିଟି ପେସ୍‌ ବୋଲିଂ ରହିଥିବାରୁ ଅଷ୍ଟ୍ରେଲିଆ ବ୍ୟାଟିଂରେ ସ୍ବତନ୍ତ୍ର ରଣନୀତି ଆପଣାଇବ। ଭାରତ ଜଣେ କ୍ୱାଲିଟି ସ୍ପିନର ଓ କେଦାର ଯାଦବଙ୍କ ଭଳି ସ୍ପିନ୍‌ ଅଲରାଉଣ୍ଡରଙ୍କୁ ଖେଳାଇବା ସହ ଆଉଜଣେ ଦ୍ରୁତ ବୋଲରଙ୍କୁ ଖେଳାଇବାର ସମ୍ଭାବନା ରହିଛି। ତେବେ ସବୁ ପ୍ରକାର ପରସ୍ଥିତି ପାଇଁ ଆମେ ପ୍ରସ୍ତୁତ ରହିବୁ ବୋଲି ପଣ୍ଟିଂ କହିଛନ୍ତି। ଗତ ସିରିଜରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ସଫଳତାର ସହ ଭାରତୀୟ ସ୍ପିନରଙ୍କର ମୁକାବିଲା କରିଥିଲେ। ଓ୍ବାର୍ନର ଓ ସ୍ମିଥ୍‌ଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତର ଫ୍ଲାଟ୍‌ ପିଚ୍‌ରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ନିରାଶ କରିଥିଲେ। କେଦାର ଯାଦବଙ୍କ ସାଇଡ ଆର୍ମ ଅଫ୍‌ସ୍ପିନ୍‌କୁ ମଧ୍ୟ ଅଧିନାୟକ ଆରୋନ ଫିଞ୍ଚ୍‌ ଓ ଉସମାନ ଖ୍ବାଜା ସଫଳତାର ସହ ସାମ୍ନା କରିଥିଲେ।
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦଳରେ ପରିବର୍ତ୍ତନ କରିବା ଆଶାକରାଯାଉଛି। ଓଭାର ପିଚ୍‌ ଓ ଓଭରକାଷ୍ଟ ଅର୍ଥାତ ମେଘୁଆ ପାଗକୁ ଆଖିଆଗରେ ରଖି ଭାରତ ଦଳରେ କେତୋଟି ପରିବର୍ତ୍ତନ କରିବ। ଦକ୍ଷିଣ ଆଫ୍ରକା ବିପକ୍ଷରେ ଖେଳି ନ ଥିବା ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଇବାର ଯଥେଷ୍ଟ ସମ୍ଭାବାନା ରହିଛି। ଏକ ସୁଚିନ୍ତିତ ରଣନୀତିର ଅଂଶ ସ୍ବରୂପ ସାମିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇ ନ ଥିଲା। ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ମାନେ ଦୁଇ ରିଷ୍ଟ ସ୍ପିନରଙ୍କୁ ଖେଳିବାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ଅଷ୍ଟ୍ରେଲିଆ ବିପକ୍ଷରେ କଥା ଅଲଗା ହେବ। ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ସାମିଙ୍କୁ ଖେଳିବାର ଅବଶ୍ୟ ଅଷ୍ଟ୍ରେଲିଆ ଖେଳାଳିମାନେ ସାମାନ୍ୟ ସମସ୍ୟାରେ ପଡିଥାନ୍ତି। ଅନ୍ୟତମ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ସ୍ପେଲ୍‌ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ। ତେବେ ଦ୍ୱିତୀୟ ସ୍ପେଲ୍‌ରେ ଉନ୍ନତ ବୋଲିଂ କରି ଦୁଇଟି ଉଇକେଟ ଅକ୍ତିଆର କରିବା ସହ କଞ୍ଜୁସ୍‌ ବୋଲିଂ କରିଥିଲେ। ଯଦି ଭାରତ ଦୁଇ ରିଷ୍ଟ ସ୍ପିନରଙ୍କ ସହ ସାମିଙ୍କୁ ଖେଳାଏ ତାହାଲେ ଭୁବନେଶ୍ୱର ବାହାରେ ବସିବା ନିଶ୍ଚିତ। ପୁଣି ଯଦି ଦୁଇ ସ୍ପିନରଙ୍କ ମଧ୍ୟରୁ ଜଣଙ୍କୁ ଖେଳାଯାଏ ତାହାଲେ ଚହଲ ବାହାରେ ବସିବେ। କାରଣ ଅଷ୍ଟ୍ରେଲିଆ ବିପକ୍ଷରେ କୁଲଦୀପଙ୍କ ସଫଳତା ହାର ଯଥେଷ୍ଟ ଅଧିକ ରହିଛି। ଗତ ସିରିଜରେ ମୋହାଲିରେ ଚହଲ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ଓ ୧୦ ଓଭର ବୋଲିଂ କରି ବିନା ସଫଳତା ସହ ସେ ୮୦ ରନ ବ୍ୟୟ କରିଥିଲେ। କୁଲଦୀପ ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆଗରେ ରହିବେ। ଅଷ୍ଟ୍ରେଲିଆର ବାମହାତୀ ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ କୁଲଦୀପ ନିଜର ବାଉନ୍ସ ଓ ବିବିଧତା ପାଇଁ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ପୁଣି ନିଜର ସାଇଡ୍‌ ଆର୍ମ ଅଫ୍‌ ବ୍ରେକ୍‌ ବୋଲିଂ ପାଇଁ କେଦାର ଯାଦବ ଏହି ମ୍ୟାଚ୍‌ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଓଭାଲ ପିଚ୍‌ରେ କେଦାରଙ୍କ ବାଉନ୍ସ ଓ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବ। ଉଇକେଟ ଉପରେ ବଲ ରଖୁଥିବା ଓ ଆଭରେଜ ବ୍ୟାଟିଂ ପାଇଁ ଅଲରାଉଣ୍ଡର ବିଜୟ ଶଙ୍କର ମଧ୍ୟ ଏହି ମ୍ୟାଚ୍‌ରେ ଖେଳିବାର ଯଥେଷ୍ଟ ସମ୍ଭବନା ରହିଛି। ପେସ୍‌ ଓ ବାଉନ୍ସ ବିପକ୍ଷରେ କେଦାର ସାମାନ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେଣୁ କେଦାରଙ୍କୁ ପଛରେ ପକାଇ ଶଙ୍କର ଖେଳିବାର ସମ୍ଭାବନା ରହିଛି।
ଆଇସିସି ଇଭେଣ୍ଟ ଜବରଦସ୍ତ ବ୍ୟାଟିଂ କରିବାର ରେକର୍ଡ ହାସଲ କରିଥିବା ଭାରତୀୟ ଓପନର ଶିଖର ଧାଓ୍ବନ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଫଳ ହୋଇଛନ୍ତି। ଏହା ଭାରତୀୟ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର ବିଶୟ ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଅଧିନାୟକ କୋହଲିଙ୍କ ସମେତ ଭାରତୀୟ ଟପ୍‌ ଅର୍ଡର ସବୁ ବ୍ୟାଟ୍ସମ୍ୟାନଙ୍କୁ ଦମ୍‌ ଦେଖାଇବାକୁ ପଡିବ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ରୋହିତ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଦୀନେଶ କାର୍ତ୍ତିକ ଓ ରବୀନ୍ଦ୍ର ଜାଡେଜା।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡେଭିଡ ଓ୍ବାର୍ନର, ଉସ୍‌ମାନ ଖ୍ବାଜା, ଷ୍ଟିଭ ସ୍ମିଥ୍‌, ମାର୍କସ ଷ୍ଟୋଇନିସ୍‌, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ଆଲେକ୍ସ କ୍ୟାରୀ, ଆଡାମ ଜାମ୍ପା, ପ୍ୟାଟ୍‌ କୁମିନ୍ସ, ନାଥାନ କୁଲ୍ଟର ନାଇଲ, ମିଚେଲ ଷ୍ଟାର୍କ, ନାଥନ ଲିୟନ, ଶନ୍‌ ମାର୍ଶ, ଜାସନ ବେହରନଡୋର୍ଫ ଓ କେନ ରିଚାର୍ଡସନ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri