Posted inଖେଳ

ଆଇସିସି ବିଶ୍ୱକପ୍‌: ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଫେଭରାଇଟ

ଲଣ୍ଡନ, ୨୯।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଶନିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ଦୁଇ ପଡୋଶୀ ଦେଶ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ଐତିହାସିକ ଲଡର୍‌ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ସେମିଫାଇନାଲରେ ପ୍ରବେଶ କରିସାରିଥିବା ଅଷ୍ଟ୍ରେଲିଆ ଫେଭରାଇଟ ବିବେଚିତ ହେଉଛି। ପାକିସ୍ତାନଠାରୁ ହାରି ନ୍ୟୁଜିଲାଣ୍ଡ ଟୁର୍ନାମେଣ୍ଟରେ ତା’ର ପ୍ରଥମ ପରାଜୟବରଣ କରିଛି। ଫଳରେ ନ୍ୟୁଜିଲାଣ୍ଡର ଆତ୍ମବିଶ୍ୱାସରେ ହ୍ରାସ ହୋଇଛି। ଅନ୍ୟପଟେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ସବୁ ମ୍ୟାଚ୍‌ ଜିତିଥିବା ବେଳେ କେବଳ ଭାରତଠାରୁ ପରାସ୍ତ ହୋଇଛି। ଆରୋନ ଫିଞ୍ଚ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ୭ଟି ମ୍ୟାଚ୍‌ ଖେଳି ଅଷ୍ଟ୍ରେଲିଆ ୬ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୨ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିବା ସହ ଟୁର୍ନାମେଣ୍ଟର ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ୭ଟି ମ୍ୟାଚ୍‌ ଖେଳି ୫ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୧ ପଏଣ୍ଟ ପାଇ ଭାରତ ପଛକୁ ରହି ତୃତୀୟ ସ୍ଥାନରେ ରହିଛି। ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ଏପର୍ଯନ୍ତ ଦମ୍‌ଦାର ପ୍ରଦର୍ଶନ କରି ଆସିଛି।
ସବୁ ୭ଟି ଯାକ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ତା’ର ଦଳରେ କୌଣସି ପରିବର୍ତ୍ତନ ଆଣି ନାହିଁ। ଏବେ ନ୍ୟୁଜିଲାଣ୍ଡ ବାକିଥିବା ୨ଟି ମ୍ୟାଚ୍‌ରୁ ଗୋଟିଏରେ ବିଜୟୀ ହେଲେ କ୍ରମାଗତ ଚତୁର୍ଥଥର ପାଇଁ ସେମିଫାଇନାଲରେ ପ୍ରବେଶ କରିବ। ଆସନ୍ତା ୩ ତାରିଖରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ଭେଟିବ। ୨୦୧୫ ବିଶ୍ୱକପ୍‌ରେ ଦୁଇ ପଡୋଶୀ ଦେଶ ଫାଇନାଲରେ ମୁହଁାମୁହିଁ ହୋଇଥିଲେ। ଏଥିରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ରେକର୍ଡ ୫ ଥର ପାଇଁ ବିଶ୍ୱକପ୍‌ ଚାମ୍ପିୟନ ହୋଇଥିଲା। ଦୁଇ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ବହୁ ପୁରୁଣା। ନିରପେକ୍ଷ ସ୍ଥାନରେ ହୋଇଥିବା ୨୦ଟି ମୁକାବିଲାରେ ଅଷ୍ଟ୍ରେଲିଆ ୧୯ଟିରେ ବିଜୟୀ ହୋଇଛି। ତେବେ ୧୯୯୯ ବିଶ୍ୱକପ୍‌ରେ ସୋଫିଆ ଗାର୍ଡେନ୍ସରେ ନ୍ୟୁଜିଲାଣ୍ଡ ଥରେ ଅଷ୍ଟ୍ରେଲିଆକୁ ହରାଇବାକୁ ସକ୍ଷମ ହୋଇଥିଲା। ୭ଟି ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଏଥି ସହିତ ଥରେ ମାତ୍ର ବିଜୟୀ ହେବାର ସୁଯୋଗ ପାଇଥିଲା। ରେକର୍ଡ ଓ ଫର୍ମ ଉଭୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅଷ୍ଟ୍ରେଲିଆ ଫେଭରାଇଟ ବିବେଚିତ ହେଉଛି। ଗତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଅଧିନାୟକ ଆରୋନ ଫିଞ୍ଚ୍‌ ଓ ଡେଭିଡ ଓ୍ବାର୍ନରଙ୍କୁ ନେଇ ଅଷ୍ଟ୍ରେଲିଆ ଓପନିଂ ଯୋଡି ବେଶ୍‌ ଶକ୍ତିଶାଳୀ ମନେ ହେଉଛି। ବିଶ୍ୱକପ୍‌ରେ ଏହି ଯୋଡି ସବୁଠାରୁ ବେଶି ସଫଳ ହୋଇଛି। ସେହିପରି ବୋଲିଂରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୧୮.୨୬ ରନ ହାରରେ ଏପର୍ଯ୍ୟନ୍ତ ସର୍ବାଧିକ ୧୯ଟି ଉଇକେଟ ହାସଲ କରି ଶୀର୍ଷରେ ରହିଛନ୍ତି। ପେସ୍‌, ବାଉନ୍ସ ଓ ସୁଇଙ୍ଗରେ ସେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବେ। ଜାସନ ବେହେରନଡୋର୍ଫ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଭଲ ବୋଲିଂ କରିଥିଲେ।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇ ପଡିଛି। ୫ଟି ମ୍ୟାଚରୁ ସେ ୧୩୮ ହାରରେ ୪୧୪ ରନ ସଂଗ୍ରହ କରିଛନ୍ତି। ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ସେ ୧୨ଟି ଦିନିକିଆ ଖେଳି ୪୧.୬ ରନ ହାରରେ ଏପର୍ଯ୍ୟନ୍ତ ୪୧୬ ରନ ସଂଗ୍ରହ କରିଛନ୍ତି। ଦ୍ରୁତ ବୋଲିଂରେ ମଧ୍ୟ ନ୍ୟୁଜିଲାଣ୍ଡ ଆଦୌ ପଛରେ ପଡିନାହିଁ। ରସ୍‌ ଟେଲର ଓ ମାର୍ଟିନ ଗୁପ୍ଟିଲଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ବିଜୟୀ ହେଲେ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିବ। ତେଣୁ ସେମିଫାଇନାଲ ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ପଡିଆକୁ ଓହ୍ଲାଇବ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଜାସନ ବେହେରନଡୋର୍ଫ, ଆଲେକ୍ସ କେରୀ, ନାଥନ କୁଲ୍ଟର- ନାଇଲ, ପ୍ୟାଟ କୁମିନ୍ସ, ଉସ୍‌ମାନ ଖ୍ବାଜା, ନାଥନ ଲିୟନ, ପ୍ୟାଟ କୁମିନ୍ସ, ଉସ୍‌ମାନ ଖ୍ବାଜା, ନାଥନ ଲିୟନ, ଶନ୍‌ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ବେଲ, କେନ୍‌ ରିଚାର୍ଡସନ, ଷ୍ଟିଭ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ମ୍ୟାଟ୍‌ ହେନେରୀ, ଟମ୍‌ ଲାଥମ, କଲିନ୍‌ ମୁନରୋ, ଜିମ୍ମି ନିଶାମ, ହେନେରୀ ନିକୋଲ୍ସ, ମିଚେଳ ସାଣ୍ଟନର, ଇଶ୍‌ ସୋଧି, ଟ୍ରେଣ୍ଟ ବୋଲ୍ଟ, କଲିନ୍‌ ଡି ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, ଟିମ୍‌ ସୌଦି, ରସ୍‌ ଟେଲର ଓ ଟମ୍‌ ବ୍ଲଣ୍ଡେଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri