ଆଇସିସି ବିଶ୍ୱକପ୍‌: ଟିମ୍‌ ଇଣ୍ଡିଆର ମିଶନ ନ୍ୟୁଜିଲାଣ୍ଡ

ନଟିଂହାମ,୧୩।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣରେ ଭାରତ ତା’ର ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ବିଭିନ୍ନ ଦୃଷ୍ଟିକୋଣରୁ ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତ ପାଇଁ ଗୁରୁତ୍ୱ ବହନ କରୁଛି। ତାରକା ଓପନର ଶିଖର ଧାଓ୍ବନ ଆହତ ହେବା ପରେ ଭାରତ ପାଇଁ ଏକ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଛି। ପୁଣି ଖରାପ ପାଗ ଯୋଗୁ ମ୍ୟାଚ୍‌ ବାଧାପ୍ରାପ୍ତ ହେବା ସମ୍ଭାବନା ଥିବାରୁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି ହୋଇଛି। ନ୍ୟୁଜିଲାଣ୍ଡର ବୋଲିଂ ବିଶ୍ୱସ୍ତରୀୟ ହୋଇଥିବାରୁ ଭାରତୀୟ ବ୍ୟାଟିଂ ଲାଇନ୍‌ ପରୀକ୍ଷାର ସମ୍ମୁଖୀନ ହେବ। ଆହତ ଧାଓ୍ବନଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ଇନ୍‌ଫର୍ମ ଓପନର ରୋହିତ ଶର୍ମାଙ୍କ ସହ ଇନିଂସ ଓପନ କରିବେ। ତେଣୁ ନ୍ୟୁଜିଲାଣ୍ଡର କ୍ୱାଲିଟି ବୋଲିଂ ଆଗରେ ଏହି ଦୁଇ ଓପନର କଡ଼ା ପରୀକ୍ଷାର ସମ୍ମୁଖୀନ ହେବେ।
ଧାଓ୍ବନ ଏବେ ଅତିକମ୍‌ରେ ୩ଟି ମ୍ୟାଚ୍‌ ଖେଳିପାରିବେ ନାହିଁ। ବଲ୍‌ ବାଜିବା କାରଣରୁ ବାମ ବୁଢା ଆଙ୍ଗୁଳି ଭାଙ୍ଗିଯାଇଥିବାରୁ ତାଙ୍କୁ ୩ ସପ୍ତାହ ବିଶ୍ରାମ ନେବାକୁ କୁହାଯାଇଛି। ଆଇସିସି ଇଭେଣ୍ଟରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ରେକର୍ଡ ବେଶ୍‌ ଭଲ ରହିଛି। ନ୍ୟୁଜିଲାଣ୍ଡ ତା’ର ପ୍ରଥମ ୩ଟି ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ତେଣୁ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚତୁର୍ଥ ବିଜୟ ହାସଲ ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଭାରତ ତା’ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ପରେ ଅଷ୍ଟ୍ରେଲିଆକୁ ହରାଇଥିଲେ ମଧ୍ୟ ଧାଓ୍ବନଙ୍କ ଅନୁପସ୍ଥିତି ଅଧିନାୟକ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀଙ୍କୁ ଚିନ୍ତିତ କରିଛି ଓ ଭିନ୍ନ ରଣନୀତି ଆପଣେଇବାକୁ ବାଧ୍ୟ କରିଛି। ଧାଓ୍ବନ ଓ ରୋହିତ ମିଳିତ ଭାବେ ଓପନିଂ ଯୋଡିରେ ୪୬୮୧ ରନ ସଂଗ୍ରହ କରିଛନ୍ତି। ତେଣୁ ପ୍ରତିଷ୍ଠ ପାଇଥିବା ଏହି ଓପନିଂ ଯୋଡିର ବିକଳ୍ପ ଖୋଜିବା ନିହାତି କଷ୍ଟକର। ତେବେ ଏହା ଭାରତ ପାଇଁ ପ୍ଲାନ୍‌ ବି’ର ପରୀକ୍ଷା ନେଇ ସୁଯୋଗ ସୃଷ୍ଟି କରିଛି। ଲୋକେଶ ରାହୁଲ ଇନିଂସ ଓପନ କଲେ ବ୍ୟାଟିଂ କ୍ରମର ୪ ନମ୍ବରରେ ବିଜୟ ଶଙ୍କର କିମ୍ବା ଦୀନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିପାରେ। କାର୍ତ୍ତିକଙ୍କ ନିକଟରେ ଅଭିଜ୍ଞତା ରହିଥିବା ବେଳେ ଶଙ୍କରଙ୍କ ପାଖରେ ଅଲରାଉଣ୍ଡ ପ୍ରଦର୍ଶନ କରିବାର କଳା ରହିଛି। ତେଣୁ ଏହି ଦୁହିଁଙ୍କ ମଧ୍ୟରୁ କିଏ ୪ ନମ୍ବରରେ ବ୍ୟାଟିଂ କରିବ ତାହା ମ୍ୟାଚ୍‌ ଆରମ୍ଭ ହେବା ପରେ ଜଣା ପଡିବ।
ମେଘୁଆ ପାଗ ହେଲେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ। ତେବେ ଏଥିପାଇଁ ଦୁଇ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ବେଞ୍ଚ୍‌ରେ ବସିବାକୁ ପଡିବ। ପୁଣି ଯଦି ଉଭୟ ଶଙ୍କର ଓ କାର୍ତ୍ତିକଙ୍କୁ ଅନ୍ତିମ ଏକାଦଶରେ ସୁଯୋଗ ମିଳେ ତାହେଲେ କେଦାର ଯାଦବଙ୍କୁ ବାହାରେ ବସିବାକୁ ପଡିବ। ତେବେ ପରିସ୍ଥିତି ଅନୁଯାୟୀ କୋହଲି କୋଚ୍‌ ଶାସ୍ତ୍ରୀଙ୍କ ପରାମର୍ଶ କ୍ରମେ ନିଷ୍ପତ୍ତି ନେବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଠିକ୍‌ ନିଷ୍ପତ୍ତି ନେବାରେ ଶାସ୍ତ୍ରୀ ସିଦ୍ଧହସ୍ତ। ବିଶ୍ୱକପ୍‌ ଏବେ ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି। ଗୁରୁବାର ଟ୍ରେଣ୍ଟ ବ୍ରିଜ୍‌ରେ ବଲ୍‌ ଭଲ ବାଉନ୍ସ ହେଲେ ମଧ୍ୟ ବ୍ୟାଟିଂ ଉପଯୋଗୀ ହେବ ବୋଲି ଆଶା କରାଯାଉଛି।
ତେବେ ଏଭଳି ପରିସ୍ଥିତିରେ ରାହୁଲଙ୍କ ପାଇଁ ଇନିଂସ ଓପନ କରିବା ସେତେଟା ସୁବିଧାଜନକ ହେବ ନାହିଁ। ପ୍ରତିଭାସମ୍ପନ୍ନ ରାହୁଲ କିଭଳି ସୁଯୋଗ ସଦ୍‌ବ୍ୟବହାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଯଦି ରାହୁଲ ଟ୍ରେଣ୍ଟ ବୋଲ୍ଟ ଓ ତାଙ୍କ ସାଥୀ ବୋଲରଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରି ବଡ଼ ସ୍କୋର ହାସଲ କରନ୍ତି ତାହେଲେ ଅନ୍ୟ ମ୍ୟାଚ୍‌ଗୁଡିକରେ ଭଲ ଖେଳିବା ପାଇଁ ଆତ୍ମବିଶ୍ୱାସ ହାସଲ କରିବେ। ଏହା ହେଲେ ରୋହିତ ଶର୍ମାଙ୍କ ସହ ତାଙ୍କ ଯୋଡି ଜମିବ। ରୋହିତ ପରିସ୍ଥିତି ଅନୁସାରେ ଉପଯୋଗୀ ବ୍ୟାଟିଂ କରି ଭାରତ ପ୍ରଥମ ଦୁଇଟି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଓ ଏହା ପ୍ରଶଂସନୀୟ। ରୋହିତଙ୍କ ଭଲି ଷ୍ଟ୍ରୋକ୍‌ ପ୍ଲେୟାର ପାଓ୍ବାର ପ୍ଲେ’ରେ ଅପେକ୍ଷାକୃତ କମ୍‌ ରିସ୍କ ନେବା ଉଚିତ ହେବ। ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ରୋହିତ ଓ ରାହୁଲ ଟ୍ରେଣ୍ଟ ବୋଲ୍ଟ ବୋଲିଂରେ ଅସଲି ପରୀକ୍ଷାର ସମ୍ମୁଖୀନ ହେବେ। ଖାସ୍‌ କରି ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଟ ସମସ୍ୟାରେ ପକାଇଥାନ୍ତି।
ଭାରତ ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ବୋଲ୍ଟ ଭାରତୀୟ ବ୍ୟାଟିଂ ଲାଇନ୍‌ର ବିପର୍ଯ୍ୟୟ ଘଟାଇଥିଲେ। ଇତିମଧ୍ୟରେ ଅଢେଇ ସପ୍ତାହ ବିତିଛି। ବୋଲ୍ଟ ମଧ୍ୟ ସେତେଟା ବଲ୍‌ ସୁଇଂ କରିପାରିନାହାନ୍ତି। ଯଦିଓ ପ୍ରତିକୂଳ ପରିସ୍ଥିତି ତାଙ୍କ ବୋଲିଂ ଶୈଳୀ ପ୍ରଭାବିତ କରିପାରି ନ ଥାଏ। ତେବେ ମେଘୁଆ ପାଗରୁ ବୋଲ୍ଟ ନିଶ୍ଚିତ ଭାବେ ସହାୟତା ପାଇବେ। ଘଣ୍ଟା ପ୍ରତି ୧୫୦ କି.ମି. ବେଗରେ ବୋଲିଂ କରୁଥିବା ନ୍ୟୁଜିଲାଣ୍ଡର ଅନ୍ୟତମ ଦ୍ରୁତ ବୋଲର ଲୋକି ଫର୍ଗୁସନ ମଧ୍ୟ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବେ। ଏହି ପିଚ୍‌ରେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଉଭୟ ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ତେଣୁ ନ୍ୟୁଜିଲାଣ୍ଡ ବୋଲରମାନେ ମଧ୍ୟ ଟ୍ରେଣ୍ଟ ବିଜ୍‌ର ଏହି ବାଉନ୍ସି ପିଚ୍‌ରୁ ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି। ଟ୍ରେଣ୍ଟ ବ୍ରିଜ୍‌ରେ ବହୁ ସଂଖ୍ୟାରେ ଭାରତୀୟ ଦର୍ଶକ ଉପସ୍ଥିତ ରହି ଟିମ୍‌ ଇଣ୍ଡିଆକୁ ଉତ୍ସାହିତ କରିବେ। ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା ଓ ଶିଖର ଧାଓ୍ବନ।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ମ୍ୟାଟ ହେନେରୀ, ଟମ୍‌ ଲାଥମ, କଲିନ ମୁନରୋ, ଜିମି ନିଶାମ, ହେନେରୀ ନିକୋଲ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଧୀ, ଟ୍ରେଣ୍ଟ ବୋଲ୍ଟ, କଲିନ୍‌ ଡି ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, ଟିମ୍‌ ସାଉଦି, ରସ୍‌ ଟେଲର ଓ ଟମ୍‌ ବ୍ଲଣ୍ଡେଲ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

T20 ବିଶ୍ୱକପରେ ଆଉ ଖେଳିବେନି ଏହି ୭ କିମ୍ବଦନ୍ତୀ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ସୁପର ୮ ରାଉଣ୍ଡ ଆରମ୍ଭ ହୋଇସାରିଛି। ଏହି ସମୟରେ, ଆମେ ୭ ଷ୍ଟାର…

ବର୍ଷା ଯୋଗୁ ମ୍ୟାଚ ଧୋଇଗଲେ ଏହି ନିମୟମରେ ହେବ ସେମିଫାଇନାଲର ନିଷ୍ପତ୍ତି, ବୁଝନ୍ତୁ ଏହି ଗଣିତ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରୁଛି। ଗତ ଶନିବାର (୨୧ ଫେବୃଆରୀ) ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri