Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମୁକାବିଲା

ଲଣ୍ଡନ,୩୦।୫(ଏଏଫ୍‌ପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଲଣ୍ଡନର କେନିଂଟନ ଓଭାଲ ଗ୍ରାଉଣ୍ଡରେ ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଇଂଲଣ୍ଡର ଗତ ୪ ବର୍ଷର ପରିଶ୍ରମ ଓ ରଣନୀତି ଏହି ମ୍ୟାଚ୍‌ରେ ପରୀକ୍ଷାର ସମ୍ମୁଖୀନ ହେବ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ବିଶ୍ୱକପ୍‌ର ୨୦୧୫ ସଂସ୍କରଣ ଇଂଲଣ୍ଡ ପ୍ରଥମ ରାଉଣ୍ଡରୁ ବିଦାୟ ନେଇ ସଂଘାତିକ ବିଫଳତାର ସମ୍ମୁଖୀନ ହୋଇ ଥିଲା। ଫଳରେ ଇଂଲଣ୍ଡ ଦିନିକିଆ ଫର୍ମାଟରେ ନିଜ ଆଭିମୁଖ୍ୟ ଓ ପ୍ରଦର୍ଶନରେ ପରିବର୍ତ୍ତନ ଆଣିବାକୁ ଗୁରୁତର ଭାବେ ଯୋଜନା କରିଥିଲା।
ଗତ ୪ ବର୍ଷ ମଧ୍ୟରେ ଦିନିକିଆ ଫର୍ମାଟରେ ଇଂଲଣ୍ଡର ଆଖିଦୃଶିଆ ପରିବର୍ତ୍ତନ ହୋଇଛି। ଇଅନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ଅଧିକାର କରିଛି। ଇଂଲଣ୍ଡ ଦୁଇଥର ଦିନିକିଆରେ ସର୍ବାଧିକ ଦଳୀୟ ସ୍କୋର ହାସଲ କରିଛି। ୬ ଉଇକେଟ ହରାଇ ଇଂଲଣ୍ଡ ୪୮୧ ରନ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛି। ଇଂଲଣ୍ଡ ବ୍ୟାଟିଂ ଲାଇନ୍‌ ଜବରଦସ୍ତ ରହିଛି। ଜାସନ ରଏ, ଜୋ ରୁଟ, ମୋର୍ଗନ ଓ ଡାଇନାମିକ୍‌ ଜୋସ ବଟଲର ଆଖି ପିଛୁଳାକେ ଇନିଂସରେ ଇନିଂସରେ ପରିବର୍ତ୍ତନ କରିପାରିବେ ଓ ପ୍ରତିପକ୍ଷ ଦଳର ବୋଲିଂ ଲାଇନକୁ ଧ୍ୱଂସ କରିବାର କ୍ଷମତା ରଖୁଛନ୍ତି। ପ୍ରତିପକ୍ଷ ଦଳ ୩୭୦ ରନ ସଂଗ୍ରହ କଲେ ମଧ୍ୟ ଆମେ ତାଙ୍କୁ ସଫଳତାର ସହ ଚେଜ୍‌ କରିପାରିବୁ ଓ ଏହି ବିଶ୍ୱାସ ଦଳ ନିକଟରେ ରହିଛି ବୋଲି ଇଂଲଣ୍ଡ ଲେଗ୍‌ ସ୍ପିନର ଆଦିଲ ରସିଦ କହିଛନ୍ତି। ଦଳ ଯେକୌଣସି ବଡ଼ ଟାର୍ଗେଟକୁ ଚେଜ୍‌ କରିପାରିବ ବୋଲି ଆମ ପାଖରେ ଆତ୍ମ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି। ଗତ ୪ ବର୍ଷ ହେବ ଆମେ ଯେଉଁ ଭଳି ପ୍ରଦଶନ କରିଆସିଛୁ ତାହାକୁ ଜାରି ରଖିବାକୁ ପ୍ରୟାସ କରିବୁ। ଏହା କାମରେ ଆସିବ ଓ ଆମେ ସଫଳ ହେବୁ ବୋଲି ରସିଦ କହିଛନ୍ତି। ଇଂଲଣ୍ଡର ଦିନିକିଆ ବିପ୍ଳବରେ ଅବଶ୍ୟ ରସିଦଙ୍କ ବଡ଼ ଭୂମିକା ରହିଛି।
ଅପରପକ୍ଷରେ ବିଶ୍ୱକପ୍‌ ଇତିହାସରେ ଦକ୍ଷିଣ ଆଫ୍ରିକା ଏକ ହତଭାଗ୍ୟ ଦଳ ଭାବେ ସାବ୍ୟସ୍ତ ହୋଇଛି। ଗତ ସଂସ୍କରଣରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପରାସ୍ତ ହୋଇଥିଲା। ଫଳରେ ଏଥର ଏହି ଦଳ କିଛି କରିଦେଖାଇବ ବୋଲି ଆଶା କରାଯାଉଛି। ଆୟୋଜକ ଦଳ ଇଂଲଣ୍ଡ ଉପରେ ନିଶ୍ଚିତ ଭାବେ ଅଧିକ ଚାପ ରହିବ ଏକଥା ଦକ୍ଷିଣ ଆଫ୍ରିକା କୋଚ୍‌ ଓଟିସ୍‌ ଗିବ୍‌ସନ ହୃଦୟଙ୍ଗମ କରିଛନ୍ତି। ଇଂଲଣ୍ଡ ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଓ ଯୁବ ପେସର ଷ୍ଟୁଆର୍ଟ ବ୍ରଡ ଏବେ ଦିନିକିଆରେ ବେଶି ସକ୍ରିୟ ନ ଥିଲେ ମଧ୍ୟ ଗିବ୍‌ସନ ଏହି ଦୁଇଙ୍କ କଥାକୁ ମନେ ପକାଇଛନ୍ତି। ଅତି ଖରପ୍‌ ଖେଳିଲେ ଇଂଲଣ୍ଡ ଏଥର ବିଶ୍ୱକପ୍‌ ହାସଲ କରିବାରେ ବିଫଳ ହେବ ବୋଲି ଏହି ଦୁଇ ବୋଲର ପୂର୍ବରୁ ମତ ରଖିଥିଲେ। ସତେ ଯେପରି ଇଂଲଣ୍ଡ ବିଶ୍ୱକପ୍‌ ଜିତିସାରିଛି, ଏହା ଏହି ଦୁଇଙ୍କ କଥାରୁ ମନେହେଉଛି ବୋଲି ସେ କହିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ତଥା ବିଶ୍ୱର ୧ ନମ୍ବର ଦଳ ବିପକ୍ଷରେ ଅବତୀର୍ଣ୍ଣ ହେବା ନିଶ୍ଚିତ ଭାବେ ଏକ ବଡ଼ କଥା ଓ ଏକ ଭଲ ଆରମ୍ଭ ବୋଲି ଗିବ୍‌ସନ କହିଛନ୍ତି। ଏହା ଦ୍ୱାରା ଆମେ ଆମର ଦକ୍ଷତା ଜାଣିପାରିବୁ ଓ ଆଗକୁ କଣ କରିବାକୁ ହେବ ତାହା ସ୍ଥିର କରିବୁ। ତେବେ ୧ ନମ୍ବର ଦଳ ହୋଇ ନ ଥିଲେ ମଧ୍ୟ ବିଶ୍ୱକପ୍‌ ଜିତିବାରେ ଆମର କୌଣସି ସମସ୍ୟା ନାହିଁ। ୧ ନମ୍ବର ଦଳ ହୋଇ ନ ଥିଲେ ମଧ୍ୟ ଗୋଟିଏ ଦଳ ବିଶ୍ୱକପ୍‌ ଚାମ୍ପିୟନ ହୋଇପାରିବ।
ଅଭିଜ୍ଞ ଏବି ଡିଭିଲର୍ସ ଅବସର ନେଇଥିବାରୁ ଦକ୍ଷିଣ ଆଫ୍ରିକା ତାଙ୍କ ଅନୁପସ୍ଥିତି ଅନୁଭବ କରିବ। ତେବେ ଦଳରେ ପ୍ରତିଭାସମ୍ପନ୍ନ କ୍ୱିଣ୍ଟନ ଡି କକ୍‌ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି। ଫାଫ୍‌ ଡୁପ୍ଲେସଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଏଥର କିଛ କରିଦେଖାଇବା ଲକ୍ଷ୍ୟରେ ରହିଛି। ଅଭିଜ୍ଞ ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ୍‌ କାନ୍ଧରେ ଆଘାତ ସମସ୍ୟା କାରଣରୁ ଏହି ମ୍ୟାଚ୍‌ ଖେଳିବେ ନାହିଁ। ଷ୍ଟେଇନ୍‌ଙ୍କ ବିନା ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ନିକଟ ଅତୀତରେ ଖେଳିବାର ଅଭ୍ୟସ୍ତ ରହିଛି। ଯୁବ ଦ୍ରୁତ ବୋଲର କାଗିସୋ ରାବାଡ଼ା ଏବେ ବିଶ୍ୱର ଅଗ୍ରଣୀ ବୋଲର ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ବ୍ୟାକ୍‌ ଇଞ୍ଜୁରିରୁ ମୁକ୍ତ ହୋଇ ସେ ପଡିଆକୁ ଓହ୍ଲାଇବେ। ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ବିଶ୍ୱକପ୍‌ର ଏହି ଉଦ୍‌ଘାଟନୀ ମ୍ୟାଚ୍‌କୁ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶକ ଉପଭୋଗ କରିବେ ଓ ଏହା ବେଶ୍‌ ରୋମାଞ୍ଚକ ଓ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର, ଟମ୍‌ କୁରାନ, ଲିଆମ ଡସନ, ଲିଆମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ୍‌, ଜାସନ ରଏ, ବେନ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ୍‌।
ଦକ୍ଷିଣ ଆଫ୍ରିକା ଦଳ: ଫାଫା ଡୁପ୍ଲେସି (ଅଧିନାୟକ), ହାସିମ ଅମଲା, କ୍ୱିଣ୍ଟନ ଡିକକ୍‌, ଜେପି ଡୁମିନି, ଇମ୍ରାନ ତାହିର, ଏଡେନ ମାରକ୍ରାମ, ଡେଭିଡ ମିଲର, କ୍ରିସ୍‌ ମୋରିସ୍‌, ଲୁଙ୍ଗି ଏନ୍‌ଗିଡି, ଆଣ୍ଡିଲ ଫେଲୁକାଓ୍ବ, ଡ୍ବେନ ପ୍ରିଟୋରିୟସ୍‌, କାଗିସୋ ରବାଡ଼ା, ତାମରେଜ ସାମସି, ଡେଲ ଷ୍ଟେଇନ୍‌, ରାସି ଭାନ ଡେର ଡୁସେନ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri