Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମୁକାବିଲା

ଲଣ୍ଡନ,୩୦।୫(ଏଏଫ୍‌ପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଲଣ୍ଡନର କେନିଂଟନ ଓଭାଲ ଗ୍ରାଉଣ୍ଡରେ ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଇଂଲଣ୍ଡର ଗତ ୪ ବର୍ଷର ପରିଶ୍ରମ ଓ ରଣନୀତି ଏହି ମ୍ୟାଚ୍‌ରେ ପରୀକ୍ଷାର ସମ୍ମୁଖୀନ ହେବ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ବିଶ୍ୱକପ୍‌ର ୨୦୧୫ ସଂସ୍କରଣ ଇଂଲଣ୍ଡ ପ୍ରଥମ ରାଉଣ୍ଡରୁ ବିଦାୟ ନେଇ ସଂଘାତିକ ବିଫଳତାର ସମ୍ମୁଖୀନ ହୋଇ ଥିଲା। ଫଳରେ ଇଂଲଣ୍ଡ ଦିନିକିଆ ଫର୍ମାଟରେ ନିଜ ଆଭିମୁଖ୍ୟ ଓ ପ୍ରଦର୍ଶନରେ ପରିବର୍ତ୍ତନ ଆଣିବାକୁ ଗୁରୁତର ଭାବେ ଯୋଜନା କରିଥିଲା।
ଗତ ୪ ବର୍ଷ ମଧ୍ୟରେ ଦିନିକିଆ ଫର୍ମାଟରେ ଇଂଲଣ୍ଡର ଆଖିଦୃଶିଆ ପରିବର୍ତ୍ତନ ହୋଇଛି। ଇଅନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ଅଧିକାର କରିଛି। ଇଂଲଣ୍ଡ ଦୁଇଥର ଦିନିକିଆରେ ସର୍ବାଧିକ ଦଳୀୟ ସ୍କୋର ହାସଲ କରିଛି। ୬ ଉଇକେଟ ହରାଇ ଇଂଲଣ୍ଡ ୪୮୧ ରନ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛି। ଇଂଲଣ୍ଡ ବ୍ୟାଟିଂ ଲାଇନ୍‌ ଜବରଦସ୍ତ ରହିଛି। ଜାସନ ରଏ, ଜୋ ରୁଟ, ମୋର୍ଗନ ଓ ଡାଇନାମିକ୍‌ ଜୋସ ବଟଲର ଆଖି ପିଛୁଳାକେ ଇନିଂସରେ ଇନିଂସରେ ପରିବର୍ତ୍ତନ କରିପାରିବେ ଓ ପ୍ରତିପକ୍ଷ ଦଳର ବୋଲିଂ ଲାଇନକୁ ଧ୍ୱଂସ କରିବାର କ୍ଷମତା ରଖୁଛନ୍ତି। ପ୍ରତିପକ୍ଷ ଦଳ ୩୭୦ ରନ ସଂଗ୍ରହ କଲେ ମଧ୍ୟ ଆମେ ତାଙ୍କୁ ସଫଳତାର ସହ ଚେଜ୍‌ କରିପାରିବୁ ଓ ଏହି ବିଶ୍ୱାସ ଦଳ ନିକଟରେ ରହିଛି ବୋଲି ଇଂଲଣ୍ଡ ଲେଗ୍‌ ସ୍ପିନର ଆଦିଲ ରସିଦ କହିଛନ୍ତି। ଦଳ ଯେକୌଣସି ବଡ଼ ଟାର୍ଗେଟକୁ ଚେଜ୍‌ କରିପାରିବ ବୋଲି ଆମ ପାଖରେ ଆତ୍ମ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି। ଗତ ୪ ବର୍ଷ ହେବ ଆମେ ଯେଉଁ ଭଳି ପ୍ରଦଶନ କରିଆସିଛୁ ତାହାକୁ ଜାରି ରଖିବାକୁ ପ୍ରୟାସ କରିବୁ। ଏହା କାମରେ ଆସିବ ଓ ଆମେ ସଫଳ ହେବୁ ବୋଲି ରସିଦ କହିଛନ୍ତି। ଇଂଲଣ୍ଡର ଦିନିକିଆ ବିପ୍ଳବରେ ଅବଶ୍ୟ ରସିଦଙ୍କ ବଡ଼ ଭୂମିକା ରହିଛି।
ଅପରପକ୍ଷରେ ବିଶ୍ୱକପ୍‌ ଇତିହାସରେ ଦକ୍ଷିଣ ଆଫ୍ରିକା ଏକ ହତଭାଗ୍ୟ ଦଳ ଭାବେ ସାବ୍ୟସ୍ତ ହୋଇଛି। ଗତ ସଂସ୍କରଣରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପରାସ୍ତ ହୋଇଥିଲା। ଫଳରେ ଏଥର ଏହି ଦଳ କିଛି କରିଦେଖାଇବ ବୋଲି ଆଶା କରାଯାଉଛି। ଆୟୋଜକ ଦଳ ଇଂଲଣ୍ଡ ଉପରେ ନିଶ୍ଚିତ ଭାବେ ଅଧିକ ଚାପ ରହିବ ଏକଥା ଦକ୍ଷିଣ ଆଫ୍ରିକା କୋଚ୍‌ ଓଟିସ୍‌ ଗିବ୍‌ସନ ହୃଦୟଙ୍ଗମ କରିଛନ୍ତି। ଇଂଲଣ୍ଡ ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଓ ଯୁବ ପେସର ଷ୍ଟୁଆର୍ଟ ବ୍ରଡ ଏବେ ଦିନିକିଆରେ ବେଶି ସକ୍ରିୟ ନ ଥିଲେ ମଧ୍ୟ ଗିବ୍‌ସନ ଏହି ଦୁଇଙ୍କ କଥାକୁ ମନେ ପକାଇଛନ୍ତି। ଅତି ଖରପ୍‌ ଖେଳିଲେ ଇଂଲଣ୍ଡ ଏଥର ବିଶ୍ୱକପ୍‌ ହାସଲ କରିବାରେ ବିଫଳ ହେବ ବୋଲି ଏହି ଦୁଇ ବୋଲର ପୂର୍ବରୁ ମତ ରଖିଥିଲେ। ସତେ ଯେପରି ଇଂଲଣ୍ଡ ବିଶ୍ୱକପ୍‌ ଜିତିସାରିଛି, ଏହା ଏହି ଦୁଇଙ୍କ କଥାରୁ ମନେହେଉଛି ବୋଲି ସେ କହିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ତଥା ବିଶ୍ୱର ୧ ନମ୍ବର ଦଳ ବିପକ୍ଷରେ ଅବତୀର୍ଣ୍ଣ ହେବା ନିଶ୍ଚିତ ଭାବେ ଏକ ବଡ଼ କଥା ଓ ଏକ ଭଲ ଆରମ୍ଭ ବୋଲି ଗିବ୍‌ସନ କହିଛନ୍ତି। ଏହା ଦ୍ୱାରା ଆମେ ଆମର ଦକ୍ଷତା ଜାଣିପାରିବୁ ଓ ଆଗକୁ କଣ କରିବାକୁ ହେବ ତାହା ସ୍ଥିର କରିବୁ। ତେବେ ୧ ନମ୍ବର ଦଳ ହୋଇ ନ ଥିଲେ ମଧ୍ୟ ବିଶ୍ୱକପ୍‌ ଜିତିବାରେ ଆମର କୌଣସି ସମସ୍ୟା ନାହିଁ। ୧ ନମ୍ବର ଦଳ ହୋଇ ନ ଥିଲେ ମଧ୍ୟ ଗୋଟିଏ ଦଳ ବିଶ୍ୱକପ୍‌ ଚାମ୍ପିୟନ ହୋଇପାରିବ।
ଅଭିଜ୍ଞ ଏବି ଡିଭିଲର୍ସ ଅବସର ନେଇଥିବାରୁ ଦକ୍ଷିଣ ଆଫ୍ରିକା ତାଙ୍କ ଅନୁପସ୍ଥିତି ଅନୁଭବ କରିବ। ତେବେ ଦଳରେ ପ୍ରତିଭାସମ୍ପନ୍ନ କ୍ୱିଣ୍ଟନ ଡି କକ୍‌ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି। ଫାଫ୍‌ ଡୁପ୍ଲେସଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଏଥର କିଛ କରିଦେଖାଇବା ଲକ୍ଷ୍ୟରେ ରହିଛି। ଅଭିଜ୍ଞ ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ୍‌ କାନ୍ଧରେ ଆଘାତ ସମସ୍ୟା କାରଣରୁ ଏହି ମ୍ୟାଚ୍‌ ଖେଳିବେ ନାହିଁ। ଷ୍ଟେଇନ୍‌ଙ୍କ ବିନା ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ନିକଟ ଅତୀତରେ ଖେଳିବାର ଅଭ୍ୟସ୍ତ ରହିଛି। ଯୁବ ଦ୍ରୁତ ବୋଲର କାଗିସୋ ରାବାଡ଼ା ଏବେ ବିଶ୍ୱର ଅଗ୍ରଣୀ ବୋଲର ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ବ୍ୟାକ୍‌ ଇଞ୍ଜୁରିରୁ ମୁକ୍ତ ହୋଇ ସେ ପଡିଆକୁ ଓହ୍ଲାଇବେ। ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ବିଶ୍ୱକପ୍‌ର ଏହି ଉଦ୍‌ଘାଟନୀ ମ୍ୟାଚ୍‌କୁ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶକ ଉପଭୋଗ କରିବେ ଓ ଏହା ବେଶ୍‌ ରୋମାଞ୍ଚକ ଓ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର, ଟମ୍‌ କୁରାନ, ଲିଆମ ଡସନ, ଲିଆମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ୍‌, ଜାସନ ରଏ, ବେନ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ୍‌।
ଦକ୍ଷିଣ ଆଫ୍ରିକା ଦଳ: ଫାଫା ଡୁପ୍ଲେସି (ଅଧିନାୟକ), ହାସିମ ଅମଲା, କ୍ୱିଣ୍ଟନ ଡିକକ୍‌, ଜେପି ଡୁମିନି, ଇମ୍ରାନ ତାହିର, ଏଡେନ ମାରକ୍ରାମ, ଡେଭିଡ ମିଲର, କ୍ରିସ୍‌ ମୋରିସ୍‌, ଲୁଙ୍ଗି ଏନ୍‌ଗିଡି, ଆଣ୍ଡିଲ ଫେଲୁକାଓ୍ବ, ଡ୍ବେନ ପ୍ରିଟୋରିୟସ୍‌, କାଗିସୋ ରବାଡ଼ା, ତାମରେଜ ସାମସି, ଡେଲ ଷ୍ଟେଇନ୍‌, ରାସି ଭାନ ଡେର ଡୁସେନ।


Enter your email to get our daily news in your inbox.

All Right Reserved By Dharitri.Com

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri