ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ଭେଟିବ ଓ୍ବେଷ୍ଟଇଣ୍ଡିଜ

ନଟ୍ଟିଂହାମ, ୬।୬- ଚଳିତ ଆଇସିସି ବିଶ୍ୱକପ୍‌ର ୧୦ମ ମ୍ୟାଚ୍‌ରେ ଗୁରୁବାର ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଉଭୟ ଦଳ ବିଶ୍ୱକପ୍‌ରେ ବିଜୟରୁ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଦଳ ବ୍ରିଷ୍ଟଲରେ ଖେଳାଯାଇଥିବା ମ୍ୟାଚ୍‌ରେ ୭ ଉଇକେଟ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ସେହିଭଳି ଓ୍ବେଷ୍ଟଇଣ୍ଡିଜ ମଧ୍ୟ ଏହାର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ୭ ଉଇକେଟ୍‌ରେ ସମାନ ବ୍ୟବଧାନରେ ହରାଇଥିଲା। ତେଣୁ ଉଭୟ ଦଳ ଏହି ମ୍ୟାଚ୍‌ରେ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି।
ଅଳ୍ପକେ ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିଥିବା ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ ଦଳକୁ ଡୋରେନ ବ୍ରାଭୋ, କ୍ରିସ ଗେଲ୍‌ଙ୍କ ପରି ବହୁ ଅଭିଜ୍ଞ ଖେଳାଳି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ ଓ୍ବେଷ୍ଟଇଣ୍ଡିଜ ଏକ ମଜଭୁତ୍‌ ଦଳ ଭାବେ ବିଶ୍ୱକପ୍‌ରେ ପ୍ରବେଶ କରିଛି। ସାଧାରଣତଃ ଏକ ଟି୨୦ ଭିତ୍ତିକ ଦଳ ଭାବେ ପରିଚିତ ଓ୍ବେଷ୍ଟଇଣ୍ଡିଜ ନଟ୍ଟିଂହାମ ପରି ଫ୍ଲାଟ୍‌ ପିଚ୍‌ରେ ବିସ୍ଫୋରକ ବ୍ୟାଟିଂ ପରି ସମାନ ଷ୍ଟ୍ରାଟେଜୀ ଆପଣେଇପାରେ। ପୂର୍ବରୁ ବିଶ୍ୱକପ୍‌ର ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ବୋଲିଂ ବାହିନୀକୁ ନିର୍ଧୁମ ପ୍ରହାର କରି ଓ୍ବେଷ୍ଟଇଣ୍ଡିଜ ୪୨୧ ରନ ସଂଗ୍ରହ କରିଥିଲା। ଗେଲ୍‌, ଏଭିନ୍‌ ଲୁଇସ, ସାଇ ହୋପ୍‌, ଆନ୍ଦ୍ରେ ରସେଲ, ସିମରନ ହେଟ୍‌ମେୟରଙ୍କ ପରି ବ୍ୟାଟ୍ସମ୍ୟାନଙ୍କୁ ନେଇ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ଦୃଢ଼ ରହିଛି। କିନ୍ତୁ ମିଚେଲ୍‌ ଷ୍ଟାର୍କ, ପ୍ୟାଟ୍‌ କୁମିନ୍ସ, ନାଥନ କ୍ଲଟର୍‌-ନିଲ, ଆଡାମ ଜାମ୍ପାଙ୍କ ପରି ଅଷ୍ଟ୍ରେଲିଆର ଏକ କ୍ୱାଲିଟି ବୋଲିଂ ବାହିନୀ ଓ୍ବେଷ୍ଟଇଣ୍ଡିଜ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
ଦୌଡ଼ରେ ରହିଥିବା ଅଷ୍ଟ୍ରେଲିଆ ବିଶ୍ୱକପ୍‌ ପୂର୍ବରୁ ଭାରତ ଓ ପାକିସ୍ତାନ ବିପକ୍ଷରେ ୮ଟି ଦିନିକିଆ ମ୍ୟାଚ୍‌ ଜିତିଥିଲା। ଆଫଗାନିସ୍ତାନକୁ ପ୍ରଥମ ମ୍ୟାଚ୍‌ରେ ହରାଇବା ପରେ ଦଳ ଅପରାଜେୟ ଧାରା ୯ରେ ପହଞ୍ଚତ୍ଛି। ଷ୍ଟିଭ ସ୍ମିଥ୍‌ ଓ ଡେଭିଡ୍‌ ଓ୍ବାର୍ନରଙ୍କ ପରି ଦକ୍ଷ ବ୍ୟାଟ୍ସମ୍ୟାନ ଏକ ବର୍ଷର ବ୍ୟବଧାନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ଅପ୍‌ ସୁଦୃଢ଼ ହୋଇଛି। ଅଧିନାୟକ ଆରୋନ୍‌ ଫିଞ୍ଚ୍‌ଙ୍କ ସମେତ ଗ୍ଲେନ ମ୍ୟାକ୍ସଓ୍ବେଲ, ମାର୍କସ ଷ୍ଟୋଇନିସ ବଡ଼ ଶଟ୍‌ ଖେଳିବାର କ୍ଷମତା ରଖିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ଅଷ୍ଟ୍ରେଲିଆ ବାଲାନ୍ସ ବହୁତ ଭଲ ରହିଛି। ତେଣୁ ଏଠାରେ ଏକ ରୋମାଞ୍ଚକ ମ୍ୟାଚ୍‌ ହେବ ବୋଲିଂ ଆଶା କରାଯାଉଛି।
ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ଡେଭିଡ୍‌ ଓ୍ବାର୍ନର, ଉସମାନ ଖ୍ବାଜା, ଷ୍ଟିଭ୍‌ ସ୍ମିଥ୍‌, ଶନ୍‌ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ବେଲ, ମାର୍କସ ଷ୍ଟୋଇନିସ, ଆଲେକ୍ସ କେରୀ, କେନ୍‌ ରିଚାର୍ଡଶନ୍‌, ପ୍ୟାଟ୍‌ କୁମିନ୍ସ, ନାଥନ କଲ୍ଟର-ନିଲ, ମିଚେଲ ଷ୍ଟାର୍କ, ଜାସନ ବେହରାନଡ୍ରଫ୍‌, ଆଡାମ ଜାମ୍ପା, ନାଥନ ଲିୟନ।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ ଗେଲ, ଏଭିନ୍‌ ଲୁଇସ୍‌, ଆନ୍ଦ୍ରେ ରସେଲ, ଆସଲେ ନର୍ସ, କାର୍ଲୋସ ବାର୍ଥଓ୍ବେଟ୍‌, ଡାରେନ ବ୍ରାଭୋ, କେମାର ରୋଚ୍‌, ନିକୋଲାସ ପୁରାନ, ସାଇ ହୋପ୍‌, ଶାନନ ଗ୍ରାବିଏଲ୍‌, ସେଲଡନ୍‌ କର୍ଟେଲ, ସିମରନ ହେଟ୍‌ମେୟର।


Enter your email to get our daily news in your inbox.

All Right Reserved By Dharitri.Com

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?