Posted inଖେଳ

ଆଇପିଏଲ୍‌ ୧୩

୨୦୦୮ ରୁ ଆରମ୍ଭ ହୋଇଥିବା ବିଶ୍ୱର ସର୍ବଶ୍ରେଷ୍ଠ ଟି୨୦ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମୟିର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ମାନସ ପ୍ରସ୍ତୁତ ରୂପେ ଜଣାଇଥିବା କ୍ରିକେଟର ଏହି ସଂକ୍ଷିପ୍ତ ଫର୍ମାଟ ଆଗରେ ବିଶ୍ୱର ଅନ୍ୟ ସମସ୍ତ ଟି୨୦ ପ୍ରତିଯୋଗିତା ଫିକା ପଡିଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ୧୨ତମ ସଂସ୍କରଣରେ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିବା ବେଳେ ଚଳିତ ସଂସ୍କରଣ ପାଇଁ ଫ୍ରାଞ୍ଚାଇଜ୍‌ ମାନଙ୍କ ଦ୍ୱାରା ଖେଳାଳି ନିଲାମ ପ୍ରକ୍ରିୟା ଏଥି ମଧ୍ୟରେ ଶେଷ ହୋଇଛି। ଏହି ପ୍ରଫେଶନାଲ ଟି୨୦ ଲିଗ୍‌ ପାଇଁ ଭାରତ ପ୍ରମୁଖ ୮ଟି ସହରର ଶ୍ରେଷ୍ଠ ଦଳ ଗୁଡିକ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଦଳଗୁଡିକ ମଧ୍ୟରେ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, କୋଲକତା ନାଇଟ ରାଇଡର୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ, ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ୍‌। ଲିଗ୍‌ର ମ୍ୟାଚ୍‌ଗୁଡିକ ଏମ୍‌ ଚିନାସ୍ବାମୀ ଷ୍ଟାଡିୟମ (ବେଙ୍ଗାଲୁରୁ) ଫିରୋଜ ଶାହା କୋଟଲା (ଦିଲ୍ଲୀ), ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ (ହାଇଦ୍ରାବାଦ), ହୋଲକାର କ୍ରିକେଟ ଷ୍ଟାଡିୟମ୍‌ (ଇନ୍ଦୋର), ସୱାଇ ମାନସିଂ ଷ୍ଟାଡିୟମ (ଜୟପୁର), ଇଡେନ୍‌ ଗାର୍ଡେନ କୋଲକତା। ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମ (ମୋହାଲି) ୱାଙ୍ଖଡେ ଷ୍ଟାଡିୟମ (ମୁମ୍ବାଇ), ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମ୍‌ (ପୁଣେ), ଏସ୍‌.ଏ ଚିଦାମ୍ବରମ ଷ୍ଟାଡିୟମ (ଚେନ୍ନାଇ)ରେ ଖେଳାଯିବ। ଚଳିତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ମେ ମାସ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ମେଗା ଟି୨୦ ପ୍ରତିଯୋଗିତା ରାଉଣ୍ଡ ରବିନ୍‌ ଏବଂ ନକ୍‌ ଆଉଟ୍‌ ପଦ୍ଧତିରେ ଖେଳାଯିବ। ଏଥିରେ ମୋଟ ୬୨ଟି ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ପ୍ରତ୍ୟେକ ଦଳ ପରସ୍ପର ସହିତ ଗ୍ରୁପ ପର୍ଯ୍ୟାୟରେ ୨ଥର ଖେଳିବାକୁ ଥିବା ବେଳେ ମୋଟ ୧୪ଟି ଲେଖାଏ ମ୍ୟାଚ ଖେଳିବେ। ଦଳଗୁଡିକ ୭ଟି ମ୍ୟାଚ ନିଜର ହୋମ ଭେନ୍ୟୁରେ ଖେଳିବା ସହିତ ୭ଟି ମ୍ୟାଚ ଅନ୍ୟ ବା ଆଓ୍ବେ ଭେନ୍ୟୁରେ ଖେଳିବେ।
ଆଇପିଏଲ୍‌ର ଏହି ତ୍ରୟୋଦଶ ସଂସ୍କରଣ ପାଇଁ ୯୭୧ ଜଣ ଖେଳାଳିଙ୍କ ପଞ୍ଜୀକରଣ ହୋଇଥିବା ବେଳେ ୩୩୨ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ସେଥି ମଧ୍ୟରୁ ୧୮୬ ଜଣ ଭାରତୀୟ ଖେଳାଳି ରହିଥିବା ବେଳେ ୧୪୬ ଜଣ ବିଦେଶୀ ଖେଳାଳି ଭାଗ ନେଇଥିଲେ। ସେଥିମଧ୍ୟରୁ ୨୯ଜଣ ବିଦେଶୀ ଖେଳାଳି ବିଭିନ୍ନ ଫ୍ରାଞ୍ଚାଇଜ ମାନଙ୍କ ଦ୍ୱାରା ମନୋନୀତ ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତିଯୋଗିତାର ନିୟମ ଅନୁଯାୟୀ ଭାଗନେଇଥିବା ପ୍ରତ୍ୟେକ ଟିମ୍‌ ନିଜ ଦଳର ୧୮ ରୁ ୨୫ ଜଣ ଖେଳାଳି ରଖିପାରିବେ। ଗୋଟିଏ ଟିମ୍‌ ସର୍ବାଧିକ ୮ଜଣ ବିଦେଶୀ ଖେଳାଳିଙ୍କୁ ନିଜ ଦଳରେ ରଖିପାରିବେ ଏବଂ ନିଜର ପ୍ରତ୍ୟେକ ମ୍ୟାଚରେ ୪ଜଣ ବିଦେଶୀ ଖେଳାଳିଙ୍କୁ ଖେଳାଇ ପାରିବେ।
କୋଲକାତାରେ ଅନୁଷ୍ଠିତ ହୋଇଥିବା ଏହି ନିଲାମ ପ୍ରକ୍ରିୟା ଆଇପିଏଲ ଇତିହାସରେ ସବୁଠାରୁ କମ୍‌ ସମୟ ମଧ୍ୟରେ ସରିଥିବା ବେଳେ ଏହି ପ୍ରକ୍ରିୟାରେ ସମସ୍ତ ଫ୍ରାଞ୍ଚାଇଜ ମାନଙ୍କ ମଧ୍ୟରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ନଜର ରହିଥିବା ବେଳେ କିଛି ବିଦେଶୀ ଖେଳାଳିମାନଙ୍କ ଉପରେ ମଧ୍ୟ ଦୃଷ୍ଟି ରହିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଦେଶୀ ଖେଳାଳିଙ୍କ ମଧ୍ୟରେ ପେସ୍‌ ବୋଲର ମାନେ ଆଧିପତ୍ୟ ବିସ୍ତାର କରିଥିଲେ। ନିଲାମ ପ୍ରକ୍ରିୟାରେ ୬୨ ଜଣ ଖେଳାଳି ମୋଟ ୧୪୦.୩୦ କୋଟିରେ ବିଭିନ୍ନ ଫ୍ରାଞ୍ଚାଇଜ୍‌ମାନେ କ୍ରୟ କରିଥିଲେ। ଏହି ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ପେସ୍‌ ବୋଲର ପ୍ୟାଟ୍‌ କୁମିନ୍ସଙ୍କୁ ୧୫.୫ କୋଟି ଟଙ୍କାରେ କୋଲକାତା ନାଇଟ ରାଇଡର୍ସ କିଣି ଇତିହାସ ସୃଷ୍ଟି କରିଥିଲା। ଆଇପିଏଲ ଇତିହାସରେ ସେ ଏପର୍ଯ୍ୟନ୍ତ ସବୁଠାରୁ ଦାମୀ ଖେଳାଳୀର ମାନ୍ୟତା ପାଇଛନ୍ତି। ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ ସ୍ପିନର ପୀୟୂସ ଚାଓ୍ବଲା ସର୍ବାଧିକ ୬.୫ କୋଟିରେ କ୍ରୟ କରିଛି।
ଆଇପିଏଲ ର ଏହି ତ୍ରୟୋଦଶ ସଂସ୍କରଣରେ ସବୁଠାରୁ ୫ଜଣ ଦାମୀ ଖେଳାଳି ହେଲେ ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସ ୧୫.୫ କୋଟି (କୋଲକତା ନାଇଟ ରାଇଡର୍ସ), ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ୧୦.୭୫ କୋଟି (କିଙ୍ଗ୍ସ ଇଲେଭେନ ପଞ୍ଜାବ), ସାଉଥ ଆଫ୍ରିକାର କ୍ରିସ୍‌ ମୋରିସ ୧୦କୋଟି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର), ୱେଷ୍ଟଇଣ୍ଡିଜର ସେଲଡ୍ରନ କଟ୍ରେଲ ୮.୫କୋଟି (କିଙ୍ଗ୍ସ ଏକାଦଶ ପଞ୍ଜାବ) ଏବଂ ନାଥାନ୍‌ କୁଲ୍ଟର ନାଇଲ (ମୁମ୍ବାଇ ଇଣ୍ଡିଆନ୍ସ) ୮କୋଟି। ଏଥର ଫ୍ରାଞ୍ଚାଇଜମାନେ ସ୍ପିନରଙ୍କ ଅପେକ୍ଷା ପେସ୍‌ ବୋଲରମାନଙ୍କୁ ପ୍ରାଧାନ୍ୟ ଦେଇଥିବାର ଲକ୍ଷ୍ୟ କରାଯାଇଛି। ଅନେକ ତାରକା ଖେଳାଳି ଫ୍ରାଞ୍ଚାଇଜମାନଙ୍କ ପ୍ରତ୍ୟାଖିତ ହୋଇଥିବା କ୍ରିକେଟ ପ୍ରେମୀମାନଙ୍କୁ ବେଶ୍‌ ଚକିତ କରିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଏଭିନ୍‌ ଲୁଇସ, ମାର୍ଟିନ ଗୁପ୍ଟିଲ, କଲିନ ଇନ୍‌ଗ୍ରାମ, ଚେତେଶ୍ୱର ପୂଜାରା, ଟିମ୍‌ ସୌଦି, ଆଡାମ ଜାମ୍ପା, ମୁସ୍ତାଫିଜୁର ରହେମନ୍‌, ମାର୍କ ଉଡ୍‌, ଲିଆମ ପ୍ଲଙ୍କେଟ, ବେନ୍‌ କଟିଂ, କାର୍ଲୋସ ବ୍ରାଥୱେଟ, କଲିନ ମୁନରୋ, କଲିନ ଗ୍ରାନ୍‌ଥୋମ, ୟୁସୁଫ ପଠାନ।
ଟୁର୍ନାମେଣ୍ଟରେ ମୋଟ ପୁରସ୍କାର ରାଶି ୫୦୦ ମିଲିୟନ ଟଙ୍କା ରଖାଯାଇଛି। ଚାମ୍ପିୟନ ଦଳକୁ ୨୦୦ ମିଲିୟନ ଟଙ୍କା ପ୍ରଦାନ କରାଯିବ। ସେହିପରି ପ୍ରଥମ ଓ ଦ୍ୱିତୀୟ ରନର୍ସ ଅପ୍‌ ଦଳକୁ ଯଥାକ୍ରମେ ୧୨୫ ମିଲିୟନ ଟଙ୍କା ଏବଂ ୮୭.୫ ମିଲିୟନ ଟଙ୍କା ପୁରସ୍କାର ପାଇବେ। ପ୍ରତ୍ୟେକ ଦଳ ସେମାନେ ପୁରସ୍କାର ରାଶିର ଅଧା ଖେଳାଳିମାନଙ୍କ ମଧ୍ୟରେ ବାଣ୍ଟିବାକୁ ବାଧ୍ୟତାମୂଳକ କରାଯାଇଛି। ବିରାଟ କୋହଲିଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶୁଭମ ଦୁବେ, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଉମେଶ ଯାଦବ, ନବଦୀପ ସାଇନୀଙ୍କ ପରି ଯୁବ ଭାରତୀୟ ଖେଳାଳିମାନଙ୍କୁ ସ୍ଥାନ ଦେଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ ମଧ୍ୟ ଯୁବ ଖେଳାଳିଙ୍କୁ ଗୁରୁତ୍ୱ ଦେଇଛି। ରାଜସ୍ଥାନ ରୟାଲ୍ସ ଇଂଲଣ୍ଡର ଅଲରାଉଣ୍ଡର ବେନ ୍‌ଷ୍ଟୋକ୍ସ, ଜୋସ ବଟଲର, ଷ୍ଟିଭ ସ୍ମିଥ, ସଞ୍ଜୁ ସାମସନ ପରି ପ୍ରତିଭାବାନ ଖେଳାଳିଙ୍କୁ ନେଇ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ। ଆଫଗାନିସ୍ଥାନର ମହମ୍ମଦ ନବୀ, ରସିଦ୍‌ ଖାନ, ମୁଜିବ୍‌ ଜଡ୍ରାନ୍‌ ପରି ଖେଳାଳିମାନେ ଫ୍ରାଞ୍ଚାଇଜମାନଙ୍କ ଦ୍ୱାରା ମନୋନୀତ ହୋଇଛ‘ି।
ଗତ ୧୨ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ୍‌ ଚମ୍ପିଅନ ହୋଇଥିବା ବେଳେ ଟାଇଟଲ ଦୌଡରେ ସର୍ବାଗ୍ରେ ରହିଛି। ଚେନ୍ନାଇ ସୁପର କିଙ୍ଗସ୍‌ ୩ଥର ଚାମ୍ପିୟନ ହୋଇଛି। ବିରାଟ କୋହଲି ଆଇପିଏଲ ଇତିହାସରେ ସର୍ବାଧିକ ୫୪୧୨ରନ୍‌ ସଂଗ୍ରହ କରିଥିବା ବେଳେ ଶ୍ରୀଲଙ୍କା ପେସ ବୋଲର ଲସିଥ୍‌ ମାଲିଙ୍ଗା ସର୍ବାଧିକ ୧୭୦ ଟି ଉଇକେଟ୍‌ ନେଇ ଆଗରେ ରହିଛନ୍ତି। ଆଉ ଏକ ରୋମାଞ୍ଚକର ଆଇପିଏଲ ଦେଖିବାକୁ କ୍ରିକେଟ୍‌ପ୍ରେମୀ ଅପେକ୍ଷା କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri