Posted inଖେଳ

ଆଇପିଏଲ୍‌ ମଝିରେ ଅବସର ନିଷ୍ପତ୍ତି ନେଲେ ଏହି କ୍ରିକେଟର୍‌

ୟୁଏଇ,୨୭।୯: ଆଇପିଏଲ ୨୦୨୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ଅଲରାଉଣ୍ଡର ମୋଇନ ଅଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଆଉ ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟ ଖେଳିବେ ନାହିଁ। ସେ ଖୁବ ଶୀଘ୍ର ଏକ ଆନୁଷ୍ଠାନିକ ଘୋଷଣା କରିବେ। ମୋଇନ ନିକଟରେ ଇଂଲଣ୍ଡର ଟେଷ୍ଟ ଅଧିନାୟକ ଜୋ ରୁଟ, କୋଚ କ୍ରିସ ସିଲଭରଉଡ ଏବଂ ଚୟନକର୍ତ୍ତାଙ୍କୁ ତାଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ସୀମିତ ଓଭର କ୍ରିକେଟ ଉପରେ ଧ୍ୟାନ ଦେବା ଉଦ୍ଦେଶ୍ୟରେ ମୋଇନ ଏହି ପଦକ୍ଷେପ ନେଇଛନ୍ତି। ୩୪ ବର୍ଷୀୟ ମୋଇନ ଇଂଲଣ୍ଡ ପାଇଁ ୬୪ଟି ଟେଷ୍ଟ ଖେଳିଛନ୍ତି।
ମୋଇନ ଆସନ୍ତା ମାସରେ ଟି -୨୦ ବିଶ୍ୱକପ ଏବଂ ଆସେସ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଦଳର ଜଣେ ସମ୍ଭାବ୍ୟ ସଦସ୍ୟ ଅଟନ୍ତି। ଏପରି ପରିସ୍ଥିତିରେ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରୁ ଦୂରରେ ରହିବାକୁ ପଡୁଛି, ଏହାକୁ ନେଇ ସେ ନିଜକୁ ଅସହଜ ମନେ କରୁଛନ୍ତି। ଏହି କାରଣରୁ ସେ କ୍ରିକେଟର ଲମ୍ବା ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସେ ସୀମିତ ଓଭର କ୍ରିକେଟରେ ଇଂଲଣ୍ଡ ପାଇଁ ଖେଳିବାକୁ ଆଗ୍ରହୀ ଏବଂ କାଉଣ୍ଟି କ୍ରିକେଟ ବ୍ୟତୀତ ଫ୍ରାଞ୍ଚାଇଜ କ୍ରିକେଟ ଖେଳିବା ଜାରି ରଖିବାକୁ ଚାହୁଁଛନ୍ତି। ସେ ଏପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଜାରି ରଖିବେ କି ନାହିଁ ସେ ନେଇ କୌଣସି ଠୋସ ନିଷ୍ପତ୍ତି ନେଇ ନାହାଁନ୍ତି।
ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟରେ ସେ ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର ଇୟାନ ବୋଥାମ, ଇମ୍ରାନ ଖାନ ଏବଂ ଗ୍ୟାରି ସୋବର୍ସଙ୍କ ଅପେକ୍ଷା କମ ମ୍ୟାଚରେ ୨୦୦୦ ଟେଷ୍ଟ ରନ ଏବଂ ୧୦୦ ଉଇକେଟ ନେଇଛନ୍ତି। ୬୪ଟି ଟେଷ୍ଟରେ ସେ ୧୯୫ ଉଇକେଟ ନେଇଛନ୍ତି ଏବଂ ଇଂଲଣ୍ଡ ପାଇଁ ସର୍ବାଧିକ ଉଇକେଟ ନେଇଥିବା ତାଲିକାରେ ୧୬ତମ ସ୍ଥାନରେ ଅଛନ୍ତି। ତାଙ୍କ ଟେଷ୍ଟ କ୍ୟାରିୟରରେ ସେ ଦୁନିଆର ତୃତୀୟ ଶ୍ରେଷ୍ଠ ଅଲରାଉଣ୍ଡର ମଧ୍ୟ ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କର ୫ ଶତକ ଏହାର ପ୍ରମାଣ। ଏଥିରୁ ସେ ୨୦୧୬ରେ ୪ଟି ଶତକ ମାରିଥିଲେ। ସେ ଏପର୍ଯ୍ୟନ୍ତ ୬୪ଟି ଟେଷ୍ଟରେ ୨୯୧୪ ରନ ସହ ୧୯୫ ଉଇକେଟ ନେଇଛନ୍ତି। ସେ ଟେଷ୍ଟରେ ୧୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଟେଷ୍ଟରେ ୧୦ ଓ ୫ ଥର ପାଞ୍ଚଟି ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri