Posted inଖେଳ

ଆଇପିଏଲ୍‌ ଗଭର୍ନିଂ କାଉନସିଲ ବୈଠକ: ଖେଳାଳି ବଦଳ ନିୟମ ନେଇ ଆଲୋଚନା ହେବ

ନୂଆଦିଲ୍ଲୀ,୫।୧୧(ପି.ଟି.)- ମୁମ୍ବାଇରେ ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଗଭର୍ନିଂ କାଉନସିଲ ବୈଠକ ବୁଧବାର ବସିବାକୁ ଯାଉଛି। ଆଇପିଏଲକୁ ଅଧିକ ରୋମାଞ୍ଚକ କରିବା ପାଇଁ ଏକ ନୂଆ ନିୟମ ଲାଗୁ କରିବା ନେଇ ଏହି ବୈଠକରେ ଆଲୋଚନା ହେବ। ଖେଳାଳି ବଦଳ ନିୟମ ନେଇ ମଧ୍ୟ ଏଥିରେ ଆଲୋଚନା ହେବ। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନବ ନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ଅନ୍ତିମ ନିଷ୍ପତ୍ତି ନେବେ।
ଏହି ନୂଆ ନିୟମକୁ ‘ପାଓ୍ବାର ପ୍ଲେୟାର’ କନ୍‌ସେପ୍ଟ ବୋଲି କୁହାଯାଉଛି। ଏହି କନ୍‌ସେପ୍ଟ ଅନୁସାରେ ଅନ୍ତିମ ଏକାଦଶରେ ସ୍ଥାନ ପାଇ ନ ଥିବା ଖେଳାଳି କୌଣସି ଉଇକେଟ ପତନ ପରେ ବ୍ୟାଟିଂ କରିବାକୁ ଆସିପାରିବେ। ସେହିପରି କୌଣସି ଓଭର ଶେଷ ହେବାପରେ ଅନ୍ତିମ ଏକାଦଶରେ ସ୍ଥାନ ପାଇ ନ ଥିବା ଖେଳାଳି ବୋଲିଂ କରିବାକୁ ପଡିଆକୁ ଆସିପାରିବେ। ମ୍ୟାଚ୍‌ର ଯେକୌଣସି ମୁହୂର୍ତ୍ତରେ ଦଳଗୁଡିକୁ ଏଭଳି ଖେଳାଳି ବଦଳ କରିବାର ଅଧିକାର ମିଳିବ। ଏ ସଂକ୍ରାନ୍ତରେ ଗାଙ୍ଗୁଲି ଅନ୍ତିମ ନିଷ୍ପତ୍ତି ନେବେ। ତେବେ ଏହା ପୂର୍ବରୁ ବିଭିନ୍ନ ଦୃଷ୍ଟିକୋଣକୁ ଆଖିଆଗରେ ରଖି ବିଚାର କରାଯିବ। ଗଭର୍ନିଂ କାଉନସିଲ ବୈଠକରେ ଗାଙ୍ଗୁଲି ଏ ନେଇ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଓ ଅନ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିବେ। ଏ ନେଇ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏଭଳି ଆକସ୍ମିକ ଖେଳାଳି ବଦଳ ନିୟମ ମ୍ୟାଚ୍‌ ଫିକ୍ସର ଓ ବୁକିମାନଙ୍କୁ ସମସ୍ୟାରେ ପକାଇବ ବୋଲି କୁହାଯାଉଛି।
ଯଦି ଏହି ନିୟମ ଲାଗୁ ହୁଏ ତେବେ ଆଗାମୀ ୨୦୨୦ ଆଇପିଏଲ୍‌ ସଂସ୍କରଣରେ ପ୍ରତ୍ୟେକ ମ୍ୟାଚ୍‌ ଆରମ୍ଭ ସମୟରେ ଦଳଗୁଡିକ ୧୧ ଜଣ ଖେଳାଳିଙ୍କ ବଦଳରେ ୧୫ଜଣଙ୍କୁ ଦଳରେ ସାମିଲ କରିବ। ଅର୍ଥାତ ଆବଶ୍ୟକ ପଡିଲେ ଅନ୍ତିମ ଏକାଦଶରେ ସାମିଲ ହୋଇ ନ ଥିବା ଜଣେ ଖେଳାଳି ଆବଶ୍ୟକ ସ୍ଥଳେ ବୋଲିଂ କିମ୍ବା ବ୍ୟାଟିଂ କରିବାର ସୁଯୋଗ ପାଇବ। ଉଦାହରଣ ସ୍ବରୂପ ଶେଷ ଓଭର ବା ଅନ୍ତିମ ୬ ବଲ୍‌ରେ ବିଜୟ ପାଇଁ ୨୦ ରନ ଆବଶ୍ୟକ ହେଉଥିବା ବେଳେ ଯଦି ଏକ ଦଳର ଡଗ୍‌ ଆଉଟ୍‌ରେ ଆନ୍ଦ୍ରେ ରସେଲ ବସିଥିବେ ଓ ଅନ୍ତିମ ଏକାଦଶରେ ସ୍ଥାନ ପାଇ ନ ଥିବେ ତେବେ ଏହି ନିୟମ ଦ୍ୱାରା ସେ ବ୍ୟାଟିଂ କରିବାର ସୁଯୋଗ ପାଇବେ। ସେହିପରି ଅନ୍ତିମ ଓଭରରେ ଗୋଟିଏ ଦଳ ୬ ରନକୁ ଡିଫେଣ୍ଡ କରିବାର ପରିସ୍ଥିତି ସୃଷ୍ଟି ହେଉଥିବ। ଯଶପ୍ରୀତ ବୁମ୍‌ରା ଅନ୍ତିମ ଏକାଦଶରେ ସ୍ଥାନ ପାଇ ନ ଥିବେ ଓ ସେ ଡଗ୍‌ ଆଉଟ୍‌ରେ ବସିଥିବେ। ଏପରି ସ୍ଥଳେ ସେ ଅନ୍ତିମ ଓଭର ବୋଲିଂ କରିବାର ସୁଯୋଗ ପାଇବେ। ଏହା ଦ୍ୱାରା ମ୍ୟାଚ୍‌ ଅଧିକ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri