ଆଇନଜୀବୀ ଦୀପାଳି ମୃତ୍ୟୁ ଘଟଣା:ଘଟଣା ଦିନ ପ୍ରେମିକଙ୍କ ସହ ଚିକେନ ଖାଇ ଲୁଡୁ ଖେଳିଥିଲେ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଆଇନଜୀବୀ ଦୀପାଳି ମୃତ୍ୟୁ ଘଟଣା ଦିନକୁ ଦିନ ଅଧିକ ରହସ୍ୟ ଘେରକୁ ଟାଣି ହୋଇଯାଉଛି। ଦୀପାଳି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ଲାଗିରହିଛି ସସ୍‌ପେନ୍ସ। ଏହି କ୍ରମରେ ମଙ୍ଗଳବାର ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଘଟଣା ଦିନ ଦୀପାଳି ଓ ତାଙ୍କ ପ୍ରେମିକ ବିକ୍ରମ କେଶରୀ ମିଶ୍ର ଦୋକାନରୁ ଚିକେନ୍‌ ଆଣି ରୋଷେଇ କରିଥିଲେ। ଦୁହେଁ ଖୁସିରେ ଖାଇବା ପରେ ଲୁଡୁ ଖେଳିଥିଲେ। କାରଣ ଉକ୍ତଦିନ ରାତି ପ୍ରାୟ ୯ଟାରେ ତାଙ୍କ ସାନ ଭଉଣୀ ଫୋନ୍‌ କରିବା ବେଳେ ଉଭୟେ ଲୁଡୁ ଖେଳୁଥିବା ଦୀପାଳି କହିଥିଲେ। ଏପରି କି ନିଜ ବାହାଘର ପାଇଁ ଏକ ଖାତାରେ ଭୋଜିର ତାଲିକା ପ୍ରସ୍ତୁତ କରୁଥିବା କହିଥିଲେ। ଏଥିରୁ ଦୀପାଳି କୌଣସି ଭାରାକ୍ରାନ୍ତ ନ ଥିବା ଭଳି ଲାଗୁଥିଲା ବୋଲି ସାନ ଭଉଣୀ କହିଛନ୍ତି। ମୃତ୍ୟୁ ପୂର୍ବରୁ ଦୀପାଳି ପିନ୍ଧିଥିବା ଚୁଡ଼ିର ଭଙ୍ଗାଅଂଶ ଘର ବାହାରେ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏହି ଭଙ୍ଗାଚୁଡ଼ିକୁ ମଙ୍ଗଳବାର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରିବା ବେଳେ ଜବତ କରିଛି। ଘର ଭିତର ଓ ବାହାର ସବୁ ସ୍ଥାନକୁ ଟିକିନିଖି ଯାଞ୍ଚ କରାଯାଇଛି। ସେହିପରି ବିକ୍ରମଙ୍କୁ ଧରିବା ପାଇଁ କମିଶନରେଟ ପୋଲିସର ୩ଟି ଟିମ୍‌ ବାଲେଶ୍ୱର, ଭଦ୍ରକ ଓ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି ବିକ୍ରମ ଧରାପଡ଼ିଲେ ଏହି ଘଟଣାର ଅନେକ ତଥ୍ୟ ପର୍ଦ୍ଦାଫାଶ ହୋଇପାରିବ।
ଦୀପାଳିଙ୍କ ବଡ ଭଉଣୀ କହିଛନ୍ତି, ବିକ୍ରମ ହିଁ ଦୀପାଳିଙ୍କୁ ହତ୍ୟା କରିଛନ୍ତି, ନହେଲେ ତାକୁ ମରିବା ପାଇଁ ବାଧ୍ୟ କରିଛନ୍ତି। ତେଣୁ ବିକ୍ରମଙ୍କୁ ଉପଯୁକ୍ତ ଶାସ୍ତି ମିଳିବା ଦରକାର। ସେହିପରି ସାନ ଭଉଣୀ ଶେଫାଳି କହିଛନ୍ତି, ସେଦିନ ଦୀପାଳି ସାଥିରେ ବିକ୍ରମ ଥିଲେ। ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ଉଠାଇ ନ ଥିଲେ। ମାତ୍ର ରାତି ୧. ୩୦ରେ ଦୀପାଳି ଆତ୍ମହତ୍ୟା କରିଥିବା ଜଣାଇଥିଲେ। ଦୀପାଳି ଆଇନଜୀବୀ ହୋଇଥିବାରୁ ମାନସିକ ଭାବେ ବେଶ୍‌ ଦୃଢ ଥିଲେ। ତେଣୁ ସେ ଆତ୍ମହତ୍ୟା କରି ନ ପାରନ୍ତି ବୋଲି ଶେଫାଳି ପ୍ରକାଶ କରିଛନ୍ତି। ଅପରପକ୍ଷେ ଦୀପାଳିଙ୍କ ମୃତ୍ୟୁରେ ମଙ୍ଗଳବାର ଭୁବନେଶ୍ୱର ବାର୍‌ ଆସୋସିଏଶନ ପକ୍ଷରୁ କୋର୍ଟ ପରିସରରେ ଶୋକସଭା କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri