ଆଇଟିଆଇର ପୁଣି ନୂଆ ଉଦ୍ଭାବନ: ପ୍ରସ୍ତୁତ କଲା ୟୁଭିସି ସୋଲ ସାନିଟାଇଜର

ବ୍ରହ୍ମପୁର ଅଫିସ,୯ା୬-କୋଭିଡ୍‌-୧୯ ମୁକାବିଲା ତଥା ସଂକ୍ରମଣରୁ କରୋନା ଯୋଦ୍ଧାଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଗୋଟିଏ ପରେ ଗୋଟିଏ ଉଦ୍ଭାବନକରି ଏବେ ସାରା ଦେଶରେ ବ୍ରହ୍ମପୁର ଆଇଟିଆଇ ଅନ୍ୟ ଆଇଟିଆଇ ପାଇଁ ଉଦାହରଣ ପାଲଟିଛି। ସୋମବାର ପୁଣି ଆଉ ଏକ ଉଦ୍ଭାବନ ପାଇଁ ଚର୍ଚ୍ଚାକୁ ଆସିଛି। ବ୍ରହ୍ମପୁର ଆଇଟିଆଇ କରୋନା ଯୋଦ୍ଧାଙ୍କ ପାଦ ତଥା ଜୋତାକୁ ସାନିଟାଇଜ କରିବା ନେଇ ଆଇଟିଆଇ ଉଦ୍ଭାବନ କରିଛି ୟୁଭିସି ସୋଲ ସାନିଟାଇଜର। ସୋମବାର ଆଇଟିଆଇ ପରିସରରେ ଓଡିଶା ସ୍କିଲ୍‌ ଡେଭଲପମେଣ୍ଟ ଅଥରିଟି ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚି ଭିଡିଓ କନଫେରେନ୍ସ ଯୋଗେ ଏହାର ଶୁଭାରମ୍ଭ କରିଥିଲେ। ଏହି ସାନିଟାଇଜର ଦ୍ୱାରା ମାତ୍ର ୮ ରୁ ୧୦ ସେକେଣ୍ଡ ମଧ୍ୟରେ ଜୋତାକୁ ସମ୍ପୂର୍ଣ୍ଣ ବିଶୋଧନ କରିହେବ। ଏହି ସାନିଟାଇଜର ମେଶିନରେ ସେନ୍ସର ଓ ଅତିବାଇଗଣି ରଶ୍ମୀର ବ୍ୟବହାର କରାଯାଇଛି। ଏହାର ପ୍ରସ୍ତୁତି ପାଇଁ ୬ ହଜାର ରୁ ୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଉଦ୍‌ଘାଟନ ଅବସରରେ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲକୁ ଅନୁଷ୍ଠାନର ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ ପ୍ରଥମ ୟୁଭିସି ସୋଲ ସାନିଟାଇଜର ମେଶିନ ପ୍ରଦାନ କରିଥିଲେ। ଏହି ଅବସରରେ ଆଇଜର ନିର୍ଦ୍ଦେଶକ କେ.ଭି. ଆର. ଚାରୀ, ଟାଟା କୋଭିଡ୍‌ ହସ୍ପିଟାଲ ନୋଡାଲ ଅଫିସର ଡ଼ା ଉମାଶଙ୍କର ମିଶ୍ରଙ୍କ ସମେତ ଆଇଟିଆଇର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଆଇଟିଆଇ ଇତିମଧ୍ୟରେ କୋଭିଡ୍‌-୧୯ ମୁକାବିଲା ପାଇଁ ଫେସ୍‌ସିଲ, ଏରସଲ ବକ୍ସ, ସ୍ବୟଂଚାଳିତ ହ୍ୟାଣ୍ଡ ସାନିଟାଇଜର, ପାଦ ଚାଳିତ ହ୍ୟାଣ୍ଡ ସାନିଟାଇଜର, ୟୁଭିସି ସାନିଟାଇଜର ମେଶିନ ଉଦ୍ଭାବନ କରି ସାରାଦେଶର ଅନ୍ୟ ଆଇଟିଆଇ ପାଇଁ ଉଦାହରଣ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri