ହ୍ରାସ ପାଉଛି ସହରାଞ୍ଚଳ ବେକାରି

ନୂଆଦିଲ୍ଲୀ,୯।୬: କୋଭିଡ୍‌-୧୯ ସଂକ୍ରମଣରୁ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାର ଲକଡାଉନ ଜାରି କରିଥିଲେ । ଏହି ସଂକ୍ରମଣର ଭୟାବହତା ପାଇଁ ସରକାର ନାନା କଟକଣା ମଧ୍ୟ ଲାଗୁ କଲେ । ଯାହାର ପ୍ରଭାବ ଦେଶର ଅର୍ଥନୀତି ଓ ବାଣିଜି୍ୟ କାରବାର ସହ ନିଯୁକ୍ତି ଉପରେ ପଡିଥିଲା । ଫଳରେ କରୋନା କଟକଣା ଓ ଆର୍ଥିକ ମାନ୍ଦବସ୍ଥା ପାଇଁ ବିଭିନ୍ନ ସଂସ୍ଥାରୁ ଆରମ୍ଭ ହୋଇଥିଲା ଛଟେଇ ପ୍ରକ୍ରିୟା । ଏହି ସଂକ୍ରମଣ ଜନିତ ବିଭିନ୍ନ କାରଣରୁ ଦେଶରେ ବେକାରି ସମସ୍ୟା ଦେଖା ଦେଇଥିବା ସମ୍ପର୍କରେ ସେଣ୍ଟର ଫର ଦ୍‌ ମନିଟରିଂ ଅଫ ଇଣ୍ଡିଆନ ଇକୋନମି(ସିଏମ୍‌ଆଇ୍‌ଈ) ସୂଚନା ଦେଇଛି। ଏହି ସଂସ୍ଥା ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି ଯେ, ଦେଶର ବେକାରି ହାର ୭ଜୁନ ସୁଦ୍ଧା ୧୭.୦୮% ରହିଛି । ସେହିଭଳି ଏହି ହାର ମେ ୩୧ ମଧ୍ୟରେ ୨୫.୧୪% ରହିଥିଲା । ବର୍ତ୍ତମାନ ସମୟରେ ଜାତୀୟ ହାର ଅନୁସାରେ ମେ ୩୧ ସୁଦ୍ଧା ସହରାଞ୍ଚାଳରେ ୨୦.୧୯% ବେକାରି ସମସ୍ୟା ରହିଥିବା ବେଳେ ତାହା ଜୁନ ୭ ସୁଦ୍ଧା ୧୭.୫୧%କୁ ଖସି ଆସିଛି।
ସେହିଭଳି ଗ୍ରାମାଞ୍ଚଳରେ ମେ ମାସରେ ୧୭.୯୨% ରହିଥିବା ବେଳେ ଜୁନ ୭ବେଳକୁ ଏହାର ହାର ୧୭.୭୧% ରହିିଥିବା ରିପୋର୍ଟରେ ପ୍ରକାଶ ପାଇଛି । ଲକଡାଉନ କାରଣରୁ ଦେଶରେ ସବୁ କିଛି ବନ୍ଦ ରହିଥିବା ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଥିବା ପ୍ରାଥମିକ ସର୍ଭେରୁ ଜଣାପଡିଥିବା ସଂସ୍ଥା ମତ ପ୍ରକାଶ କରିଛି । ସେହିଭଳି ମଧ୍ୟ କୁହାଯାଇଛି ଯେ, ଦେଶର ବାଣିଜି୍ୟକ କାରବାର ସହ କଳକାରଖାନା ଓ ହୋଟେଲ ଶିଳ୍ପ ଗୁଡିକ ଖୋଲିବା ସହ କାରବାର ବୃଦ୍ଧି ପାଇଲେ ଏହି ପରିସ୍ଥିତର ପରିବର୍ତ୍ତନ ଦେଖା ଦେଇପାରେ ବୋଲି ଆଶା କରାଯାଉଛି । ସହରାଞ୍ଚାଳରେ ସବୁ ବର୍ଗର କଳକାରଖାନ ସହ ବିଭିନ୍ନ ସଂସ୍ଥା ଖୋଲିବା ପରେ ଏହି ସ୍ଥିତିରେ ସୁଧାର ଆସିବା ନେଇ ରିପୋର୍ଟରେ ଉଲେଖ୍ୟ କରାଯାଇଛି । ସେହିଭଳି ଗ୍ରାମାଞ୍ଚଳରେ କ୍ଷୁଦ୍ର ଶିଳ୍ପ ଓ ମନରେଗା କାର୍ଯ୍ୟ ଶତ ପ୍ରତିଶତ ଆରମ୍ଭ ହୋଇଗଲେ ଏହି ସମସ୍ୟାର ସୁଧାର ଆସିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri