Posted inଖେଳ

ଆଇଏସ୍‌ଏଲ୍‌ ଅଧିକ ପେସାଦାର ହୋଇଛି: ହାବାସ

ମାରଗାଓ,୧୫।୩(ପି.ଟି.): ଏଟିକେ ଏଫ୍‌ସି ତୃତୀୟଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌) ଟାଇଟଲ ଜିତି ରେକର୍ଡ କରିଛି। ଦଳର ସଫଳତାରେ ବେଶ୍‌ ଖୁସି ହୋଇଛନ୍ତି ହେଡ୍‌ କୋଚ୍‌ ଆଣ୍ଟୋନିଓ ହାବାସ। ସେ ମଧ୍ୟ ଭାରତର ଏହି ଶ୍ରେଷ୍ଠ ଫୁଟବଲ ଲିଗ୍‌କୁ ବେଶ୍‌ ପ୍ରଶଂସା କରିଛନ୍ତି। ଗତ କେତେ ବର୍ଷ ମଧ୍ୟରେ ଆଇଏସ୍‌ଲେ ଅଧିକ ପେସାଦାର ହେବାରେ ସଫଳ ହୋଇଛି। ଅପେକ୍ଷାକୃତ ପ୍ରତିଭା ସମ୍ପର୍ଣ୍ଣ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ବିଭିନ୍ନ କ୍ଲବରେ ସାମିଲ ହେବା ଫଳରେ ଏହା ସମ୍ଭବ ହୋଇପାରିଛି। ପ୍ରଥମ ହେଡ କୋଚ୍‌ ଭାବେ ହାବାସ ଦୁଇଥର ନିଜ ଦଳକୁ ଆଇଏସଏଲ୍‌ ଚାମ୍ପିୟନ କରାଇ ବିରଳ ସଫଳତା ଅର୍ଜନ କରିଛନ୍ତି। ଫାଇନାଲରେ ଚେନ୍ନାଇନ୍‌ ଏଫ୍‌ସି ୩-୧ ଗୋଲରେ ହରାଇ ଏଟିକେ ଟାଇଟଲ ଜିତିଥିଲା। ତେବେ କରୋନା ଭାଇରସ ଆତଙ୍କ କାରଣରୁ ଫାଇନାଲ ମ୍ୟାଚ୍‌ ସମ୍ପୂର୍ଣ୍ଣ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିଲା। ଏଟିକେ ଟାଇଟଲ ଜିତିବା ଅପେକ୍ଷା କରୋନା ଭାଇରସ ବିରୋଧରେ ଲଢେଇ ଜାରି ରଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସ୍ବୀକାର କରିଛନ୍ତି।
ଯେତେବେଳେ ଆଇଏସ୍‌ଏଲ୍‌ର ପ୍ରଥମ ସଂସ୍କରଣ ଖେଳାଯାଇଥିଲା ସେତେବେଳେ କଥା ଅଲଗା ଥିଲା। କିନ୍ତୁ ଏବେ ଏହି ଲିଗ୍‌ ଅଧିକ ପ୍ରଫେସନାଲ ହୋଇଛି। ଏବେ ଅପେକ୍ଷାକୃତ ଅଧିକ ଭଲ କୋଚ, ଭଲ ଖେଳାଳି ଲିଗ୍‌ରେ ସାମିଲ ହୋଇଛନ୍ତି। ଲିଗ୍‌ରେ ମଧ୍ୟ ଅଧିକ ସଂଖ୍ୟାରେ ଦଳ ସାମିଲ ହୋଇଥିବା ବେଳେ ଅଧିକ ସଂଖ୍ୟାରେ ମ୍ୟାଚ୍‌ ଖେଳାଯାଉଛି। ଆଇଏସ୍‌ଏଲର ପ୍ରଥମ ଓ ଷଷ୍ଠ ସଂସ୍କରଣ ମଧ୍ୟରେ ତୁଳନା ନେଇ ପ୍ରଶ୍ନ ହେବା ପରେ ସେ ଏହି କଥା କହିଛନ୍ତି। ନିଶ୍ଚିତ ଭାବେ ଏହି ଟାଇଟଲ ଅଧିକ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପ୍ରଥମ ଟାଇଟଲ ମଧ୍ୟ ସମ ପାରିମାଣରେ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ତାହା ପ୍ରଥମ ଥିଲା। ଲିଗ୍‌ର ୬ ବର୍ଷର ଇତିହାସରେ ଏଟିକେ ସର୍ବାଧିକ ତୃତୀୟ ଟାଇଟଲ ଜିତିଛି। ଏଟିକେ ଏହା ପୂର୍ବରୁ ୧୦୧୪ ଓ ୨୦୧୬ରେ ଚାମ୍ପିୟନ ହୋଇଥିଲା। ସେହିପରି ଚେନ୍ନାଇ ଏଫିସି ୨୦୧୫ ଓ ୨୦୧୭-୧୮ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା।
ଦଳୀୟ ପ୍ରଦର୍ଶନକୁ ହାବାସ ଶ୍ରେୟ ଦେଇଛନ୍ତି। ଏହି ସଂସ୍କରଣରେ କେତେଜଣ ଆଗଧାଡିର ଖେଳାଳି ଇଞ୍ଜୁରିର ଶିକାର ହୋଇଥିଲେ। ଫଳରେ ଦଳର ଅଭିଯାନରେ ସମସ୍ୟା ସୃଷ୍ଟି ହୋଇଥିଲା। ପଡିଆ ଭିତରେ ଓ ପଡିଆ ବାହାରେ ଆମେ ଗୋଟିଏ ଗ୍ରୁପ୍‌ ହୋଇ ରହିଥାଉ। କାର୍ଲ ମ୍ୟାକହ୍ୟୁଗ ଓ ଅଗୁସ ଗାର୍ସିଆ ଇନିଗୁଏଜ ଇଞ୍ଜୁରି ହେବା କାରଣରୁ ଫାଇନାଲ ମ୍ୟାଚ୍‌ରେ ସମସ୍ୟା ଦେଖାଦେଇଥିଲା। ରଏ କ୍ରିଷ୍ଣାଙ୍କ ମଧ୍ୟ ସମସ୍ୟା ଥିଲା। ତେବେ ଦଳଗତ ପ୍ରଦର୍ଶନ ଆମକୁ ସଫଳତା ଦେଇଛି ବୋଲି ସେ କହିଛନ୍ତି। କୌଣସି ଖେଳାଳି ବ୍ୟକ୍ତିଗତ ସମସ୍ୟାର ସମ୍ମୁଖୀନ ହେଳେ ଦଳ ତାହାକୁ ମିଳିତ ଭାବେ ସାମ୍ନା କରିଥାଏ। ଏହି ସେସନରେ ଭାରତୀୟ ଓ ବିଦେଶୀ ଖେଳାଳିଙ୍କ ସମନ୍ବୟ ଓ ସନ୍ତୁଳନ ଅତି ସୁନ୍ଦର ଥିଲା। ତେବେ ଫାଇନାଲ ମ୍ୟାଚ୍‌ରେ ଦଳର ଖେଳାଳିମାନେ ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇନ ବିପକ୍ଷରେ ଭଲ ପ୍ରଦର୍ଶନ କରି ନ ଥିଲେ ଓ ନର୍ଭସ ଥିଲେ ବୋଲି ହାବାସ ସ୍ବୀକାର କରିଛନ୍ତି। ପ୍ରଥମାର୍ଦ୍ଧରେ ଆମର ପ୍ରଦର୍ଶନ ଅପେକ୍ଷାକୃତ ଭଲ ଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ କିଷ୍ଣା ଆହତ ହେବା ପରେ ଦଳ ନର୍ଭସ ହୋଇଯାଇଥିଲା ଓ ଆମର ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲା। ତେବେ ଏହା ସତ୍ତ୍ୱେ ଲଢୁଆ ମନୋବୃତ୍ତି ଯୋଗୁ ଜିତିବାରେ ସଫଳ ହେଲୁ।
ଏଟିକେ କ୍ଲବର ଲୋକମାନେ ମୋତେ ଭଲ ପାଆନ୍ତି। ଏଟିକେକୁ ମଧ୍ୟ ମୁଁ ସେତିକି ଭଲ ପାଏ। ପ୍ରଥମ ସଂସ୍କରଣଠାରୁ ଏଟିକେ ସହିତ ମୋର ସମ୍ପର୍କ ସ୍ବତନ୍ତ୍ର ରହିଆସିଛି ଓ ଏହା ଆଗକୁ ମଧ୍ୟ ଚାଲୁ ରହିବ। ଆମେ ଏକ ପରିବାର ଭଳି। ଏହା ନିଶ୍ଚିତ ଭାବେ ଏକ ବଡ଼ କଥା। ଏହା ହେଉଛି ଏଟିକେର ସଫଳତାର ରହସ୍ୟ ବୋଲି ହାବାସ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri