ଅହରହ ଗର୍ଜୁଛି ବେଆଇନ ବ୍ଲାଷ୍ଟିଂ

ଖୋର୍ଦ୍ଧା ଅଫିସ,୧୪।୩: ଖୋର୍ଦ୍ଧା ଜିଲାରେ ବଢି ଚାଲିଛି ବେଆଇନ ଖଣି ମାଫିଆଙ୍କ ଉତ୍ପାତ। ପାହାଡରେ ଅହରହ ଗର୍ଜୁଛି ବେଆଇନ ବ୍ଲାଷ୍ଟିଂ। ଧ୍ୱଂସ ପାଉଛି ପାହାଡ। ଏଥିଯୋଗୁ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ପାହାଡରେ ଥିବା ଔଷଧୀୟ ବୃକ୍ଷ ଲୋପ ପାଇବାକୁ ବସିଛି। ଅନ୍ୟପକ୍ଷରେ ମାଫିଆମାନେ ବାରୁଦ, ଜିଲୋଟିନ୍‌ ଓ ଡିନାମାଇଟ୍‌ ବ୍ୟବହାର କରି ବେଆଇନ ଭାବେ ଜିଲାର ଅନେକ ପାହାଡକୁ ବିସ୍ଫୋରଣ କରି ଚାଲିଛନ୍ତି। ଫଳରେ ପାହାଡ ତଳି ଅଞ୍ଚଳରେ ଥିବା ଜନବସତିରେ ଲୋକେ ମନୁଷ୍ୟ କୃତ ଅହରହ ଗର୍ଜନରେ ଆତଙ୍କିତ ହୋଇପଡିଛନ୍ତି। ପାହାଡ ତଳେ ବେଆଇନ କ୍ରଶର ଗଢି ଉଠିଛି। ଏହାର ଡଷ୍ଟରେ ପରିବେଶ ପ୍ରଦୂଷିତ ହେଉଛି। ଚାପ ପଡିବା ପରେ ସରକାରଙ୍କ ପକ୍ଷରୁ ଜିଲାର ବହୁ ମାଙ୍କଡା ପଥର, କଳାମୁମୁନି ପଥର ଖଣିକୁ ସିଲ୍‌ କରାଯାଇଥିଲା। ତେବେ କ୍ରଶର ମାଲିକମାନେ ଖଣି ଖନନ ବନ୍ଦ ଯୋଗୁ ଉପୁଜିଥିବା ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରିଥିଲେ। ଜିଲାରେ ଥିବା ୪୧ଟି ପଥର ଖଣି ମଧ୍ୟରୁ କେତେଗୋଟିରୁ ଖନନ କରିବାକୁ କ୍ରଶର ମାଲିକଙ୍କୁ ସ୍ବୀକୃତି ମିଳିଛି।
ସରକାରୀ କଟକଣା ନ ଥିବାରୁ ପାହାଡ ବ୍ଲାଷ୍ଟିଂ, ପରିବେଶ ଓ ଶବ୍ଦ ପ୍ରଦୂଷଣ, ଗଛକଟା ମାତ୍ରାଧିକ ପରିମାଣରେ ବଢି ଚାଲିଛି। ଏଥଯୋଗୁ ପରିବେଶ ଜଳ ଓ ସ୍ଥଳ ଭାଗ ପ୍ରଦୂଷଣ ହେଉଛି। ଏହାକୁ ସୁଧାରିବାରେ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଜନସାଧାରଣ ଓ ପଥର ମାଫିଆମାନେ ମଧ୍ୟ ସଚେତନ ହେଉନାହାନ୍ତି। ଅନ୍ୟପକ୍ଷରେ କ୍ରଶର ମାଲିକମାନେ ସରକାରୀ ନିୟମକୁ ଉଲ୍ଲଂଘନ କରୁଛନ୍ତି। ବେଆଇନ କ୍ରଶର ଥିବା ସ୍ଥଳରେ ଗଛ ଲଗାଇବା ସହ ଡଷ୍ଟ ନ ଉଡିବା ଲାଗି ପାଣି ସିଞ୍ଚନ କରିବାକୁ ନିୟମ ରହିଛି। ଗାଡି କିମ୍ବା ଟ୍ରକରେ ମେଟାଲ, ଗୋଡି, ବଜୁରି ଓ ପଥର ଡଷ୍ଟ ପରିବହନ ସମୟରେ ପାଲ ପକାଇବାକୁ ନିୟମ ରହିଛି। ହେଲେ ଏହି କଟକଣାକୁ କେହି ପାଳନ କରୁନାହାନ୍ତି। ଫଳରେ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ବଢି ଚାଲିଛି। ପାହାଡ ବ୍ଲାଷ୍ଟିଂ ଯୋଗୁ ଶତାଧିକ ଗଛ ସହ ଉପର ଭାଗରେ ଥିବା ଔଷଧୀୟ ବୃକ୍ଷ ଲୋପ ପାଇବାକୁ ବସିଛି। ସେହିପରି ଖଣି ମାଫିଆମାନଙ୍କ ପକ୍ଷରୁ ବେଆଇନ ବ୍ଲାଷ୍ଟିଂ କରାଯାଉଥିବା ବେଳେ ବାରୁଦ ନିଆଁରେ ପାହାଡ ତଳି ଅଞ୍ଚଳରେ ଥିବା ପ୍ରାକୃତିକ ଜଙ୍ଗଲଗୁଡିକ ଅଗ୍ନି ସଂଯୋଗ ହୋଇ ପୋଡିଯାଉଛି। ଏହି ସମ୍ପର୍କରେ ପରିବେଶବିତ୍‌ ରାଜ କିଶୋର ପାଣିଗ୍ରାହୀ କୁହନ୍ତି, ଜିଲାରେ ବିଭିନ୍ନ କାରଣକୁ ନେଇ ଗଛ ଧ୍ୱଂସ ହେବାରେ ଲାଗିଛି। ସେହି ପରିମାଣର ଗଛ ଲଗା ଯାଉନାହିଁ। ସରକାରଙ୍କ ଉଦାସୀନ ମନୋଭାବ ଯୋଗୁ ବେଆଇନ ଖଣି ଖାଦାନ ଉପରେ ଅଙ୍କୁଶ ଲାଗୁନି। ଫଳରେ ପରିବେଶ ପ୍ରଦୂଷଣକୁ ରୋକା ଯାଇପାରୁନାହିଁ। ସେହିପରି ତାପଙ୍ଗ ଅଞ୍ଚଳର ରାମଚନ୍ଦ୍ର ଖମାରୀ କୁହନ୍ତି, ପ୍ରକୃତି ଦତ୍ତ ପାହାଡ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଥିଲା। ପାହାଡ ଉପରୁ ଝରଣା ଆସି ଚାଷ ଉପଯୋଗୀ ଜମି ଗୁଡିକରେ ଜଳ ସେଚିତ ହେଉଥିଲା। ପାହାଡ ଉହାଡରେ ମଧ୍ୟ ଗ୍ରାମାଞ୍ଚଳରେ ପାଳିତ ହେଉଥିବା ଗୋରୁ ମଧ୍ୟ ସୁରକ୍ଷିତ ଭାବେ ଚରାବୁଲା କରି ପାରୁଥିଲେ। ସେହିପରି ପୂର୍ବକାଳରୁ ପାହାଡ ଉପରିସ୍ଥ ଭାଗରୁ ବିଭିନ୍ନ ପ୍ରକାରର ଔଷଧୀୟ ଗଛ ମିଳୁଥିଲା, ଯାହା କି ଗ୍ରାମାଞ୍ଚଳ ବୈଦ୍ୟ ଏହାକୁ ନେଇ ବିଭିନ୍ନ ଔଷଧ ତିଆରି କରୁଥିଲେ। ପାହାଡ ଧ୍ୱଂସ କାରଣରୁ ବୈଦ୍ୟମାନଙ୍କୁ ଆଉ ଔଷଧୀୟ ବୃକ୍ଷ ମିଳିନାହିଁ। ପାହାଡରୁ ପଥର କାଢିବା ଲାଗି ଅହରହ ବ୍ଲାଷ୍ଟିଂ ଚାଲିଛି। ପାଖରେ ଥିବା ଚାଷ ଜମିରେ ପଥର ଖଣ୍ଡ ପଡି ଏହା ଚାଷ ଉପଯୋଗୀ ହୋଇ ଆଉ ରହୁନାହିଁ। ଏ ସମ୍ପର୍କରେ ଅଭିଯୋଗ କରିବାକୁ ଜମି ମାଲିକମାନେ ଭୟ କରୁଛନ୍ତି। ହାତିଆ ପାହାଡ ମାଟିରେ ମିଶିବାକୁ ବସିଥିଲା ବେଳେ ତାହାକୁ ପ୍ରଶାସନ ପକ୍ଷରୁ ସିଜି କରାଯାଇଥିଲା। ଏବେ ପୁଣି ଏହାର ନିକଟବର୍ତ୍ତୀ ଅନେକ ପାହାଡ ଠିକ୍‌ ସେହିଭଳି ମାଟିରେ ମିଶିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri