ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କଲେ ଅତିରିକ୍ତ ଜିଲାପାଳ

ବନ୍ତ,୨୯।୩(ଡି.ଏନ୍‌.ଏ.): ଅତିରିକ୍ତ ଜିଲାପାଳ(ରାଜସ୍ବ) ଅରୁଣ କୁମାର ମହାପାତ୍ର ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କରିଛନ୍ତି। ନିଳୋକ ହାଇସ୍କୁଲସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାନୀୟ ଜଳ, ପାଇଖାନା, ବିଜୁଳି, ଔଷଧ ସମେତ ସାନିଟାଇଜେସନ୍‌, ସାମାଜିକ ଦୂରତା, ସଙ୍ଗରୋଧ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ଅନ୍ୟ ରାଜ୍ୟରୁ ଆସିଥିବା ୬୩ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ଜଣଙ୍କୁ ଆଇସୋଲେଶନରେ ରଖାଯାଇଥିବା ଦେଖିଥିଲେ। ସମସ୍ତ ବ୍ୟକ୍ତିଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରିବା, ଅନ୍ୟ ପଞ୍ଜୀକୃତ ବ୍ୟକ୍ତିଙ୍କ ପାଇଁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ ା ତଦାରଖ ବେଳେ ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ପଣ୍ଡା, ଜିଆର୍‌ଏସ୍‌ ପ୍ରଦୀପ ବିଶ୍ୱାଳ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

NEET ପରୀକ୍ଷା ପୂର୍ବରୁ ଭାରତରେ ଟେଲିଗ୍ରାମ୍ ବ୍ୟାନ୍: ସରକାରଙ୍କୁ ଘେରିଲେ ଟେଲିଗ୍ରାମ ସିଇଓ

ନୂଆଦିଲ୍ଲୀ,୧୭।୬: ଭାରତରେ ଟେଲିଗ୍ରାମ (Telegram) କୁ ସାମୟିକ ଭାବେ ବ୍ୟାନ କରାଯାଇଛି। NEET-UG ୨୦୨୬ ପୁନଃ-ପରୀକ୍ଷା ପୂର୍ୱରୁ କପି ଏବଂ ଗୁଜବ ବା ଭୁଲ ସୂଚନା ରୋକିବା…

‘I Am The Boss’… G-7 ମିଟିଂରେ ବଡ଼ ଘୋଷଣା କଲେ ଟ୍ରମ୍ପ! ସମସ୍ତେ କାବା

ନୂଆଦିଲ୍ଲୀ,୧୭।୬: ବୁଧବାର G-7 ନେତାମାନଙ୍କ ବୈଠକର ଶେଷ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଏକ ବିବୃତ୍ତି ଭାଇରାଲ ହେଉଛି। କ୍ଲିପରେ, ସମସ୍ତେ ବସିଥିବାବେଳେ…

ଅଭିଯୋଗ ଦେବାକୁ ଯାଇଥିବା ନାବାଳିକାଙ୍କୁ ଥାନାରେ ଧମକ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ବାରିପଦା/ମୋରଡ଼ା,୧୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ବିବାଦୀୟ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ ଅଭିଯୋଗ ଦେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଥାନାରେ ଧମକ ଦେବା ଘଟଣାକୁ…

କାଠରେ ରାମଦୋଳି ନିଜେ ପ୍ରସ୍ତୁତ କରନ୍ତି ଗାଁର ଯୁବତୀ-ଯୁବକ, ରଜ କୁଇନ୍‌ ପ୍ରତିଯୋଗିତାରେ ନେଲେ ଖୁବ୍‌ ମଜା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରଜ ମହୋତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭଞ୍ଜନଗର ପାତ୍ର କଲୋନୀରେ ୩ ଦିନ ବ୍ୟାପି ଚାଲିଥିବା ରଜ କୁଇନ୍‌…

‘ତୁମେମାନେ ପରଜୀବୀ, ଜେଲରେ ବନ୍ଦ…’; କକ୍ରୋଚ ପରେ ପୁଣି ବିବାଦୀୟ ବୟାନ ଦେଲେ CJI!

ନୂଆଦିଲ୍‌ଲୀ,୧୭।୬: ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା କିଛି ସମୟ ପୂର୍ୱରୁ ଦିଆଯାଇଥିବା ‘ଅସରପା’ (କକ୍ରୋଚ) ବୟାନକୁ ନେଇ ସାରା ଦେଶରେ ପ୍ରବଳ ହଙ୍ଗାମା…

ଗଛରେ ପିଟିହେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ପରଜଙ୍ଗ,୧୭ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ୍‌ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛରେ…

ରାସ୍ତାକଡ଼ରେ ପଡ଼ିଛି ମୁଣ୍ଡ ନ ଥିବା ମୃତଦେହ, ପାଖରେ ପଡ଼ିଛି ଚପଲ

ରାଜନଗର,୧୭ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ପଟ୍ଟାମୁଣ୍ଡାଇ ମୁଖ୍ୟ ତଳ ରାସ୍ତାର ମଦଭାଟିଠାରୁ କିଛି ଦୂରରେ ରାସ୍ତା ତଳକୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି।…

ଗର୍ଭବତୀଙ୍କ ମୃତ୍ୟୁ ନେଇ ଉତ୍ତେଜନା: ଡାକ୍ତରଙ୍କ ଉପରେ ଆକ୍ରମଣ କଲେ ସମ୍ପର୍କୀୟ

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏଥିସହ ଉକ୍ତ ମହିଳାଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri