ଅସରାଏ ବର୍ଷାରେ କଟକ ବେହାଲ : ଡ୍ରେନ୍‌ରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମିରହୁଛି

କଟକ ଅଫିସ,୧।୭ : ଅସରାଏ ବର୍ଷାରେ କଟକ ସହର ବେହାଲ ହୋଇପଡିଛି। ଗତ ଶନିବାର ହୋଇଥିବା ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିଲା। ଫଳରେ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ନଭେମ୍ବର ପୂର୍ବରୁ ଡ୍ରେନେଜ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ବାରମ୍ବାର କୁହାଯାଉଛି। ହେଲେ ଏ ପର୍ଯ୍ୟନ୍ତ ଡ୍ରେନେଜ ସଫେଇ ଶେଷ ହୋଇନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ଡ୍ରେନ୍‌ରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଜମି ରହୁଛି। ରବିବାର ସିଏମ୍‌ସି କମିଶନର ଅନନ୍ୟା ଦାସ ସହରର ରକ୍ସିଲେନ୍‌, ଦୋଳମୁଣ୍ଡାଇ, ଖାନ୍‌ନଗର ସ୍ଲୁଇସ ଗେଟ୍‌, ସଙ୍ଗମ ସିନେମା ହଲ୍‌ ରୋଡ୍‌, ମହତାବ ରୋଡ ସମେତ ଅନ୍ୟାନ୍ୟ ଅଞ୍ଚଳ ପରିଦର୍ଶନ କରି ବର୍ଷାଜଳ ନିଷ୍କାସନ ହେବା ପାଇଁ କେଉଁ ଜାଗାରେ ସମସ୍ୟା ଉପୁଜୁଛି ତାହା ଦେଖିଥିଲେ। ସହରରେ ଡ୍ରେନେଜ ସମସ୍ୟା ଯୋଗୁ ବର୍ଷାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଏ ନେଇ ଅଭିଯୋଗ ହେବା ପରେ ସିଏମ୍‌ସି କମିଶନର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ଡ୍ରେନେଜର କେଉଁ ଜାଗାରେ ପାଣି ଜମି ରହୁଛି, ଆବର୍ଜନା କଢା ହୋଇଛି କି ନାହିଁ ତାହାର ତଦାରଖ କରିବା ସହ ଏହାର ସମାଧାନ ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡ୍ରେନେଜର ଯେଉଁ ସ୍ଥାନରେ ସ୍ଲାବ ଭାଙ୍ଗି ଯାଇଛି ସେଠାରେ ନୂତନ ସ୍ଲାବ ପକାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଅନନ୍ୟା କହିଛନ୍ତି, ତୁରନ୍ତ ଡ୍ରେନେଜ ସମସ୍ୟାକୁ ଦୂର କରି ଲୋକଙ୍କୁ ଜଳ ସମସ୍ୟାରୁ ମୁକ୍ତ କରିବା ନିମନ୍ତେ ସିଏମ୍‌ସି ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛି। ଆଗାମୀ ବର୍ଷାକୁ ଯେପରି ମୁକାବିଲା କରାଯାଇପାରିବ ସେ ନେଇ ସିଏମ୍‌ସି ପ୍ରସ୍ତୁତ ରହିଛି। ଡ୍ରେନେଜର ଯେଉଁ ଛୋଟ ମୋଟ ସମସ୍ୟା ଲାଗି ରହିଛି ତାହା ତୁରନ୍ତ ସମାଧାନ କରାଯିବ। ବର୍ଷାଦିନରେ ଯେପରି ଲୋକେ ପାଣି ସମସ୍ୟାରୁ ନିବୃତ୍ତ ରହିବେ ସେ ନେଇ ଚେଷ୍ଟା ଜାରି ରହିଛି। ରବିବାର ବିଭିନ୍ନ ଅଞ୍ଚଳ ପରିଦର୍ଶନବେଳେ କମିଶନରଙ୍କ ସମେତ ସିଏମ୍‌ସି ଡେପୁଟି କମିଶନର ଦେବାଶିଷ ମହାନ୍ତି, ଇଞ୍ଜିନିୟର ଡି.ଆର୍‌. ତ୍ରିପାଠୀ, ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri