Posted inଖେଳ

ଅଷ୍ଟ୍ରେଲିଆର ଦ୍ୱିତୀୟ ବିଜୟ

ନଟିଂହାମ୍‌, ୭ା୬ (ପି.ଟି.)-ଷ୍ଟିଭ୍‌ ସ୍ମିଥ୍‌ ଓ ନାଥାନ କୁଲ୍‌ଟର ନାଇଲଙ୍କ ପ୍ରଭାବୀ ବ୍ୟାଟିଂ ଯୋଗୁ ସ୍ଥାନୀୟ ଟ୍ରେଣ୍ଟବ୍ରିଜ୍‌ଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ୧୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୨୮୯ ରନର ବିଜୟ ଲକ୍ଷ୍ୟକୁ ପିଛା କରିି ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ବିନିମୟରେ ୨୭୩ରନ କରିପାରିଥିଲା। ଦଳ ପକ୍ଷରୁ ଉଇକେଟକିପର ସାଇ ହୋପ୍‌ ସର୍ବାଧିକ ୬୮ ରନ କରିଥିବା ବେଳେ ଅଧିନାୟକ ଜାସନ ହୋଲ୍‌ଡର ୫୧ ଏବଂ ନିକୋଲାସ ପୁରାନ ୪୦ ରନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ସବୁଠାରୁ ସଫଳ ବୋଲର ମିଚେଲ ଷ୍ଟାର୍କ ୪୬ ରନ ବିନିମୟରେ ୫ଟି ଉଇକେଟ ଅକ୍ତିଆର କରିଥିଲେ। ଦଳର ଏହା ହେଉଛି କ୍ରମାଗତ ଦ୍ୱିତୀୟ ବିଜୟ। ଅଷ୍ଟ୍ରେଲିଆ ଏହାର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୭ ଉଇକେଟରେ ହରାଇ ଦେଇଥିଲା।
ସ୍ମିଥ୍‌ ଓ କୁଲ୍‌ଟର ନାଇଲ ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆକୁ ଆରମ୍ଭରେ ଓ୍ବେଷ୍ଟଇଣ୍ଡିଜ ଫାଷ୍ଟ ବୋଲରଙ୍କ ଶର୍ଟ ପିଚ୍‌ ଡେଲିଭରି ସାମ୍ନା କରିବା କଷ୍ଟସାଧ୍ୟ ହୋଇଥିଲା। ଟ୍ରେଣ୍ଟବ୍ରିଜ୍‌ ଟ୍ରାକ୍‌ରେ ବଲ୍‌ ଖୁବ୍‌ ବାଉନ୍ସ କରିବା ସହ ସୁଇମ୍‌ କରିଥିଲା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ସହଜରେ ପରାସ୍ତ କରିଥିବା ଅଷ୍ଟ୍ରେଲିଆ ଏହାର ପ୍ରଥମ ୮ ଓଭର ବ୍ୟାଟିଂରେ ମାତ୍ର ୩୮ ରନରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଆରୋନ୍‌ ଫିଞ୍ଚ୍‌ (୬), ଡେଭିଡ୍‌ ଓ୍ବାର୍ନର (୩), ଉସ୍‌ମାନ ଖ୍ବାଜା (୧୩) ଏବଂ ଗ୍ଲେନ ମାକ୍ସଓ୍ବେଲ (୦)ଙ୍କୁ ଶୀଘ୍ର କ୍ରିଜ୍‌ ଛାଡ଼ିବାକୁ ପଡ଼ିଥିଲା। କିନ୍ତୁ ସ୍ମିଥ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଲଢୁଆ ପ୍ରତ୍ୟାବର୍ତ୍ତନ କରିଥିଲା। ସେ ୧୦୩ ବଲରେ ୭୩ ରନ ସଂଗ୍ରହ କରିଥିବାବେଳେ କୁଲ୍‌ଟର ନାଇଲ ୬୦ ବଲରୁ ୯୨ ରନର ଏକ ଅବିଶ୍ୱସନୀୟ ଇନିଂସ ଖେଳିଥିଲେ। କୁଲ୍‌ଟର ନାଇଲ ୮ ଚୌକା ଓ ୪ ଛକା ଲଗାଇଥିଲେ। ବିଶ୍ୱକପ୍‌ରେ ୮ନମ୍ବର ବ୍ୟାଟ୍ସମ୍ୟାନ ହିସାବରେ ସର୍ବାଧିକ ରନ ସଂଗ୍ରହ କରିବାରେ ସେ ଏକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। କୁଲ୍‌ଟର ନାଇଲଙ୍କର ଏହା ୨୯ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଥିବାବେଳେ ପ୍ରଥମ ଅର୍ଦ୍ଧଶତକ ଥିଲା। ପୂର୍ବରୁ ତାଙ୍କର ସର୍ବାଧିକ ସ୍କୋର ୩୪ ରନ ଥିଲା। ୧୭ତମ ଓଭର ବେଳକୁ ଅଷ୍ଟ୍ରେଲିଆ ସ୍କୋର ୭୯/୫ ରହିଥିଲା। ସ୍ମିଥ୍‌ ଓ କୁଲଟର ନାଇଲଙ୍କ ପ୍ରଭାବୀ ବ୍ୟାଟିଂ ଯୋଗୁ ଦଳର ସ୍କୋର ୪୦ଓଭରରେ ୨୦୬/୬ରେ ପହଞ୍ଚତ୍ୟାଇଥିଲା। ଅନ୍ତିମ ୯ ଓଭରରେ ଅଷ୍ଟ୍ରେଲିଆ ୮୧ ରନ ଯୋଗ କରିଥିଲା। ଦଳ ୪୯ ଓଭରରେ ୨୮୮ରନ କରି ଅଲଆଉଟ ହୋଇଯାଇଥିଲା। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ କାର୍ଲୋସ ବ୍ରାଥଓ୍ବେଟ୍‌ ୩ଟି ଉଇକେଟ ଅକ୍ତିିଆର କରିଥିବାବେଳେ ଓଶାନେ ଥୋମାସ, ଶେଲଡନ କୋଟ୍ରେଲ ଓ ଆନ୍ଦ୍ରେ ରସେଲ ୨ଟି ଲେଖାଏ ଉଇକେଟ ନେଇଥିଲେ। କୁଲ୍‌ଟର ନାଇଲ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ: ୪୯ ଓଭରରେ ୨୮୮/ଅଲଆଉଟ (କୁଲ୍‌ଟର ନାଇଲ-୯୨, ସ୍ମିଥ୍‌-୭୩, ଆଲେକ୍ସ କାରେ-୪୫; ବ୍ରାଥ୍‌ଓ୍ବେଟ୍‌-୩/୬୭, ରସେଲ-୨/୪୧, କୋଟ୍ରେଲ-୨/୫୬, ଥୋମାସ୍‌-୨/୬୩)।
ଓ୍ବେଷ୍ଟଇଣ୍ଡିଜ: ୫୦ ଓଭରରେ ୨୭୩/୯ (ସାଇ ହୋପ୍‌-୬୮, ଜାସନ ହୋଲ୍ଡର-୫୧, ନିକୋଲାସ ପୁରାନ-୪୦; ମିଚେଲ ଷ୍ଟାର୍କ-୫/୪୬, ପ୍ୟାଟ୍‌ କୁମିନ୍ସ-୨/୪୧, ଆଡାମ ଜାମ୍ପା-୧/୫୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?