Posted inଖେଳ

ଅଷ୍ଟ୍ରେଲିଆ ଟୁର୍‌:ପରାଜୟ ସହ ଭାରତର ଅଭିଯାନ ଶେଷ

ପର୍ଥ, ୧୮।୫-ଅଷ୍ଟ୍ରେଲିଆ ଟୁର୍‌ରେ ପ୍ରାରମ୍ଭିକ ସଫଳତା ହାସଲ କରିଥିବା ଭାରତୀୟ ହକି ଦଳ ପରାଜୟ ସହ ଏହାର ଅଭିଯାନ ଶେଷ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦଳ ୨-୫ ଗୋଲରେ ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆଠାରୁ ହାରି ଯାଇଛି। ବିଜୟୀ ଦଳ ପକ୍ଷରୁ ଟ୍ରେଣ୍ଟ ମିଟ୍ଟନ ୧୧ ଓ ୨୪ ମିନିଟରେ ୨ଟି ଏବଂ ଫ୍ଲାଏନ୍‌ ଓଗିଲ୍‌ଭ ୩ୟ, ବ୍ଲାକ୍‌ ଗୋଭର୍ସ ୨୮ତମ ଓ ଟିମ୍‌ ବ୍ରାଣ୍ଡ ୪୩ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଭାରତ ପକ୍ଷରୁ ନିଳକାନ୍ତ ଶର୍ମା ୧୨ ଓ ରୂପିନ୍ଦରପାଲ ସିଂ ୫୩ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ।
ପ୍ରଥମ ମିନିଟରେ ହିଁ ଭାରତ ପାଇଁ ଅଗ୍ରଣୀ ସୁଯୋଗ ସୃଷ୍ଟି ହୋଇଥିଲା। ମାତ୍ର ଇଡି ଓକେନଡେନ ଏହାକୁ କ୍ଲିୟର କରି ଦେଇଥିଲେ। ସଙ୍ଗେସଙ୍ଗେ ଅଷ୍ଟ୍ରେଲିଆ ପ୍ରତିଆକ୍ରମଣ କରିଥିଲେ ହେଁ ଭାରତୀୟ ଗୋଲକିପର କ୍ରିଷ୍ଣନ ପାଠକ ଚମତ୍କାର ସେଭ୍‌ କରିଥିଲେ। ମାତ୍ର ଏହାର କିଛି ସେକେଣ୍ଡ ପରେ ଅର୍ଥାତ୍‌ ୩ୟ ମିନିଟରେ ଓଗିଲ୍‌ଭ ଗୋଲ ଦେଇ ଅଷ୍ଟ୍ରେଲିଆକୁ ଅଗ୍ରଣୀ କରାଇଥିଲେ। ୮ମ ମିନିଟରେ ଭାରତ ପାଇଁ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରଥିଲେ ମନଦୀପ ସିଂ। ମାତ୍ର ନିଳକାନ୍ତ ଶର୍ମା ବଲ୍‌କୁ ଠିକ୍‌ଭାବେ ଟ୍ରାପ୍‌ କରିପାରି ନ ଥିଲେ। ୧୦ମ ମିନିଟରେ ଅଷ୍ଟ୍ରେଲିଆ ପାଇଥିବା ପେନାଲ୍ଟି କର୍ନରକୁ ଭାରତୀୟ ଡିଫେଣ୍ଡରମାନେ ସଫଳତାର ସହ ପ୍ରତିହତ କରିଥିଲେ। ମାତ୍ର ଏହାର ୧ ମିନିଟ ପରେ ଗୁରିନ୍ଦର ସିଂଙ୍କ ତ୍ରୁଟିରୁ ଫାଇଦା ଉଠାଇ ଟ୍ରେଣ୍ଟ ମିଟ୍ଟନ ଗୋଲ ଦେବାସହ ଅଷ୍ଟ୍ରେଲିଆର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ତେବେ ଏହାପରେ ପ୍ରତିଆକ୍ରମଣ କରି ଭାରତ ସଫଳ ହୋଇଥିଲା। ୧୨ତମ ମିନିଟରେ ଗୁରସାହିବଜିତ ସିଂ ସର୍କଲ ଭିତରକୁ ଦେଇଥିବା ପାସ୍‌କୁ ନିଳକାନ୍ତ ଗୋଲରେ ପରିଣତ କରି ଭାରତ ପାଇଁ ଆଶା ସଞ୍ଚାର କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମୁକାବିଲା ଜୋରଦାର ହୋଇଥିଲା। ୧୯ତମ ମିନିଟରେ ମନଦୀପ ସିଂ ମାରିଥିବ ଶଟ୍‌ ଗୋଲପୋଷ୍ଟ ବାର୍‌ ଉପରେ ଚାଲି ଯାଇଥିଲା। ୨୩ତମ ମିନିଟରେ ବିବେକ ସାଗର ପ୍ରସାଦ ସର୍କଲ ଭିତରକୁ ପାସ୍‌ ଦେଇଥିଲେ ହେଁ ମନଦୀପ ତାକୁ ଠିକ୍‌ଭାବେ ନିୟନ୍ତ୍ରଣକୁ ଆଣିପାରି ନ ଥିଲେ। ଅନ୍ୟପକ୍ଷରେ ୨୪ତମ ମିନିଟରେ ଜୋଶୁଆ ସାଇମଣ୍ଡ୍ସଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ମିଟ୍ଟନ ଅଷ୍ଟ୍ରେଲିଆର ଅଗ୍ରଣୀକୁ ୩-୧ରେ ପହଞ୍ଚାଇ ଦେଇଥିଲେ। ୨୮ତମ ମିନିଟରେ ଗୁରିନ୍ଦର ସିଂ ପ୍ରତିପକ୍ଷ ଖେଳାଳିଙ୍କୁ ଟାଣି ଧରିବାରୁ ଫାଉଲ୍‌ ହୋଇଥିଲା ଏବଂ ଅଷ୍ଟ୍ରେଲିଆକୁ ପେନାଲ୍ଟି କର୍ନର ମିଳିଥିଲା। ବ୍ଲାକ୍‌ ଭୋଭର୍ସଙ୍କ ତୀବ୍ର ଶଟ୍‌ ଭାରତୀୟ ଗୋଲକିପର ପି.ଆର. ଶ୍ରୀଜେଶଙ୍କୁ ଚକ୍‌ମା ଦେଇଥିଲା। ଫଳରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୪-୧ ଗୋଲରେ ଆଗୁଆ ହୋଇ ଯାଇଥିଲା।
ତୃତୀୟ କ୍ୱାର୍ଟରରେ ବଲ୍‌ ଅଧିକାଂଶ ସମୟ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିଥିଲା। ୪୦ତମ ମିନିଟରେ ଗୋଭର୍ସ ଭାରତୀୟ ଡିଫେଣ୍ଡରଙ୍କୁ ଅତିକ୍ରମ କରିଥିଲେ ହେଁ ଟାର୍ଗେଟ୍‌ ମିସ୍‌ କରିଥିଲେ। ୪୩ତମ ମିନିଟରେ ଅର୍ମାନ କୁରେଶି ଭାରତ ପାଇଁ ଦ୍ୱିତୀୟ ଗୋଲ ଦେବା ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ଜୋହାନ ଡୁର୍ଷ୍ଟ ଚମତ୍କାର ସେଭ୍‌ କରି କୁରେଶିଙ୍କୁ ନିରାଶ କରିଥିଲେ। ମାତ୍ର ଏହାର କିଛି ସେକେଣ୍ଡ ପରେ ଅର୍ଥାତ୍‌ ସେହି ୪୩ତମ ମିନିଟରେ ଟିମ୍‌ ବ୍ରାଣ୍ଡ ଗୋଲ ଦେଇ ଅଷ୍ଟ୍ରେଲିଆକୁ ୫-୧ ଗୋଲରେ ଅଗ୍ରଣୀ କରାଇଥିଲେ। ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିବା ଭାରତ ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଭଲ ଖେଳିଥିଲା। ଦଳ ପକ୍ଷରୁ ଏକାଧିକ ସୁଯୋଗ ସୃଷ୍ଟି କରାଯାଇଥିଲେ ହେଁ ଅଷ୍ଟ୍ରେଲିଆ ଡିଫେଣ୍ଡରମାନେ ପ୍ରତିବନ୍ଧକ ସାଜିଥିଲେ। ୫୩ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ରୂପିନ୍ଦରପାଲ ସିଂ ଏହାକୁ ଗୋଲରେ ପରିଣତ କରିଥିଲେ। ଅବଶିଷ୍ଟ ସମୟ ଖେଳ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri