ଅଶୋକ ଦାସ ଫାଉଣ୍ଡେସନ୍‌ ପକ୍ଷରୁ ୨୬୦ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ

ଯାଜପୁର ଟାଉନ,୧୧-୯(ଡି.ଏନ୍‌.ଏ.)- ଅଶୋକ ଦାସ ଫାଉଣ୍ଡେଶନ୍‌ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କ୍ରମରେ ଯାଜପୁର ନିର୍ବାଚନମଣ୍ଡଳୀର ସୁଜନପୁର, ସିମିଳିଆ, ଜାଫରପୁର, ବେରୁଦା ଆଦି ୪ଟି ପଞ୍ଚାୟତରୁ ୨୬୦ଜଣ ଯୁବତୀଯୁବକ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। ଉକ୍ତ ରକ୍ତଦାତାଙ୍କୁ ମଙ୍ଗଳବାର ଅଶୋକ ଦାସ ଫାଉଣ୍ଡେଶନ ପକ୍ଷରୁ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉତ୍ସବରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ବରୀ ବିଧାୟିକା ସୁନନ୍ଦା ଦାସ ଅତିଥି ଭାବେ ଯୋଗଦେଇ ରକ୍ତର ଅଭାବରୁ କୌଣସି ରୋଗୀ ମୃତ୍ୟୁବରଣ କରିବେ ନାହିଁ ବୋଲି ସୂଚନା ଦେଇଥିଲେ। ଜିଲାରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ସଂଗ୍ରହ କରାଯାଇ ରକ୍ତ ଭଣ୍ଡାରରେ ସୁରକ୍ଷିତ ଅବସ୍ଥାରେ ରଖାଯିବା ଓ ରୋଗୀଙ୍କ ସେବାରେ ନିୟୋଜିତ କରାଯିବ। ଏହି ଜିଲାରେ ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତର ଅଭାବ ରହିବ ନାହିଁ ବୋଲି ବିଧାୟକ ଦାସ ପ୍ରକାଶ କରିଥିଲେ। ରକ୍ତ ସଂଗ୍ରହରେ ଯାଜପୁର ଜିଲା ଯେପରି ରାଜ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିବ ସେ ଦିଗରେ ପ୍ରାଧାନ୍ୟ ଦିଆଯାଉଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଜିଲାପାଳ ରଞ୍ଜନ କୁମାର ଦାସ ଯୋଗଦେଇ ଯାଜପୁର ଯାହା ଆଜି କରି ଦେଖାଉଛି ତାହା ୧୦୦ଦିନ ପରେ ଅନ୍ୟ ଜିଲାଗୁଡ଼ିକ କରିବାକୁ ପ୍ରୟାସ କରୁଛନ୍ତି। ଅସହାୟମାନଙ୍କ ଦଳ ନାହିଁ, ସମସ୍ତଙ୍କ ରକ୍ତ ଗୋଟିଏ ବୋଲି ମତବ୍ୟକ୍ତ କରି ରାଜନୈତିକ ବାଛ ବିଚାର ବ୍ୟତିରେକ ସାର୍ବଜନିନ ଭାବେ କାର୍ଯ୍ୟ କରିବା ପାଇଁ ଜିଲାପାଳ ଦାସ ପରାମର୍ଶ ଦେଇଥିଲେ। ଏସ୍‌ପି ଚରଣ ସିଂ ମୀନା ଏହି ଜିଲାକୁ ସୁନ୍ଦର ସ୍ବାସ୍ଥ୍ୟ ଓ ପରିବେଶ ସୁରକ୍ଷା ରଖିବା ପାଇଁ ପରାମର୍ଶ ଦେଇଥିଲେ। ରକ୍ତଦାତାଙ୍କ ଟୋପାଏ ରକ୍ତ ଅନ୍ୟର ଜୀବନକୁ ରକ୍ଷା କରିଥାଏ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ରେଡ଼କ୍ରସ ସୋସାଇଟିର ସମ୍ପାଦକ କୁଳମଣୀ ନାୟକ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଜୀବନ ବିନ୍ଦୁ ପକ୍ଷରୁ ସ୍ବରୂପ ଦାସ, ପୂର୍ବତନ ପୌରପାଳ ଭବପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri