Posted inଖେଳ

ଅଲିମ୍ପିକରେ ପଦକ ଜିତିବା ଲକ୍ଷ୍ୟ: ପାର୍ଥନା

ଭୁବନେଶ୍ୱର, ୨୭।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୬ଷ୍ଠ ଦିବସରେ ବୁଧବାର ପଞ୍ଜାବର ତୀରନ୍ଦାଜ ପାର୍ଥନା ସୋଲାଙ୍କି ରୌପ୍ୟ ପଦକ ଜିତିଛନ୍ତି। ମହିଳା ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେ ପାର୍ଥନା ଫାଇନାଲରେ ଅଳ୍ପକେ ପରାଜୟବରଣ କରିଥିଲେ। ଫାଇନାଲରେ ପାର୍ଥନାଙ୍କ ମୁକାବିଲା ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟର ଚର୍ଚ୍ଚିତ ତୀରନ୍ଦାଜ ପ୍ରିୟଙ୍କା ଥାକରନଙ୍କ ସହ ହୋଇଥିଲା। ଏଥିରେ ପ୍ରିୟଙ୍କା ୧୨୯-୧୨୮ ସ୍କୋରରେ ଜିତି ସ୍ବର୍ଣ୍ଣ ପଦକ ବାଜିମାତ୍‌ କରିନେଇଥିଲେ। ପୂର୍ବରୁ ପ୍ରିୟଙ୍କା ପୂର୍ବତନ ବିଶ୍ୱ ତୀରନ୍ଦାଜୀ ୟୁଥ୍‌ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ କୋମାଳିକା ବାରିଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ। ପରାଜୟ ସତ୍ତ୍ୱେ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବାକୁ ଦେଖିଥିବା ସ୍ବପ୍ନରୁ ଓହରି ନାହାନ୍ତି ପାର୍ଥନା।
ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ରୀ ଥିବା ପାର୍ଥନା ଏକ କୃଷକ ପରିବାରରୁ ଆସିଛନ୍ତି। ପ୍ରଥମେ ଇଣ୍ଡିଆନ ଆର୍ମିରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିବା ପାର୍ଥନା ପରେ ତୀରନ୍ଦାଜୀ କ୍ରୀଡ଼ାରେ ପ୍ରବେଶ କରନ୍ତି। ଗତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସେ ସ୍ବର୍ଣ୍ଣ ପଦକ ସଫଳତା ପାଇଥିଲେ। ବୁଧବାର ସେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣରେ ରୌପ୍ୟ ଜିତି ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ‘ଇଣ୍ଡିଆନ ଆର୍ମିରେ ଯୋଗ ଦେଇ ଦେଶ ପାଇଁ ସେବା ପାଇଁ ଲକ୍ଷ୍ୟ ରଖିଥିଲି। ଏବେ କିନ୍ତୁ ଅଲିମ୍ପିକରେ ଅଂଶଗ୍ରହଣ କରିବା ସହ ପଦକ ଜିତି ଦେଶ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛି’ ବୋଲି ୨୧ ବର୍ଷୀୟା ଏହି ଉଦୀୟମାନ ତୀରନ୍ଦାଜ କହିଛନ୍ତି। ତୀରନ୍ଦାଜୀରେ ଆଗକୁ ବଢ଼ିବା ପାଇଁ ପରିବାର ପକ୍ଷରୁ ସମର୍ଥନ ମିଳୁଥିବା କଥା ମଧ୍ୟ ସେ କହିଛନ୍ତି। ‘ମୋ ବାପା ଜଣେ କୃଷକ ଓ ମା ଜଣେ ଗୃହିଣୀ। ସେମାନେ ମୋତେ ସମସ୍ତ ପ୍ରକାର ଆବଶ୍ୟକୀୟ ଜିନିଷ ଯୋଗାଇ ଦେଇଥାନ୍ତି। କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରୁଥିଲେ ମଧ୍ୟ ଏହି ଖେଳରେ ଆଗକୁ ବଢ଼ିବା ଲାଗି ସମସ୍ତ ପ୍ରକାର ସହଯୋଗ ମୋ ପରିବାରରୁ ମିଳୁଛି। ଚଳିତ ବର୍ଷ ହେବାକୁ ଥିବା ସିନିୟର ପ୍ରତିଯୋଗିତାରେ ପଦକ ଜିତି ଅଲିମ୍ପିକରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି’ ବୋଲି ପଦକ ଜିତିବା ପରେ ପାର୍ଥନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ…

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ...

ଟି -୨୦ ବିଶ୍ୱକପ୍‌ ଦଳ: ଏହି ୨ ଖେଳାଳିଙ୍କ ଉପରେ ବିଶ୍ୱାସ କଲା ବୋର୍ଡ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ରୋହିତ ଶର୍ମାଙ୍କ...

ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ ଦଳରେ କେଉଁମାନେ ପାଇଲେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ଭାରତରେ କ୍ରିକେଟ...

ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ଲଣ୍ଡନ,୩୦।୪: ଇଂଲଣ୍ଡ କ୍ରିକେଟ ବୋର୍ଡ ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ପ୍ରାରମ୍ଭିକ ଦଳ ଘୋଷଣା କରିଛି। ଏହା ସହିତ ବୋର୍ଡ ପାକିସ୍ତାନ ବିପକ୍ଷ ଟି...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା

କେପଟାଉନ୍‌,୩୦।୪: ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି। ଆଫ୍ରିକା ଆଡେନ୍‌ ମାର୍କ୍ରାମଙ୍କୁ ଅଧିନାୟକ କରିଛି। ଆଜିକାଲି ମାର୍କାମ ଆଇପିଏଲ ୨୦୨୪ ରେ...

ବେବି ଆସିବେ…ଭାଇରାଲ ହେଲା ସାକ୍ଷିଙ୍କ ଇନଷ୍ଟା ଷ୍ଟୋରୀ

ନୂଆଦିଲ୍ଲୀ,୩୦।୪: ଆଇପିଏଲ ୨୦୨୪ର ୨୬ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ସେହି ମ୍ୟାଚ ସମୟରେ ଏମଏସ...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ଟି-୨୦ ବିଶ୍ୱକପ ପାଇଁ ଆଉ ବେଶୀ ଦିନ ବାକି ନାହିଁ। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ କମିଟି ଖୁବ ଶୀଘ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri