Posted inଖେଳ

ଅଲରାଉଣ୍ଡର ରେକର୍ଡ ଭାଙ୍ଗିଲେ ଗୌଥମ

ବାଙ୍ଗାଲୋର,୨୪।୮: କ୍ରୀଷ୍ଣପା ଗୌଥମ ଶୁକ୍ରବାର ବୋଧହୁଏ କ୍ରିକେଟ ଇତିହାସରେ ଶ୍ରେଷ୍ଠ ଅଲରାଉଣ୍ଡର ପ୍ରଦର୍ଶନ କରିଛନ୍ତି। କର୍ନାଟକ ପ୍ରିମିୟର ଲିଗ୍‌(କେପିଏଲ)ରେ ବଲାରି ଟସ୍କର୍ସ ପାଇଁ ଖେଳୁଥିବା ଡାହାଣହାତୀ ବ୍ୟାଟ୍ସମ୍ୟାନ ୩୯ ବଲରୁ ଶତକ ଲଗାଇଛନ୍ତି। ମୋଟ ଉପରେ ୫୬ ବଲ ଖେଳି ୧୩୪ ରନ୍‌ କରି ନଟ୍‌ଆଉଟ୍‌ ଥିଲେ। ତାଙ୍କ ଇନିଂସରେ ୧୩ ଛକା ଓ ୭ ଚୌକା ସାମିଲ ଥିଲା। ଏଥିସହ ସେ କେପିଏଲ ଗୋଟିଏ ଇନିଂସରେ ସର୍ବାଧିକ ଛକା ଲଗାଇବାର ରେକର୍ଡର ଅଧିକାରୀ ହୋଇଛନ୍ତି। ଏହାପରେ ବୋଲିଂରେ ସେ ଟି୨୦ ଇତିହାସର ଶ୍ରେଷ୍ଠ ସ୍ପେଲ ପକାଇଛନ୍ତି। ୪ ଓଭର ବୋଲିଂ କରିି ୧୫ ରନ୍‌ ବିନିମୟରେ ୮ ଉଇକେଟ ନେଇଥିଲେ। ତାଙ୍କର ଏଭଳି ଅଲରାଉଣ୍ଡିଂ ଶୋ ଯୋଗୁ ଶିବମୋଗା ଲାୟନ୍ସ ୭୦ ରନ୍‌ରେ ପରାଜୟ ବରଣ କରିଥିଲା। ଚଳିତ ମାସରେ ଭିଟାଲିଟି ବ୍ଲାଷ୍ଟ ମ୍ୟାଚ୍‌ରେ କଲିନ ଆକରମାନ୍ନ (୭/୧୮)ଙ୍କ ସ୍ପେଲଠାରୁ ଗୌଥମଙ୍କ ବୋଲିଂ ସ୍ପେଲ ଉନ୍ନତର। ହେଲେ ଏହାକୁ ଅଫିସିଆଲ ରେକର୍ଡ ବୁକ୍‌ରେ ସାମିଲ କରାଯିବ ନାହିଁ। କାରଣ ରାଜ୍ୟ ଟି୨୦ ଲିଗ୍‌କୁ ଏପର୍ଯ୍ୟନ୍ତ ଅଫିସିଆଲ ଟି୨୦ ମାନ୍ୟତା ମିଳି ନାହିଁ। ତେବେ ଗୌଥମଙ୍କ ପ୍ରଦର୍ଶନରେ କ୍ରିକେଟ ଜଗତ ଟୁଇଟର ଜରିଆରେ ଖୁସି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri