Posted inଖେଳ

ଅଲଗା ଅଧିନାୟକ, କୋଚ୍‌ ସପକ୍ଷରେ ପିସିବି

କରାଚି, ୨୨।୭ (ପି.ଟି.)- ଶେଷ ହୋଇଥିବା ଆଇସିସି ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ଓ କୋଚ୍‌ ନିଯୁକ୍ତ କରିବା ସପକ୍ଷରେ ରହିଛି। ପିସିବିର ଜୈନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ ଚଳିତ ମାସ ଅନ୍ତିମ ଭାଗରେ କ୍ରିକେଟ୍‌ କମିଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ଭିନ୍ନ ଫର୍ମାଟ୍‌ ଲାଗି ଅଲଗା ଅଧିନାୟକ ଓ କୋଚ୍‌ ରଖିବା ପାଇଁ ପ୍ରସ୍ତାବ ଦିଆଯିବ ଏବଂ ଏହା ଉପରେ ଆଲୋଚନା କରାଯିବ ବୋଲି ଏହି ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି। ‘ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନ ଟେଷ୍ଟ ଚାମ୍ପିୟନଶିପ୍‌ରେ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ବାଂଲାଦେଶ ଓ ଇଂଲଣ୍ଡ ବିପକ୍ଷରେ ୮ ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ତେଣୁ ଟେଷ୍ଟରେ କିପରି ଉନ୍ନତ ପ୍ରଦର୍ଶନ କରିହେବ ପିସିବି ଏହା ଉପରେ ଧ୍ୟାନ ଦେଉଛି। କିନ୍ତୁ ବୋର୍ଡ ବର୍ତ୍ତମାନ ଟେଷ୍ଟ ଓ ଦିନିକିଆ ପାଇଁ ଅଲଗା ଅଲଗା ଅଧିନାୟକ ଓ କୋଚ୍‌ ନିଯୁକ୍ତ କରିବାକୁ ଚିନ୍ତା କରୁଛି’ ବୋଲି ପିସିବିର ଏହି ଅଧିକାରୀ କହିଛନ୍ତି। ପିସିବି ମ୍ୟାନେଜିଂ ଡିରେକ୍ଟର ଓ୍ବାସିମ ଖାଁ ଓ କ୍ରିକେଟ୍‌ କମିଟିର ସଦସ୍ୟ ତଥା ପୂର୍ବତନ ଦ୍ରୁତ ବୋଲର ଓ୍ବାସିମ ଆକ୍ରମ ଚଳିତ ମାସ ପ୍ରାରମ୍ଭରେ ଲଣ୍ଡନରେ ପରସ୍ପରକୁ ଭେଟିଥିଲେ। ଏଥିରେ ଅଧିନାୟକ ସର୍ଫରାଜ ଅହମ୍ମଦ ଓ କୋଚ୍‌ ମିକି ଆର୍ଥରଙ୍କୁ ଆସନ୍ତାବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ସୀମିତ ଓଭର କ୍ରିକେଟ୍‌ରେ ସେମାନଙ୍କ ପଦ ବଜାୟ ରଖିବାକୁ ଆକ୍ରମ ପରାମର୍ଶ ଦେଇଥିଲେ। ପାକିସ୍ତାନ ବର୍ତ୍ତମାନ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ୬ଷ୍ଠ ଓ ଟି୨୦ରେ ଏକ ନମ୍ବର ସ୍ଥାନ ବଜାୟ ରଖିଛି। କିନ୍ତୁ ଟେଷ୍ଟ ମାନ୍ୟତାରେ ସର୍ଫରାଜ ଓ ଆର୍ଥର ଗତ ଅଢ଼େଇ ବର୍ଷ ମଧ୍ୟରେ ପ୍ରଭାବୀ ପ୍ରଦର୍ଶନ କରିପାରିନାହାନ୍ତି। ଆଇସିସି ଟେଷ୍ଟ ମାନ୍ୟତାରେ ପାକିସ୍ତାନ ବର୍ତ୍ତମାନ ୭ମ ସ୍ଥାନରେ ରହିଛି। େfତଣୁ ଧଳା ଓ ଲାଲ୍‌ ବଲ କ୍ରିକେଟ୍‌ରେ କୋଚ୍‌ ଓ ଅଧିନାୟକ ଅଲଗା ଅଲଗା ନିଯୁକ୍ତ କରିବାକୁ ପିସିସି ଚିନ୍ତା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ ନୂଆଦିଲ୍ଲୀ,୨।୫: ଖେଳାଳିମାନେ ପ୍ରାୟ ୩୫ ବର୍ଷ...

ଧୋନୀଙ୍କୁ ପଛରେ ପକାଇଦେଲେ ଗାଏକ୍ୱାଡ୍‌: ହାସଲ କଲେ ବଡ଼ ଉପଲବ୍ଧି

ଚଣ୍ଡିଗଡ,୨।୫: ଚେନ୍ନାଇ ସୁପର କିଙ୍ଗ୍ସକୁ ନିଜ ଘରୋଇ ପଡ଼ିଆରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୭ ଉଇକେଟରେ ଏକ ବଡ଼ ପରାଜୟରର ସମ୍ମୁଖୀନ ହେବାକୁ ପଡିଥିଲା। ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri