Posted inଖେଳ

ଅଲ ଇଂଲଣ୍ଡ ଟୁର୍ନାମେଣ୍ଟରୁ ଓହରିଲେ ଭାରତୀୟ ବ୍ୟାଡ୍‌ମଣ୍ଟନ ଖେଳାଳି

ନୂଆଦିଲ୍ଲୀ,୬।୩(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି କରୋନା ଭାଇରସ ଭୟରେ ଆସନ୍ତା ସପ୍ତାହରେ ହେବାକୁ ଥିବା ଅଲ ଇଂଲଣ୍ଡ ଚାମ୍ପିୟନଶିପ୍‌ ଇଭେଣ୍ଟରୁ ଓହରି ଯାଇଛନ୍ତି। ଏଚ୍‌ଏସ୍‌ ପ୍ରଣୟଙ୍କ ସମେତ ବିଶ୍ୱର ୧୦ମ ମାନ୍ୟତା ପ୍ରାପ୍ତ ପୁରୁଷ ଡବଲ୍ସ ଚିରାଗ ଶେଟି ଓ ସାତ୍ୱିକ ସାଇରାଜଙ୍କ ଯୋଡ଼ି ସମ୍ମାନଜନକ ଇଭେଣ୍ଟରେ ଖେଳିବେ ନାହିଁ। ଚଳିତ ସିଜନର ପ୍ରଥମ ସୁପର ୧୦୦୦ ଟୁର୍ନାମେଣ୍ଟ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଚଳିତ ମାସ ୧୧ ତାରିଖଠାରୁ ଆରମ୍ଭ ହେବ। କିଛି ଖେଳାଳି ନିଜ ନିଷ୍ପତ୍ତି ସମ୍ପର୍କରେ ବାଇ (ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ)କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି। ଏପର୍ଯ୍ୟନ୍ତ ଡବଲ୍ସ ଖେଳାଳି ଚିରାଗ ଶେଟି ଓ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ, ମନୁ ଅତ୍ରୀ ଓ ବି. ସୁମିଥ ରେଡ୍ଡୀ, ଏଚ୍‌ଏସ୍‌ ପ୍ରଣୟ, ସମୀର ବର୍ମା ଓ ସୌରଭ ବର୍ମା ଇଭେଣ୍ଟରୁ ଓହରି ଯାଇଛନ୍ତି। ଦେଶର ଟପ ସିଙ୍ଗଲ୍ସ ଖେଳାଳି ସାଇନା ନେହ୍ବାଲ, ପିଭି ସିନ୍ଧୁ, କିଡାମ୍ବି ଶ୍ରୀକାନ୍ତ, ଅଶ୍ୱିନୀ ପୋନାପ୍ପା ଓ ଏନ୍‌. ସିକି ରେଡ୍ଡୀ-ପ୍ରଣବ ଜେରୀ ଚୋପ୍ରା ଅଂଶଗ୍ରହଣ କରିବେ। କରୋନା ଭାଇରସ ଯୋଗୁ ୩,୧୦୦ ଲୋକେ ପ୍ରାଣ ହରାଇ ସାରିଥିବାବେଳେ ପ୍ରାୟ ୯୧ହଜାର ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ୟୁନାଇଟେଡ୍‌ କିଙ୍ଗ୍‌ଡମରେ ଆକ୍ରାନ୍ତ ସଂଖ୍ୟା ୯୦ରେ ପହଞ୍ଚିଛି। ସମସ୍ତ ଖେଳାଳି ଦୁବାଇ ଦେଇ ଇଂଲଣ୍ଡ ଗସ୍ତ କରିବାକୁ ଡରୁଛନ୍ତି। କାରଣ ଦୁବାଇ ବିଶ୍ୱର ଅନ୍ୟତମ ବ୍ୟସ୍ତ ବହୁଳ ବିମାନ ବନ୍ଦର। ଏଣୁ ସମ୍ଭାବନା ଅଧିକ ରହିଛି। କାନ୍ଧଜନିତ ଆହତ ସମସ୍ୟା ଯୋଗୁ ଚିରାଗ ଓ ସାତ୍ୱିକ ଗତ ୨୦୧୯ ସଂସ୍କରଣରେ ମଧ୍ୟ ଖେଳି ନ ଥିଲେ। ସମୀର, ପ୍ରଣୟ, ମନୁ-ସୁମିଥ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିଲେ। ସେହିଭଳି ସୌରଭ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri