ଅର୍ବାନ ବ୍ୟାଙ୍କ ଓ ଚିଟ୍‌ଫଣ୍ଡ ଜମାକାରୀ ହତାଶ : ଦାବି ପୂରଣ ନ ହେଲେ ୨୩ରେ ଆନ୍ଦୋଳନ

ବାରିପଦା ଅଫିସ,୬ା୧୨- ମୟୂରଭଞ୍ଜ ଜିଲା ବାରିପଦାଠାରେ ଥିବା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଦୀର୍ଘ ବର୍ଷ ହେବ ପରିଚାଳନାଗତ ତ୍ରୁଟି ଯୋଗୁ ବନ୍ଦ ହୋଇ ପଡ଼ିଛି। ଏହି ବ୍ୟାଙ୍କରେ ଜିଲାର କ୍ଷୁଦ୍ର ବ୍ୟବସାୟୀ, ଦିନ ମଜୁରିଆ ଓ ମଧ୍ୟବିତ୍ତ ଶ୍ରେଣୀୟ ଲୋକେ ନିଜ କଷ୍ଟ ଉପାର୍ଜିତ ଟଙ୍କା ଜମା ରଖୁଥିଲେ। ବ୍ୟାଙ୍କ ବନ୍ଦ ଥିବାରୁ ସେମାନେ ଟଙ୍କା ଫେରି ପାଉନାହାନ୍ତି। ଅନ୍ୟପକ୍ଷେ ବ୍ୟାଙ୍କ ପରିଚାଳନା ଦାୟିତ୍ୱରେ କେତେକ କର୍ମଚାରୀ ଜମାକାରୀଙ୍କ ଟଙ୍କାରେ ଭ୍ରମଣ କରିବା ସହିତ ବିଭିନ୍ନ ଅନିୟମିତତାରେ ଲିପ୍ତ ଅଛନ୍ତି। ଏଭଳି ଅଭିଯୋଗ କରିଛି ବଜରଙ୍ଗ ସେନା। ଏହା ବ୍ୟତୀତ ଜିଲାରେ ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥା ଟଙ୍କାକୁ ଦୁଇ ଗୁଣା କରିବା ଲୋଭ ଦେଖାଇ ଏଠାରେ କାର୍ଯ୍ୟାଳୟମାନ ଖୋଲିଥିଲେ ଏବଂ ରାତାରାତି ଲୋକଙ୍କ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏହି ଅର୍ବାନ ବ୍ୟାଙ୍କ ଓ ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ତୁରନ୍ତ ଫେରାଇବା ବ୍ୟବସ୍ଥା କରିବା ପାଇଁ ସେନା ଦାବି କରିଛି। ଗୁରୁବାର ସେନାର ଉପଦେଷ୍ଟା କୁମାର ମଙ୍ଗଳମଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ସୁଧା ଦେବ ସିଂଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପଠାଇଛନ୍ତି। ୧୫ ଦିନ ମଧ୍ୟରେ ରାଜ୍ୟ ସରକାର ଦାବି ପୂରଣ ପାଇଁ ପଦକ୍ଷେପ ନ ନେଲେ ସେନା ପକ୍ଷରୁ ଆସନ୍ତା ୨୩ ତାରିଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ପ୍ରତିନିଧି ଦଳରେ ଉପଦେଷ୍ଟା ଦିଲୀପ ଦାସ, ସେଖ ନାସିରୁଦ୍ଦିନ, ଜିଲା ସଭାପତି କାର୍ତ୍ତିକ ମହାନ୍ତ, ନୟନ କୁମାର ଦାସ, ବିଶ୍ୱଜିତ ଚାନ୍ଦ, ସନ୍ଦୀପ କୁମାର ମହାନ୍ତ, ସାଗର ପାତ୍ର, ରାଜେନ୍ଦ୍ର ବେହେରା, ସୁବ୍ରତ କୁମାର ମୁଖୀ, ଅଭିମନ୍ୟୁ ପରିଡା ପ୍ରମୁଖଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ କଟିବା ପରେ ସୂର୍ଯ୍ୟମଣିଙ୍କ ଘର ଆଗରେ ମେଳି

ଖଲ୍ଲିକୋଟ,୨୮ା୪(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକା ପ୍ରାର୍ଥୀ ରୂପେ ସୂର୍ଯ୍ୟମଣି ବୈଦ୍ୟଙ୍କ ନାମ ଘୋଷଣା ହୋଇଥିଲା କିନ୍ତୁ ଟିକେଟ୍‌ ପାଇଁ ନାମ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri