ଅର୍ଥନୀତିରେ ଆସନ୍ନ ଅପଚ୍ଛାୟା

ମାୟାଧର ନାୟକ

୨୦୦୮ ମସିହାର ଶେଷ ପର୍ଯ୍ୟାୟରେ ପ୍ରଚାରିତ ହେବାକୁ ଲାଗିଲା ଗୋଟାଏ ବିଶେଷ ବିସମ୍ବାଦ- ଅର୍ଥନୈତିକ ମାନ୍ଦାବସ୍ଥା। ଆମେରିକା କୁଆଡ଼େ ଦେବାଳିଆ ହେବାକୁ ବସିଲାଣି। ଆଉ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଏହାର ପ୍ରଭାବ ଓ ପ୍ରକୋପ ଭିତରେ ଭିତରେ ପଡ଼ି ସାରା ପୃଥିବୀ ବିଶେଷତଃ ଏସିଆ ମହାଦେଶର ରାଷ୍ଟ୍ରପୁଞ୍ଜର ଅର୍ଥନୈତିକ ଭିତ୍ତିଭୂମି ମୂଳପୋଛ ହେବାର ଭୟାବହ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ଏବେ କରୋନା ମହାମାରୀ ତା’ର କାୟା ବିସ୍ତାର କରି ଚାଲିଛି। ବିଭିନ୍ନ ଦେଶରେ କଳକାରଖାନା ବନ୍ଦ ହୋଇଆସିଲାଣି କିମ୍ବା ଧକେଇ ଧକେଇ ଚାଲିଛି। ପ୍ରବାସୀ ଶ୍ରମିକମାନେ ଜୀବିକା କ୍ଷେତ୍ର ଛାଡ଼ି ଘରମୁହଁା ହୋଇଛନ୍ତି। ଚାଷକ୍ଷେତ୍ର ଉଜୁଡି ଗଲାଣି । ଏଣେ ପଙ୍ଗପାଳ ଭୟ। ଗାଁଗଣ୍ଡା, ସହରବଜାରରେ କାମଦାମ ନାହିଁ। ଚାରିଆଡ଼େ ଜୀବନଜୀବିକା ଉଚ୍ଛନ୍ନ। ଏଣେ ବିଶ୍ୱବ୍ୟାପୀ ଅର୍ଥନୈତିକ ମହାମାନ୍ଦାବସ୍ଥା ଆରମ୍ଭ ହୋଇଯାଇଛି ବୋଲି ଅର୍ଥନୈତିଜ୍ଞମାନେ କହିସାରିଲେଣି।
୧୯୨୯ ମସିହାର ମହାମାନ୍ଦାବସ୍ଥା ବେଳେ ଅର୍ଥନୀତିଜ୍ଞ କେନ୍‌ସ୍‌ଙ୍କ ତତ୍ତ୍ୱକୁ ପୁଞ୍ଜିବାଦୀ ରାଷ୍ଟ୍ରମାନେ କାର୍ଯ୍ୟକାରୀ କରିଥିଲେ। କେନ୍‌ସ୍‌ ତତ୍ତ୍ୱର ମୂଳଭିତ୍ତି ହେଲା, ମାନ୍ଦା କାଟିବା ପାଇଁ ସାମଗ୍ରିକ ଚାହିଦା ବଢ଼ାଇବାକୁ ହେବ। ଏହି ଚାହିଦା ସରକାର ବଢ଼ାଇବେ, ରାଜକୋଷରୁ ଅର୍ଥ ବ୍ୟୟ କରିବେ। ସରକାର ଅର୍ଥ ବ୍ୟୟ କଲେ ଲୋକଙ୍କ ହାତକୁ ଟଙ୍କା ଯିବ, ଟଙ୍କା ରହିଲେ ଲୋକେ ଜିନିଷପତ୍ର କିଣିବେ, ବିନିଯୋଗ ମଧ୍ୟ ବଢ଼ିବ। ଯେକୌଣସି ଭାବେ ଲୋକଙ୍କ ରୋଜଗାର ବଢ଼ାଇ ଲୋକଙ୍କ ପକେଟକୁ ଟଙ୍କା ଆସିବା ଦରକାର। ପ୍ରୟୋଜନରେ ମାଟି ଖୋଳି, ସେଇ ମାଟି ଗାତରେ ଭର୍ତ୍ତି କରିବା କାମ ବି ଆଗେ ଦରକାର। ଏବେ ୨୦୨୦ରେ ମାଟି ଖୋଳି ଗାତ ପୋତିବା ସମ୍ଭବ ନୁହେଁ। ବିଶ୍ୱର ଏହି ଆର୍ଥତ୍କ ମହାମାନ୍ଦାବସ୍ଥା କେତେ ମାସ ବା ବର୍ଷ ଲାଗିରହିବ ଏବେଠୁ କହିବା ସମ୍ଭବ ନୁହେଁ।
ଲୋକଙ୍କୁ ଏକ ଅନ୍ଧାରି ଦିଗଆଡ଼କୁ ଠେଲି ଦିଆଯାଉଛି। ମଣିଷ ଜାତିକୁ ଗୋଟାଏ ଘଷରା ଜୀବନ ବଞ୍ଚିବାକୁ ଅନୁପ୍ରେରିତ କରାଯାଉଛି। ସ୍ଥାଣୁ ଅର୍ଥନୀତିକୁ କିଛି ସମୟ ପାଇଁ ଚଳଚଞ୍ଚଳ କରି ରଖିବା ଉଦ୍ଦେଶ୍ୟରେ ପ୍ରବଳ ପ୍ରୟାସର ଏକ ପ୍ରାୟୋଜିତ ପର୍ଯ୍ୟାୟ ସବୁଦେଶର ସରକାରମାନେ ଆରମ୍ଭ କରୁଛନ୍ତି। ତଥାପି ସଙ୍କଟ ଜାଲରୁ କେହି ମୁକୁଳି ପାରୁନାହାନ୍ତି। ଭାରତର ସବୁକ୍ଷେତ୍ରରେ ବର୍ତ୍ତମାନ ଶ୍ରମିକ ସଂକଚୋନର ହୋହଲ୍ଲା ଆରମ୍ଭ ହୋଇଗଲାଣି। ରପ୍ତାନି ଆମଦାନୀ ‘ଠପ୍‌’ ହେବାକୁ ବସିଲାଣି। ଏସବୁ ଅବସ୍ଥା ଦେଖି ଭାରତୀୟ ପୁଞ୍ଜିପତିଙ୍କ ମନରେ କୋକୁଆଭୟ ଦେଖାଦେଲାଣି । ଜଗତୀକରଣ ଯୋଗୁ ବିଶ୍ୱ ଅର୍ଥନୀତି ଦେବାଳିଆ ଅବସ୍ଥାକୁ ଆସିଯାଇଛି। ସବୁଦେଶରେ ଜନଅସନ୍ତୋଷ ଆନ୍ଦୋଳନର ଆଭାସ ପାଇ ନେତାମାନେ ଯେତେ ଛାନିଆ ହୋଇଗଲେଣି, ସେମାନଙ୍କ ପ୍ରଭୁମାନେ ତା’ଠାରୁ ଆହୁରି ଅଧିକ ଛାନିଆ।
ଅର୍ଥନୀତିର ଗହୀରି କଥା, ସାଧାରଣ ଲୋକେ ବୁଝିପାରୁନାହାନ୍ତି। ପକେଟକୁ ଅର୍ଥ ନ ଆସିବାରୁ ସମସ୍ତଙ୍କ ଭିତରେ ଭାଳେଣି ପଡ଼ିଗଲାଣି। ବିଭିନ୍ନ ଶିଳ୍ପାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନରୁ ଶ୍ରମିକ ଛଟେଇ ହେଉଛନ୍ତି। ଏହା ସବୁଦିନେ ଖବରକାଗଜ, ରେଡିଓ, ଟିଭିରେ ଜୋରସୋର ପ୍ରଚାର ଚାଲିଛି । ଟ୍ରେଡ୍‌ ୟୁନିୟନମାନଙ୍କ ମୁଣ୍ଡରେ ବୁଦ୍ଧି ପଶୁନି। ପୁରୁଣା ଢଙ୍ଗରେ ଆନ୍ଦୋଳନ ଚାଲିଛି। ଶ୍ରମିକ ଆନ୍ଦୋଳନରେ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ନୂତନ ବିକଳ୍ପ ବାହାରିପାରିନି। ୟାଡ଼େ ସେମିତି ଦୃଢ ସଂଗଠନ ନାହିଁ, ଲୋକେ ପ୍ରଚଣ୍ଡ ସୁବିଧାବାଦୀ ହୋଇଯାଇଛନ୍ତି। ଏବେ ବିପଦ ସମସ୍ତଙ୍କ ଉପରେ ପଡ଼ିଛି।
ଜଗତୀକରଣ, ଉଦାରୀକରଣ, ଘରୋଇକରଣ, ବଜାର ଅର୍ଥନୀତିର ଲଗାମକୁ ପୁଞ୍ଜିପତିମାନଙ୍କ ହାତରେ ଛାଡ଼ି ଦିଆଗଲା। ସେମାନେ ସାରା ପୃଥିବୀର ସମ୍ପତ୍ତିକୁ ନିଜ ଅକ୍ତିଆରରେ ରଖିବାକୁ ପ୍ରବଳ ଲୋଭ କଲେ। ଉପଭୋକ୍ତା ଓ ଉତ୍ପାଦନବାଦକୁ ବିଜ୍ଞାପନ ମାଧ୍ୟମରେ ପ୍ରଚାର କଲେ। ପୁଞ୍ଜିପତିମାନେ ଉତ୍ପାଦିତ ଦ୍ରବ୍ୟକୁ ସପ୍ଲାଏ କରି ଯାହାକିଛି ଲୋକଙ୍କ ରକ୍ତ ଅର୍ଜିତ ସମ୍ପତ୍ତିକୁ ହାତେଇ ନେଲାପରେ ଅର୍ଥାଭାବରୁ ଡିମାଣ୍ଡ କମିଲା, ୟାଡେ ସପ୍ଲାଏ ବନ୍ଦ। ଉତ୍ପାଦନ ନ ହେଲେ କଳକାରଖାନା, ଖଣିଖାଦାନ ସବୁ ବନ୍ଦ। ଶ୍ରମିକ କର୍ମଚାରୀ କ୍ରିୟାଶୀଳତା ବନ୍ଦ। ବିଭିନ୍ନ ଦେଶ ଯେଉଁ ରପ୍ତାନି ଉତ୍ପାଦନ କରୁଥିଲେ ସେ ମଧ୍ୟ ବନ୍ଦ ହୋଇଯାଇଥିବାରୁ ତମାମ ବିଶ୍ୱରେ ପୁଞ୍ଜି ସଙ୍କଟ ସୃଷ୍ଟି ହୋଇଛି। ସମୟ ଆସୁଛି, ଆମେ ଯେମିତି କଷ୍ଟେମଷ୍ଟେ ଚଳୁଥିଲେ ସେମିତି ମଧ୍ୟ ଚଳିପାରିବା ସମ୍ଭବ ହେବନି।
ଏଇ ଆସନ୍ନ ବିପଦରୁ କୃଷି ହିଁ ଜୀବନ ବଞ୍ଚାଇପାରିବ। କିନ୍ତୁ କୃଷି ଭିତ୍ତିଭୂମିର ବିକାଶ ସେଭଳି ହୋଇପାରିନାହିଁ। ଏହା ପଛରେ ଅନେକ କାରଣ ରହିଛି। ଶିଳ୍ପବିପ୍ଳବ ପରେ ପରେ କୃଷି ଧୀରେ ଧୀରେ ଧ୍ୱଂସମୁଖୀ ହେଲା। କୃଷି କାର୍ଯ୍ୟକୁ ଲୋକେ ବେଶି ପସନ୍ଦ କଲେନି। କୃଷି-କୃଷକ ଅବହେଳିତ ହେଲେ। ଏବେ ଶିଳ୍ପରେ ମହାମାନ୍ଦାବସ୍ଥା ଭୟଙ୍କର ଭାବେ ଦେଖାଦେଇଥିବାରୁ ଘରମୁହାଁ ଶ୍ରମଜୀବୀମାନେ କୃଷିକାର୍ଯ୍ୟକୁ ଆପଣାଇ ନେବା ହଠାତ୍‌ ସମ୍ଭବ ନୁହେଁ। ବଞ୍ଚିବା ପାଇଁ ପରିସ୍ଥିତିକୁ ଆପଣେଇ ନେଇ ସରକାରକୁ ବାଧ୍ୟ କରିବାକୁ ହେବ ରାଜକୋଷରୁ ଆଖିବୁଜି ଅର୍ଥ ମୁକୁଳାଇ କୃଷି ଜଳସେଚନରେ ଖର୍ଚ୍ଚ କର। ଜଳସେଚନ ହେଲେ ଟାଙ୍ଗରା ଭୂଇଁ ପୁଣି ସବୁଜ ହୋଇଉଠିବ। ଏବେ ଏସିଆର କୃଷିକ୍ଷେତ୍ରଗୁଡିକ ଶୁଷ୍କ ପାଲଟିଛି। ସମୟ ଆସିଛି ଏସିଆର ସମାଜକୁ ବଞ୍ଚାଇବାକୁ ପଡିବ, ଅର୍ଥନୀତିରେ ଆସନ୍ନ ଅପଚ୍ଛାୟାକୁ ଦୂରେଇ ଦେବାକୁ ହେବ।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri