Posted inଖେଳ

ଅରୁଣ କୁମାର ଆମେରିକା କ୍ରିକେଟ ଟିମ୍‌ କୋଚ୍‌

ଚେନ୍ନାଇ, ୨୯ା୪ (ପି.ଟି.)-ପୂର୍ବତନ କର୍ନାଟକ ବ୍ୟାଟ୍ସମ୍ୟାନ ଜେ. ଅରୁଣ କୁମାର ମଙ୍ଗଳବାର ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) କ୍ରିକେଟ ଟିମ୍‌ର କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଅରୁଣ କୁମାର କ୍ରିକେଟ ମହଲରେ ଜଣାଶୁଣା। ସେ ବହୁ ବର୍ଷ ଧରି କର୍ନାଟକ ଦଳ ସହିତ କାର୍ଯ୍ୟ କରିଛନ୍ତି। ଆଇପିଏଲ୍‌ ପ୍ରାଞ୍ଚାଇଜ୍‌ କିଙ୍ଗ୍ସ ଇଲେଭେନ ପଞ୍ଜାବର ବ୍ୟାଟିଂ କୋଚ୍‌ ମଧ୍ୟ ଥିଲେ। ୟୁଏସଏ କ୍ରିକେଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଇଏନ୍‌ ହିଗିନ୍ସ କହିଛନ୍ତି, କୋଚ୍‌ ପଦବୀ ପାଇଁ ଯେତେଜଣ ପ୍ରାର୍ଥୀ ଥିଲେ ସେମାନଙ୍କ ମଧ୍ୟରୁ ପୂର୍ବତନ ରଣ୍‌ଜୀ ଓ ଆଇପିଏଲ୍‌ ଖେଳାଳି ଏବଂ କୋଚ୍‌ ଅରୁଣ କୁମାରଙ୍କୁ ଆମେ ପସନ୍ଦ କରିଥିଲୁ। ସିଇଓ ପୁଣି କହିଛନ୍ତି ଯେ, ଅରୁଣ କୁମାର ଇତିମଧ୍ୟରେ ହ୍ୟୁଷ୍ଟନଠାରେ ଅନୁଷ୍ଠିତ ଏକ ଟ୍ୟାଲେଣ୍ଟ କ୍ୟାମ୍ପକୁ ଆସି ସପୋର୍ଟ ଷ୍ଟାଫ୍‌, ସିଲେକ୍ଟର୍ସ ଏବଂ ଖେଳାଳିମାନଙ୍କ ସହିତ ସାକ୍ଷାତ କରି ଯାଇଛନ୍ତି। ସେ ଆମ ସହିତ ଆଲୋଚନା ମଧ୍ୟ ଜାରି ରଖିଛନ୍ତି। ଅରୁଣ କୁମାରଙ୍କ ପାଇଁ ଓ୍ବାର୍କିଂ ଭିଜା ଯୋଗା ହୋଇଯିବା ପରେ ସେ ଆମେରିକାରେ ରହି ଖେଳାଳି ମାନଙ୍କୁ ତାଲିମ ଦେବ। ଅରୁଣ କୁମାର ପୁଡୁଚେରୀ ଟିମ୍‌ର ଦାୟିତ୍ୱରେ ମଧ୍ୟ ଥିଲେ। ମାତ୍ର ଆସୋସିଏଶନର ଅଫିସିଆଲଙ୍କ ସହିତ ତାଙ୍କର ମତଭେଦ ହେବାରୁ ସେ ଫେବୃୟାରୀରେ ପଦତ୍ୟାଗ କରିଥିଲେ। କୋଭିଡ୍‌-୧୯ ମହାମାରୀ ଯୋଗୁ ଅରୁଣ କୁମାର ବର୍ତ୍ତମାନ ଆମେରିକା ଗସ୍ତ କରିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri