ଅମ୍ଫନ୍‌ରେ ୩୨୪ ହେକ୍ଟର ଜମି କ୍ଷତିଗ୍ରସ୍ତ : ରିପୋର୍ଟ ଦେଲା ପ୍ରଶାସନ

ଜଳେଶ୍ୱର,୨୭।୫(ସ୍ବ.ପ୍ର.)-ବାତ୍ୟା ଅମ୍ଫନ୍‌ ପ୍ରଭାବରେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ମୋଟ ଚାଷ ହୋଇଥିବା ୮ହଜାର ହେକ୍ଟର ଜମି ମଧ୍ୟରୁ ୩୨୪ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି ବୋଲି ପ୍ରଶାସନ ପକ୍ଷରୁ ରିପୋର୍ଟ ଦିଆଯାଇଛି ା ଏହି ଆକଳନ ତ୍ରୁଟିପୂର୍ଣ୍ଣ ବୋଲି ଜଳେଶ୍ୱର ଅଞ୍ଚଳର ବହୁ ଚାଷୀ ଅଭିଯୋଗ ଆଣିଛନ୍ତି। ଏହାର ପୁନଃ ଆକଳନ କରାଯିବାକୁ ଦାବି ହୋଇଛି।
ଉକ୍ତ ରିପୋର୍ଟରେ ରାଜସ୍ବ ବିଭାଗ ପକ୍ଷରୁ ୩୦୬ ଗୃହ ଆଂଶିକ ଭାବେ ଭାଙ୍ଗିଥିବା ବେଳେ ଶତକଡ଼ା ୩୩ରୁ ଅଧିକ ୩୨୪ ହେକ୍ଟର ଜମିର ଧାନ ନଷ୍ଟ ହୋଇଥିବା ଦର୍ଶାଯାଇଛି। ଜଳେଶ୍ୱର ବ୍ଲକ ଅଞ୍ଚଳରେ ଚଳିତବର୍ଷ ୮ହଜାର ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଚାଷ ହୋଇଥିଲା। ଝଡ଼ବାତ୍ୟା ଆସୁଥିବା ପୂର୍ବ ସୂଚନା ପାଇ ଚାଷୀମାନେ ପ୍ରାୟ ୭୦ଭାଗ ଜମିର ଧାନ ଅମଳ କରିଥିଲେ। ୩୦ ପ୍ରତିଶତ ଅଞ୍ଚଳର ଧାନ ଅମଳ ହୋଇ ନ ପାରି ବିଲରେ ଥିବା ତତ୍କାଳୀନ କୃଷି ଅଧିକାରୀମାନେ ମନ୍ତବ୍ୟ ରଖିଥିଲେ। ଏହି ଦୃଷ୍ଟିରୁ ପ୍ରାୟ ୨୫୦୦ ହେକ୍ଟର ଜମିରେ ଧାନ ବିଲରେ ଅମଳ ନ ହୋଇ ରହିଯାଇଥିବା କୁହାଯାଇଛି। ବାସ୍ତବରେ ଝଡ଼ବତାସ ପରେ ମଧ୍ୟ ବହୁ ସ୍ଥାନରେ ଧାନକଟା ଚାଲିଛି। ବିଲରେ ପାଣି ଜମି ରହିଥିବାରୁ ହାର୍ଭେଷ୍ଟର ଯାଇ ନ ପାରି ଦୈନିକ ମଜୁରିରେ ଧାନକଟା ଚାଲିଛି। ଏପରିସ୍ଥଳେ ସ୍ଥାନୀୟ ପ୍ରଶାସନ ଜଳେଶ୍ୱରରେ ୩୨୪ ହେକ୍ଟର ଜମି କ୍ଷତିଗ୍ରସ୍ତ ବୋଲି ଜାଣିବା ପରେ ଚାଷୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି। କୃଷକ ସଭା ସଭାପତି ବାଣୀଦାସ ମହାପାତ୍ର, ସିପିଏମ୍‌ ଆଞ୍ଚଳିକ ସଭାପତି ଦିଲୀପ ଗିରି, ଚାଷୀ ଦୀନେଶ ଜେନା, ବିଦୁ କାନୁନ୍‌ଗୋ, ହରିଶଙ୍କର ରାଜ, ହରିନାରାୟଣ ପାତ୍ର, ଶିବନାରାୟଣ ପାତ୍ର, କମଳାକାନ୍ତ କର, ବାବୁନି ଦେ, ଶଶୀ ବ୍ରହ୍ମ, ରବୀନ୍ଦ୍ର ଗିରି, ଶୀତାଂଶୁ ସେନାପତି ପ୍ରମୁଖ ଏହି ଆକଳନ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ କରିଛନ୍ତି। ଅଞ୍ଚଳରେ ଏକ କୃଷକ ଟିମ୍‌ ଗଠନ କରାଯାଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri