ଅଭ୍ୟାସ-୨୦୨୦ ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୨(ବ୍ୟୁରୋ):ପ୍ରାକୃତିକ ବିପର୍ଯ୍ୟୟରୁ ସାଂସ୍କୃତିକ ଐତିହ୍ୟସ୍ଥଳଗୁଡ଼ିକୁ କିପରି ସୁରକ୍ଷିତ ରଖାଯାଇ ପାରିବ। ବିପଦ ଆସିବା ଆଗରୁ ସତର୍କ ସୂଚନା କିଭଳି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେ ନେଇ ବିମ୍‌ଷ୍ଟେକ(ବେ ଅଫ ବେଙ୍ଗଲ ଇନିସିଏଟିଭ ଫର ମଲ୍‌ଟି ସେକ୍ଟରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍‌ କୋ ପରେଶନ) ଦେଶଗୁଡ଼ିକ କିଭଳି ପ୍ରସ୍ତୁତ ଅଛନ୍ତି ସେ ନେଇ ନିଜର କଳା କୌଶଳ ପ୍ରଦର୍ଶନ କରିବେ। ତିନି ଦିନ ଧରି ଭୁବନେଶ୍ୱର ଓ ପୁରୀଠାରେ ଦ୍ୱିତୀୟ ବିମ୍‌ଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ ଆରମ୍ଭ ହୋଇଛି। ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି କାର୍ଯ୍ୟକ୍ରମକୁ ମଙ୍ଗବଳାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରଠାରେ ଉଦ୍‌ଘାଟନ କରିଛନ୍ତି।
ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଂସ୍କୃତିକ ଐତିହ୍ୟଗୁଡ଼ିକୁ ଯେକୌଣସି ମୂଲ୍ୟ ବଦଳରେ ସୁରକ୍ଷିତ କରିବାକୁ ପଡ଼ିବ। ଏହା ଯେ କେବଳ ଆମ ସଂସ୍କୃତିର ପରିଚୟ ନୁହେଁ ବରଂ ଆର୍ଥିକ ପ୍ରଗତିର ସାରଥି। ଐତିହ୍ୟଗୁଡ଼ିକର ସୁରକ୍ଷା ପାଇଁ ଉପଯୁକ୍ତ ଚିହ୍ନଟ, ପର୍ଯ୍ୟାପ୍ତ ତଥ୍ୟ ସଂଗ୍ରହ ଏବଂ ଆଗୁଆ ସୂଚନା ବ୍ୟବସ୍ଥାର ବିକାଶ କରିବାକୁ ହେବ। ଐିତହ୍ୟଗୁଡ଼ିକର ସୁରକ୍ଷା ଦିଗରେ ବିମ୍‌ଷ୍ଟେକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିମ୍‌ଷ୍ଟେକ ଏହାର ସହଯୋଗ ଓ ପରିସର ବୃଦ୍ଧି କରି ଚାଲିଛି। ଓଡ଼ିଶା ବାତ୍ୟା, ବନ୍ୟା ଭଳି ବହୁମୁଖୀ ବିପର୍ଯ୍ୟୟକୁ ସମ୍ମୁଖୀନ ହେଉଛି। ୧୯୮୧ରୁ ଏପର୍ଯ୍ୟନ୍ତ ୧୦୦ଟି ବାତ୍ୟା ରାଜ୍ୟକୁ ପ୍ରଭାବିତ କରିଛି। ୧୯୯୯ରେ ହୋଇଥିବା ମହାବାତ୍ୟା ପରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦିଗକୁ ବଦଳାଇ ଦେଇଛି। ଓଡ଼ିଶା ଏବେ ଦେଶରେ ଏକ ଅଗ୍ରଣୀ ବିପର୍ଯ୍ୟୟ ପରିଚାଳନା ରାଜ୍ୟ ଭାବେ ନିଜକୁ ପ୍ରସ୍ତୁତ କରି ପାରିଛି। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ନିଜର ବିପର୍ଯ୍ୟୟ ମୁକାବିଲା ବାହିନୀ ଗଠନ କରିଛି। ବିପର୍ଯ୍ୟୟ ବେଳେ ଜଣେ ଲୋକଙ୍କ ଜୀବନ ଯେପରି ନ ଯିବ ସେ ନେଇ ରାଜ୍ୟ ସରକାର ପୂର୍ବପ୍ରସ୍ତୁତି, ଆଗୁଆ ସୂଚନା ଏବଂ ସମ୍ବଳ ପରିଚାଳନାକୁ ସୁଚାରୁ ଢଙ୍ଗରେ କରିଚାଲିଛନ୍ତି । ବର୍ଷ ବର୍ଷ ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତି ନେଇ ରାଜ୍ୟ ପରିପକ୍ୱତା ଦେଖାଇ ଆସିଛି। ଜାତିସଂଘଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଗଣମାଧ୍ୟମ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ପ୍ରଶଂସା କରି ଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆ ଦେଶଗୁଡ଼ିକ ମଧ୍ୟରେ ବିମ୍‌ଷ୍ଟେକ ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସଂଗଠନ। ଐତିହ୍ୟ ସୁରକ୍ଷା ଦିଗରେ ବିମ୍‌ଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ ଏକ ମାଇଲଖୁଣ୍ଟ ଭଳି କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଡିଜିପି ଅଭୟ, ଏନଡିଆରଏଫ ଡିଜି ଜିଭିଭି ଶର୍ମା ଯୋଗଦେଇ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବିମ୍‌ଷ୍ଟେକର ଭୂମିକା ନେଇ ଆଲୋଚନା କରିଥିଲେ।
ପୁରୀର କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ କ୍ଷେତ୍ରୀୟ ତାଲିମ ଶିବିରକୁ ବୁଧବାର କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ସଭ୍ୟ ରାଷ୍ଟ୍ର ବାଂଲାଦେଶ, ଭାରତ, ମିଆଁମାର, ଶ୍ରୀଲଙ୍କା ଓ ନେପାଳ ଯୋଗ ଦେଇଛନ୍ତି । ତେବେ ଭୁଟାନ ଓ ଥାଇଲାଣ୍ଡ ଏହି ଅଭ୍ୟାସରେ ଭାଗ ନେଇ ନାହାନ୍ତି। ୩ ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

୫ଟି ଷ୍ଟ୍ରେସ୍‌ ଫ୍ରି ଚାକିରି, ଚାପ କମ୍‌ ଦରମା ଅଧିକ

ସମ୍ପ୍ରତି, କର୍ପୋରେଟ ଜଗତରେ “Quiet Quitting” ଧାରା ଭାଇରାଲ ହୋଇଥିଲା। ଏଥିରେ କର୍ମଚାରୀମାନେ କେବଳ ସେମାନଙ୍କ ଚାକିରି ବର୍ଣ୍ଣନାରେ ର୍ନିଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ କରୁଥିଲେ ଏବଂ ଅତିରିକ୍ତ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri