ଅଭିଯୁକ୍ତଙ୍କ ମାମଲା ଲଢ଼ିବାକୁ ମନାକଲା ଜିଲା ଓକିଲ ସଂଘ: ୩୦ରେ କଳାହାଣ୍ଡିର ସମସ୍ତ କେନ୍ଦ୍ର, ରାଜ୍ୟ ସରକାର କାର୍ଯ୍ୟାଳୟ ବନ୍ଦ କରାଯିବ

ଭବାନୀପାଟଣା,୨୬।୯ (ଡି.ଏନ.ଏ.)  କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଜିଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆସନ୍ତା ୩୦ ତାରିଖରେ କୋର୍ଟ କଚେରୀ, ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟାଳୟକୁ ବନ୍ଦ ପାଇଁ ସ୍ଥିର କରାଯାଇଛି। ଏଥିସହିତ ଜୁନାଗଡ ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଅଭିଯୁକ୍ତମାନଙ୍କ ପାଇଁ କୌଣସି ଓକିଲ କେସ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ସଂଘ ସଭାପତି ଭବେନ୍ଦ୍ର ପଣ୍ଡା ବୁଧବାର ସୂଚନା ଦେଇଛନ୍ତି । କଳାହାଣ୍ଡି ଓକିଲ ସଂଘ ତରଫରୁ ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯିବା ସହିତ ଏହି ମାମଲା ତୁରନ୍ତ ରାଜ୍ୟ ସରକାର ଫାଷ୍ଟଟ୍ରେକ୍‌ କୋର୍ଟରେ କେସ ତୁରନ୍ତ ଶୁଣାଣି ଆରମ୍ଭ କରିବା ପାଇଁ ଓକିଲ ସଂଘ ରାଜ୍ୟ ସରକାରଙ୍କଠାରେ ଦାବି କରିଛନ୍ତି। ଗତ ୧୪ ତାରିଖରେ ଜୁନାଗଡ ଥାନା ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଜାରିଙ୍ଗ ନିକଟସ୍ଥ ଜଙ୍ଗଲରେ ଦୁର୍ବୃତ୍ତମାନେ ଅମାନୁଷିକ ଭାବେ ଗଣବଳାତ୍କାର କରିବା ଅତ୍ୟନ୍ତ ନିନ୍ଦନୀୟ ଅଟେ। କଳାହାଣ୍ଡି ଓକିଲ ସଂଘର ସଭାପତି ଭବେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଂଘ ସାଧାରଣ ପରିଷଦ ବୈଠକରେ ଛାତ୍ରୀ ଗଣବଳାତ୍କାର ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ତରଫରୁ କଳାହାଣ୍ଡିର କୌଣସି ଓକିଲ କେସ ଲଢ଼ିବେ ନାହିଁ ବୋଲି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହିତ ହୋଇଛି। ସମ୍ପୃକ୍ତ ପୀଡିତାଙ୍କୁ ରାଜ୍ୟ ସରକାର ତୁରନ୍ତ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ସହିତ ତାର ସୁରକ୍ଷା ଓ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ସଂଘ ଦାବି କରିଛି। ବୈଠକରେ ସଂଘର ସଭାପତି ପଣ୍ଡାଙ୍କ ସମେତ ଉପସଭାପତି ଦିଲ୍ଲିପ କୁମାର ପ୍ରହରାଜ, ସମ୍ପାଦକ ଅଶ୍ୱିନୀ କୁମାର ଦାସ, ସହସମ୍ପାଦକ ନିହାର ରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ମହେଶପ୍ରସାଦ ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ ଖିରୋଦ୍‌ ପ୍ରସାଦ ନେଗୀ, ଅବଦୁଲ ସାଜିଦ୍‌, ପ୍ରସାନ୍ତ କୁମାର ବାରିକ, ମାନସ ରଞ୍ଜନ ମହାନ୍ତି, କୁନାଲ କୁମାର ବେହେରା, ଭବାନୀ ଶଙ୍କର ସାହୁ, ପ୍ରତାପ ପ୍ରଧାନ, ଶୁଭା୍ରଂଶୁ ଶେଖର ସାହୁ, ରୋହିଣିକାନ୍ତ ଚଲାଣ, ସୁନିଲ ଅଗ୍ରୱାଲ ପ୍ରମୁଖ ଆଇନଜୀବୀମାନେ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri