ଅଭିନେତା ସାଇ ସୁରଜ

ସାଇ ସୁରଜ! ଏଇ ନଁାଟି ବେଶ୍‌ ଜଣାଶୁଣା ଓଡ଼ିଆ ଯାତ୍ରା ଦର୍ଶକଙ୍କ ପାଇଁ। ସମ୍ପ୍ରତି ଅପେରା ‘ସୂର୍ଯ୍ୟମନ୍ଦିର’ରେ ଅଭିନୟ ଜାରି ରଖିଥିବା ସୁରଜଙ୍କର ପିଲା ବେଳୁ କଳାପ୍ରତି ଦୁର୍ବଳତା ରହିଥିଲା। ସେଥିଲାଗି ଗ୍ରାଜୁଏଶନ୍‌ ସରୁ ସରୁ ସେ ପଶି ଆସିଲେ ସିରିଏଲ୍‌ ତଥା ଆଲବମ୍‌ ଇଣ୍ଡଷ୍ଟ୍ରିକୁ। ‘ଅହଂକାର’, ‘କହିଲେ ତ କୁଳ କୁଟୁମ୍ବକୁ ଲାଜ’, ‘ରହସ୍ୟ, ଦ୍ୱନ୍ଦ୍ୱ’, ‘ସମାନ୍ତର’, ‘ସୁନା ସପନ’ ଆଦି ସିରିଏଲ ତାଙ୍କୁ ଛୋଟ ପରଦାର ଜଣେ ଲୋକପ୍ରିୟ କଳାକାର କରିତୋଳିଲା। ସେତେବେଳେ ଚାଲିଥିଲା ଆଲବମ୍‌ ଗୀତର ଜମାନା। ତେଣୁ କେବଳ ଓଡ଼ିଆ ସିରିଏଲ୍‌ ନୁହେଁ; ବହୁ ହିଟ୍‌ ଆଲବମ୍‌ ଗୀତରେ ଅଭିନୟ କରି ମଧ୍ୟ ନିଜ ଭିତରେ ଥିବା ପ୍ରତିଭାର ପ୍ରଦର୍ଶନ କରିଥିଲେ। ‘ଜୀବନରେ ବେଳେବେଳେ ଏମିତିକା ଭୁଲ ହୋଇଯାଏ’, ‘ଅବୁଝା ଏ ମନ ବୁଝେନାହିଁ ଜମା’, ‘ତୁ କେମିତି ପିନ୍ଧିଲୁ ସିନ୍ଦୂର’, ‘ଏଇ ଆକାଶ ତଳେ’, ‘ଜୀବନକୁ କି ଅବା ଭରସା ଆଜି ଅଛି କାଲିକି ନାହିଁ’, ‘ପୁଅଟିଏ ଥିଲେ ତା’ ପାଇଁ ଝିଅଟିଏ ଥାଏ’ ଏବଂ ‘ପାଦରେ ଅଳତା ମଥାରେ ସିନ୍ଦୂର’ ଆଦି ତାଙ୍କ ଆଲବମ୍‌ ଜୀବନର ଗୋଟିଏ ଗୋଟିଏ ମାଇଲ୍‌ଷ୍ଟୋନ୍‌ ସଙ୍ଗୀତ। ଚେହେରା ଯେମିତି ଅଭିନୟ ବି ସେମିତି। ତାଙ୍କ ଉପରେ ନଜର ପଡ଼ିଲା ଯାତ୍ରା ନିର୍ଦ୍ଦେଶକ ଆଶୁତୋଷ ମହାପାତ୍ରଙ୍କର। ସେ ସୁରଜଙ୍କୁ ଯାତ୍ରାକୁ ଆସିବା ପାଇଁ ପ୍ରସ୍ତାବ ଦେଲେ। ସଙ୍ଗେସଙ୍ଗେ ରାଜି ହୋଇଗଲେ ସୁରଜ। କାରଣ ତାଙ୍କୁ ତାଙ୍କର ପ୍ରତିଭା ଦେଖେଇବାର ଥିଲା। ତାଙ୍କ ଭିତରର କଳାକୁ ଲୋକଲୋଚନକୁ ଆଣିବାର ଥିଲା। ତେଣୁ ସେ ଯାତ୍ରାକୁ ଆସିବାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେନାହିଁ। ୨୦୧୫ ମସିହାରେ ସେ ଆସିଲେ ଯାତ୍ରାକୁ। ପାର୍ବତୀ ଗଣନାଟ୍ୟରେ ଯୋଗଦେଇ ସେ ତାଙ୍କ ଯାତ୍ରା ଇନିଂସର ଶୁଭାରମ୍ଭ କଲେ। ପ୍ରଥମରୁ ତାଙ୍କୁ ମିଳିଗଲା ନାୟକ ଭୂମିକା। ପ୍ରଥମ ନାଟକ ଥିଲା ହର ବାରିକ ରଚିତ ନାଟକ ‘ନୀଳ ଅପା ତମେ କ’ଣ କଲ’। ଏହାପରେ ସେ ପଡ଼ିଗଲେ ଯାତ୍ରା ପ୍ରେମରେ। ‘ପାର୍ବତୀ’ ଦେଇ ସେ ଏବେ ଆସି ପହଞ୍ଚତ୍ଛନ୍ତି ଅପେରା ‘ସୂର୍ଯ୍ୟମନ୍ଦିର’ରେ। ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଭୁଲ୍‌ ବୁଝିବନି ରହିଲା ରାଣ’, ‘ଏମିତି କେମିତି ହେଲା’, ‘ଯେଉଁଠି ଥାଆ ତୁ ଭଲରେ ଥାଆ’, ‘ସିନ୍ଦୂର ମୋର ସ୍ବାମୀ ତୋର’, ‘ଅଦିନ ଝଡ଼’, ‘ମାୟାରେ ବାନ୍ଧିଛି ମାୟା ମିରିଗ’ ଏବଂ ଆହୁରି ଅନେକ। ଚଳିତବର୍ଷ ଅପେରା ‘ସୂର୍ଯ୍ୟମନ୍ଦିର’ରେ ସେ ଅଭିନୟ କରିଥିବା ନାଟକଗୁଡ଼ିକ ହେଉଛି ‘ମାୟାବିିନୀ ମୌସୁମୀ’, ‘ପୁଅ ଯିବ ଶାଶୁଘର’, ‘ପ୍ରେମିକାର ନଁା ଚନ୍ଦ୍ରଭାଗା’ ଏବଂ ‘ଭିତିରି କଥା’।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ରଣବୀର ସିଂହଙ୍କୁ ହତ୍ୟା ନୁହେଁ, ଏମିତି ଧମକ ଦେଲେ ବିଷ୍ନୋଇ ଗ୍ୟାଙ୍ଗ, କହିଲେ..

ମୁମ୍ବାଇ,୧୩।୨: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବଲିଉଡ ଅଭିନେତା ରଣବୀର ସିଂହ ଏବଂ ରୋହିତ ଶେଟ୍ଟୀଙ୍କୁ ଏକ…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀଙ୍କ ବଡ଼ ଖୁଲାସା, ଜୋରଜବରଦସ୍ତ ଗର୍ଭପାତ…

ନୂଆଦିଲ୍ଲୀ,୧୨ା୨: ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା…

ନାଣ୍ଡୁ ବାବୁ-ସାଇ ବିବାଦରେ ପୂର୍ଣ୍ଣଛେଦ: ମା’ବାପାଙ୍କ ଉପସ୍ଥିତରେ…

ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।…

ରାଜପାଲ ଯାଦବଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ ଓ ଅଜୟ, ଗୁରୁବାର ଜାମିନ ଶୁଣାଣି

ମୁମ୍ବାଇ,୧୧।୨: ବିଷଣ ଆର୍ଥିକ ସଂକଟରେ ଫସିଥିବା ରାଜପାଲ ଯାଦବଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ବଲିଉଡ। ଚେକ୍-ବାଉନ୍ସ ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ପରେ ଗତ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri