ଅବଧି ଶେଷ ହେଲାଣି, ସରୁନି ରାସ୍ତା କାର୍ଯ୍ୟ

ପାରଳାଖେମୁଣ୍ଡି, ୩୦।୪ (ସ୍ବ.ପ୍ର.): ଗଜପତି ଜିଲା ଗୋଷାଣୀ ବ୍ଲକ କତଲକଇଠାଠାରୁ ସିଧିପାଲମ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏବେ ଅବଧି ସରିବା ପରେ ମଧ୍ୟ ରାସ୍ତା କାର୍ଯ୍ୟ ଶେଷ ହୋଇନାହିଁ। ଫଳରେ ଲୋକେ ଏହି ରାସ୍ତାରୁ ଉପକୃତ ହୋଇପାରୁନାହାନ୍ତି। କତଲକଇଠା-ସିଧିପାଲମ ମୋଟ ୨.୬୦ କି.ମି. ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ମୋଟ ୧୭୩.୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ କାର୍ଯ୍ୟାରମ୍ଭ ହୋଇଥିଲା । କାର୍ଯ୍ୟ ଆରମ୍ଭର ଅବଧି ୪।୩।୨୦୧୬ ଥିଲା। ଏହି କାର୍ଯ୍ୟ  ୩।୨।୨୦୧୭ ରେ ସରିବାକୁ ସ୍ଥିର ହୋଇଥିଲା।  ତେବେ କାର୍ଯ୍ୟ ଶେଷ ହେବାର ସମୟ ଶେଷ ହୋଇ ୨ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଏଠାରେ ଏହି ରାସ୍ତା କାର୍ଯ୍ୟ ଶେଷ ହୋଇପାରିନାହିଁ । ଏହି ରାସ୍ତା କାର୍ଯ୍ୟ ଶେଷ ହୋଇଥିଲେ ଆଖପାଖର  ୫ରୁ ଅଧିକ ଗ୍ରାମର ଗ୍ରାମବାସୀ ଉପକୃତ ହୋଇଥାନ୍ତେ। ଏହି କାର୍ଯ୍ୟ ଦୀର୍ଘ ଦିନ ଧରି ଅଧପନ୍ତରିଆ ଭାବେ ପଡିଥିବାରୁ ଉକ୍ତ ଅଞ୍ଚଳର ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଅଞ୍ଚଳର ଲୋକେ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରତେହ ପାରଳାଖେମୁଣ୍ଡି ସହର ଉପରେ ନିର୍ଭର କରିଥାନ୍ତି । ରାସ୍ତା କାର୍ଯ୍ୟ ସରୁ ନ ଥିବାରୁ ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ଆସିବା ସମସ୍ୟା ହୋଇଥାଏ। ଏନେଇ  ଅଞ୍ଚଳବାସୀ ପ୍ରଶାସନକୁ  ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଠିକାଦାର ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସଲାସୁତରା ଯୋଗୁ ରାସ୍ତାକାମ ସରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ବଂଶଧାରା ନଦୀରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗୁଣପୁର ୩।୯( ସୁଜାତା ପାଢ଼ୀ): ରାୟଗଡା ଜିଲା ଗୁଣପୁର ବଂଶଧାରା ନଦୀ ବିକ୍ରମପୁର ତୁଠରେ ଗାଧୋଇବାକୁ ଯାଇ ନିଖୋଜ ବ୍ୟକ୍ତିକୁ ମାଛଖୁଣ୍ଟି ଠାରେ ଗୁରୁବାର ସkରେ ଉଦ୍ଧାର…

କେବଳ ଚାକିରି ନୁହେଁ, ରୋଜଗାରଦାତା ହୁଅନ୍ତୁ: ସ୍ବଦେଶୀ ଜାଗରଣ ମଞ୍ଚର ଆହ୍ବାନ

କଲ୍ୟାଣସିଂହପୁର/ରାୟଗଡ଼ା, ୩।୯(ଦୀପକ କୁମାର ପରିଡା): ସ୍ବଦେଶୀ ଜାଗରଣ ମଞ୍ଚ ରାୟଗଡ଼ା ଜିଲା ପକ୍ଷରୁ ଚାଲିଥିବା ‘ସ୍ବାବଲମ୍ବୀ ଭାରତ ଅଭିଯାନ’ (୨୧ ଅଗଷ୍ଟରୁ ୨ ଅକ୍ଟୋବର) ପରିପ୍ରେକ୍ଷୀରେ ସ୍ଥାନୀୟ…

କଲ୍ୟାଣସିଂହପୁରରେ ଆମ୍ବେଦକର ଯୁବମଞ୍ଚର ନୂତନ କମିଟି, ବାବାସାହେବ…..

କଲ୍ୟାଣସିଂହପୁର,୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ‘ଆମ୍ବେଦକର ଯୁବମଞ୍ଚ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ନୂତନ କମିଟି ଗଠନ…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri