‘ଅନ୍ଧ ପରମ୍ପରା ଉଚ୍ଛେଦ ହେବ’:ଶ୍ରୀମନ୍ଦିର ରୀତିନୀତିରେ ଶଙ୍କରାଚାର୍ଯ୍ୟ ସାଜିବେ ମାର୍ଗଦର୍ଶକ

ପୁରୀ ଅଫିସ, ୬-୧୧:ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟ ସୋମବାର ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଶ୍ରଦ୍ଧାଳୁଙ୍କ ରହଣି, ମହାପ୍ରଭୁଙ୍କ ସେବାପୂଜା, ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥା, ମହାପ୍ରଭୁଙ୍କ ଜମିଜମାର ହିସାବ ଏହିଭଳି ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଠାକୁରଙ୍କ ସେବାପୂଜାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମ୍‌କୋର୍ଟଙ୍କ ଏହି ରାୟକୁ ନେଇ ମଙ୍ଗଳବାର ଗୋବର୍ଦ୍ଧନ ପୀଠ ପରିସରରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପୀଠ ମୁଖପାତ୍ର ମନୋଜ କୁମାର ରଥ ଏହି ଅନ୍ତରୀଣ ରାୟକୁ ସ୍ବାଗତ କରି କହିଥିଲେ ଯେ, ପୂଜ୍ୟପାଦ ଶଙ୍କରାଚାର୍ଯ୍ୟଙ୍କ ବାବଦରେ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ଐତିହାସିକ। ଏହି ରାୟ ଫଳରେ ଶ୍ରୀମନ୍ଦିର ପରିଚାଳନାର ମୁଖ୍ୟ ଅଙ୍ଗ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଏବେ ସାମ୍ନାକୁ ଆସିଲେ। ଆଜି ପର୍ଯ୍ୟନ୍ତ ସବୁ ସରକାର ଓ ପ୍ରଶାସନ ଶଙ୍କରାଚାର୍ଯ୍ୟଙ୍କ ଗୁରୁତ୍ୱ ଏବଂ ଭୂମିକାକୁ ଗୌଣ ଭାବେ ଦେଖିଆସୁଥିଲେ। ହେଲେ ସୁପ୍ରିମ୍‌କୋର୍ଟ ଗୁରୁଜୀଙ୍କ ଭୂମିକା ସ୍ପଷ୍ଟ କରିଛନ୍ତି।
ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର ପୁରୀ ଆସିଥିବାବେଳେ ଶଙ୍କରାଚାର୍ଯ୍ୟ ତାଙ୍କୁ ଶ୍ରୀମନ୍ଦିରର ରୀତିନୀତି ଠିକ୍‌ ଢଙ୍ଗରେ ହେଉ ନ ଥିବା କହିଥିଲେ। ଏହାକୁ ଆମିକସ୍‌ କ୍ୟୁରି ଗମ୍ଭୀରତାର ସହ ଗ୍ରହଣ କରିଥିବା ସୁପ୍ରିମ୍‌କୋର୍ଟଙ୍କ ରାୟରେ ସ୍ପଷ୍ଟ ହୋଇଛି। ଆମିକସ୍‌ କ୍ୟୁରିଙ୍କୁ ଶଙ୍କରାଚାର୍ଯ୍ୟ ୩୦ଟି ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ସମୟରେ ସତ୍ୟପାଠ ମାଧ୍ୟମରେ ପୀଠ ପକ୍ଷରୁ ମଧ୍ୟ କୋର୍ଟରେ ଏହି ପ୍ରସ୍ତାବ ଦାଖଲ କରାଯାଇଥିଲା। ଏଥିରୁ ଅନେକ ପ୍ରସ୍ତାବ କୋର୍ଟ ଗ୍ରହଣ କରିବା ସହ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। କେଉଁ ଗ୍ରନ୍ଥ ଆଧାରରେ ସେବାପୂଜା, ରୀତିନୀତି କରାଯିବା ତାହା ବି ସ୍ପଷ୍ଟ କରିଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଏକ ବିଶାଳ ହୃଦୟର ପ୍ରମାଣ ଦେଇ ଶଙ୍କରାଚାର୍ଯ୍ୟଙ୍କୁ ମାର୍ଗଦର୍ଶକ ଭାବେ ଗୁରୁତ୍ୱ ଦେବେ ବୋଲି ଆଶା କରୁଛୁ। ସମସ୍ତ ଧାର୍ମିକ ପରିଚାଳନାରେ ଗୁରୁଜୀଙ୍କ ସହଯୋଗ ଲୋଡି କାର୍ଯ୍ୟ କରିବେ ବୋଲି ମୁଖପାତ୍ର ରଥ କହିଥିଲେ। ଅନ୍ୟପକ୍ଷରେ ଶଙ୍କରାଚାର୍ଯ୍ୟଙ୍କ ମତକୁ ଆଧାର କରି ଶ୍ରୀମନ୍ଦିରରେ ଯେଉଁ ବିଭ୍ରାଟ ଚାଲିଛି ଏବଂ ବିଭିନ୍ନ ପ୍ରକାର ଅନ୍ଧ ପରମ୍ପରା ମନ୍ଦିର ସହିତ ଯୋଡି ଦିଆଯାଇଛି ତାହାର ଉଚ୍ଛେଦ ହେବ। ନୀତିକାନ୍ତି ଠିକ୍‌ ଭାବେ ଚାଲିବ ଏବଂ ଭକ୍ତମାନେ ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିପାରିବେ ବୋଲି ରଥ କହିଥିଲେ। ତେବେ ଆବଶ୍ୟକ ପଡିଲେ ସଂସ୍କାର ମାମଲାର ଚୂଡ଼ାନ୍ତ ରାୟ ପୂର୍ବରୁ ପୀଠ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇପାରେ ବୋଲି ସମ୍ମିଳନୀରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ସୂଚନା ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗବେଷକ ପ୍ରଫୁଲ୍ଲ କୁମାର ରଥ, ଆଦିତ୍ୟବାହିନୀ ମୁଖ୍ୟ ଜିତେନ୍ଦ୍ର ମହାପାତ୍ର ଓ ବିଜୟ କୁମାର ବ୍ରହ୍ମା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri