ଅନୁପଙ୍କ ରିମାଣ୍ଡ ଅବଧି ଶେଷ: ସହଯୋଗ ନ କରି ପୋଲିସକୁ ଭୁଆଁ ବୁଲାଇଲେ

ଝାରସୁଗୁଡ଼ା ଅଫିସ,୨୩ା୨: ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ବବ୍‌ଲି ହତ୍ୟା ଘଟଣାରେ ଛତିଶଗଡ଼ ପୋଲିସ ଏବେ ଚିନ୍ତାରେ ପଡିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ପୋଲିସ ନିକଟରେ ପ୍ରଥମେ ନିଜ ଦୋଷ ସ୍ବୀକାର କରିଥିଲେ। ଏଣୁ ପୋଲିସ ଉଭୟଙ୍କୁ ରିମାଣ୍ଡରେ ଆଣି ସାମ୍ନାସାମ୍ନି ବସାଇ ପଚାରାଉଚରା କରିଥିଲା। ବର୍ଦ୍ଧନଙ୍କ ଦିନିକିଆ ରିମାଣ୍ଡ ଅବଧି ଶେଷ ପରେ ତାଙ୍କୁ ପୋଲିସ ଜେଲ ପଠାଇ ଦେଇଛି। ଶନିବାର ଅନୁପଙ୍କ ୩ ଦିନିଆ ରିମାଣ୍ଡ ସରିଛି। ହେଲେ ଏହି ରିମାଣ୍ଡ ସମୟ ଭିତରେ ଅନୁପ ପୋଲିସକୁ ସହଯୋଗ ନ କରି ଭୁଆଁ ବୁଲାଇଛନ୍ତି। ଅସୁସ୍ଥ ଆଳ ଦେଖାଇ ଅନୁପ ଅଧିକାଂଶ ପ୍ରଶ୍ନରେ ଚୁପ୍‌ ରହିଥିଲେ। ଏଣୁ ତାଙ୍କଠାରୁ ଅଧିକା ତଥ୍ୟ,ପ୍ରମାଣ ଯୋଗାଡ଼ କରିବାରେ ପୋଲିସ ଉଦ୍ୟମ ଶେଷରେ ଫେଲ୍‌ ମାରିଛି।

ଗତ ବୁଧବାର କୋର୍ଟ ଅନୁପଙ୍କୁ ୩ ଦିନ ଓ ବର୍ଦ୍ଧନଙ୍କୁ ଗୋଟିଏ ଦିନ ଲାଗି ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ଦେଇଥିଲେ। ଗୁରୁବାର ବର୍ଦ୍ଧନଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିଲା। ଶନିବାର ଅନୁପଙ୍କ ରିମାଣ୍ଡ ଅବଧି ଶେଷ ହେବାରୁ ଅପରାହ୍ନରେ ପୋଲିସ କୋର୍ଟରେ ହାଜର କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। ତେବେ ଉଭୟ ବର୍ଦ୍ଧନ ଓ ଅନୁପଙ୍କଠାରୁ ରିମାଣ୍ଡ ଅବଧି ମଧ୍ୟରେ ପୋଲିସ କୌଣସି ନୂଆ ତଥ୍ୟ ପାଇ ନ ଥିବା ଆଲୋଚନା ହେଉଛି। ବରଂ ଅଭିଯୁକ୍ତଦ୍ୱୟ ପୋଲିସକୁ ବାଟବଣା କରିବାକୁ ଉଦ୍ୟମ କରିଥିଲେ, ଯାହା ଖୋଦ୍‌ ରାୟଗଡ ଏସ୍‌ପି ସନ୍ତୋଷ ସିଂ ସ୍ବୀକାର କରିଛନ୍ତି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଆଉଥରେ ରିମାଣ୍ଡରେ ଆଣିବାକୁ ପୋଲିସ ପଦକ୍ଷେପ ନେବ ବୋଲି ସେ କହିଛନ୍ତି। ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରାଯାଇଛି। ମଙ୍ଗଳବାର ଏହାର ଶୁଣାଣି ଅଛି। ପୋଲିସ ନିକଟରେ ଯାହା ତଥ୍ୟ ଓ ପ୍ରମାଣ ରହିଛି ତାହା ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଯାଉଛି ବୋଲି ସେ କହିଛନ୍ତି।

ତୃତୀୟ ବ୍ୟକ୍ତିଙ୍କୁ ନେଇ ପ୍ରଶ୍ନବାଚୀ
ଏହି ଡବଲ ମର୍ଡର ଘଟଣାର ଗୁମର ଫିଟୁଥିଲେ ହେଁ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନାମ ସ୍ପଷ୍ଟ ଜଣାପଡିନାହିଁ। ଛତିଶଗଡ଼ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କହୁଥିବା ବେଳେ ତାଙ୍କ ଡ୍ରାଇଭର ବର୍ଦ୍ଧନ ତାଙ୍କୁ ସହଯୋଗ କରିଥିବା ଦର୍ଶାଉଛି। ଉଭୟଙ୍କୁ ଜେରା ବେଳେ ଏହି ଘଟଣାରେ ଆଉ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ସେମାନେ କୁଆଡ଼େ ଦର୍ଶାଇଥିଲେ। ହେଲେ ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ବେଳେ ଆଉ କିଛି ତଥ୍ୟ ଦେଲେ ନାହିଁ। ଫଳରେ ଛତିଶଗଡ଼ ପୋଲିସର ଅକଲଗୁଡୁମ ହୋଇଯାଇଛି। ସେହିପରି ଏହି ଘଟଣାରେ ସମ୍ପୃକ୍ତ ତୃତୀୟ ବ୍ୟକ୍ତିଙ୍କୁ ପୋଲିସ ନିଜ ସ୍କାନରରେ ରଖିଥିବା ଗଣମାଧ୍ୟମକୁ କହିଥିଲା। ଏବେ କିନ୍ତୁ ପୋଲିସ ପାଖରୁ କିଛି ସୂଚନା ମିଳୁନାହିଁ। ଫଳରେ ପୋଲିସର ତଦନ୍ତ ବାଟବଣା ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଅନୁପଙ୍କ ସମ୍ପର୍କୀୟଙ୍କ ଉପରେ ନଜର
ଅନୁପ ସାଏ ଓ ବର୍ଦ୍ଧନ ଟପ୍ପୋଙ୍କଠାରୁ ସତ ଓକାଳିବାରେ ଛତିଶଗଡ଼ ପୋଲିସ ବିଫଳ ହେବାପରେ ପୋଲିସ ଅନ୍ୟ ବାଟ ବାହାର କରିଛି। ଅନୁପ ଓ ବର୍ଦ୍ଧନଙ୍କ ସମ୍ପର୍କୀୟମାନଙ୍କୁ ପଚରା ଉଚରା କରି ସେମାନଙ୍କ ନିକଟରୁ ତଥ୍ୟ ଓ ପ୍ରମାଣ ଯୋଗାଡ କରିବାକୁ ଯୋଜନା ରଖିଛି। ଏଥିପାଇଁ ପୋଲିସ ସେମାନଙ୍କ କେତେକ ସମ୍ପର୍କୀୟଙ୍କୁ ନୋଟିସ ପଠାଇ ଥାନାକୁ ଡାକିଛି। ଏଥିପାଇଁ ପୋଲିସ ନିଜକୁ ପ୍ରସ୍ତୁତ କରୁଥିବା ଜଣାପଡିଛି।

ବୋଲେରୋ, ଲୁହାରଡ଼ ଚିନ୍ତା
ଏହି ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀକୁ ଜବତ କରିବା ପାଇଁ ପୋଲିସ ତତ୍ପରତା ଦେଖାଇଛି। ହତ୍ୟାକାଣ୍ଡରେ ବୋଲେରୋ, ଇନୋଭା ସହ ଏକ ଲୁହା ରଡ଼ ବ୍ୟବହୃତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ପୋଲିସ କେବଳ ଇନୋଭା ଜବତ କରିବାରେ ସକ୍ଷମ ହୋଇଛି। ହେଲେ ବୋଲେରୋ ଓ ଲୁହା ରଡ଼କୁ ଜବତ କରିପାରିନାହିଁ। ବୋଲେରୋକୁ ଜବତ ପାଇଁ ପୋଲିସର ଏକ ଟିମ୍‌ ଗୁଜରାଟ ଯାଇଛି। ଏବେ ବୋଲେରୋ ଯାହାଙ୍କ ମାଲିକାନାରେ ରହିଛି ତାଙ୍କୁ ନୋଟିସ ଦିଆଯାଇଥିବା ଶନିବାର ରାୟଗଡ ଏସ୍‌ପି ସନ୍ତୋଷ ସିଂ କହିଛନ୍ତି। ବୋଲେରୋ ଏବଂ ଲୁହାରଡ୍‌ ଖୋଜିବାକୁ ପୋଲିସର ନିଦ ହଜିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri