ଅନୁପଙ୍କ ଗିରଫଦାରିକୁ ବେଆଇନ କହିଲେ ଝିଅ

ଭୁବନେଶ୍ୱର,୨୫ା୨(ବ୍ୟୁରେ।): ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଗିରଫ ହୋଇଛନ୍ତି। ଛତିଶଗଡ଼ର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅନ୍ତର୍ଗତ ହମିରପୁର ଜଙ୍ଗଲରେ ଘଟିଥିବା ଏହି ବୀଭତ୍ସ ହତ୍ୟା ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଛତିଶଗଡ଼ ପୋଲିସ ପ୍ରମାଣ ଯୋଗାଡ଼ରେ ଲାଗିପଡିଛି। ଅନୁପ ପୋଲିସକୁ ସହଯୋଗ କରୁ ନ ଥିବାରୁ ତାଙ୍କୁ ବାରମ୍ବାର ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ। ଏପରି କି ଅନୁପଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଛତିଶଗଡ଼ ପୋଲିସ ହାଜର ହେବା ପାଇଁ ନୋଟିସ କରିଛି। ଏହି ନୋଟିସ ପାଇବା ପରେ ଅନୁପଙ୍କ ପରିବାର ମୁହଁ ଖୋଲିବା ସହ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ଛତିଶଗଡ଼ ପୋଲିସ ଜାଣିଶୁଣି ଏହି ହତ୍ୟା ମାମଲାରେ ଅନୁପଙ୍କୁ ଫସାଇଥିବା ପରିବାର ଲୋକେ ଅଭିଯୋଗ କରି ଜିଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ସୋମବାର ଅନୁପଙ୍କ ଝିଅ ଶୁଭସ୍ମିତା ବାପାଙ୍କ ଗିରଫଦାରିର ପ୍ରତିବାଦ କରିବା ସହ ଛତିଶଗଡ଼ ପୋଲିସ ବିରୋଧରେ ଓଏଚ୍‌ଆର୍‌ସିଙ୍କୁ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ବାପାଙ୍କୁ ଛତିଶଗଡ଼ ପୋଲିସ ବେଆଇନଭାବେ ଗିରଫ କରିଥିବାରୁ ପରିବାରର ସମ୍ମାନ ହାନି ଘଟୁଛି। ସେ ଜନ୍ମରୁ ମୂକ ଓ ବଧିର ଥିବାରୁ ତାଙ୍କୁ ବିଭିନ୍ନ ସ୍ଥାନରୁ ଅପବାଦ ଶୁଣିବାକୁ ପଡୁଛି। ତାଙ୍କ ଭବିଷ୍ୟତ ପ୍ରଭାବିତ ହୋଇଛି। ପୂରା ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି। ତେଣୁ ଛତିଶଗଡ଼ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଶୁଭସ୍ମିତା ନିବେଦନ କରିଛନ୍ତି। ସେହିଭଳି ଛତିଶଗଡ଼ ପୋଲିସର ନୋଟିସ ବିରୋଧରେ ଅନୁପଙ୍କ ପୁଅ ଶୁଭମ୍‌ ସାଏ ରାୟଗଡ଼ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଛିତଶଗଡ଼ ପୋଲିସ ଉପରେ ଭରସା ନ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଛତିଶଗଡ଼ ଯିବେ ନାହିଁ। ଯଦି ଛତିଶଗଡ଼ ପୋଲିସ ପଚରାଉଚରା କରିବାକୁ ଚାହୁଁଛି ଓଡ଼ିଶାକୁ ଆସୁ ବୋଲି ପୁଅ କୋର୍ଟରେ ଅପିଲ କରିଛନ୍ତି।
ଅନ୍ୟପକ୍ଷରେ ଛିତିଶଗଡ଼ ପୋଲିସ ରବିବାର କଳ୍ପନାଙ୍କ ଭାଇ ବରୁଣ ଦାଶ ଓ ଭଉଣୀ ରୀନା ଦାଶଙ୍କୁ ଡାକି ପଚରାଉଚରା କରିଛି। ଉଭୟଙ୍କୁ ପ୍ରାୟ ଏକ ଘଣ୍ଟାଧରି ବିଭିନ୍ନ ବିଷୟରେ ପଚରାଉଚରା କରିଛି। ବିଶେଷକରି ଅନୁପ ଓ କଳ୍ପନା କେବେଠାରୁ ଏକାଠି ରହୁଥିଲେ? କଳ୍ପନା ନିଖୋଜ ହେବା ପରେ କାହିଁକି ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇ ନ ଥିଲା ବୋଲି ପୋଲିସ ଜାଣିବାକୁ ଚାହିଁଥିବା ବରୁଣ କହିଛନ୍ତି।
ଏ ସଂକ୍ରାନ୍ତରେ ରାୟଗଡ଼ ଏସ୍‌ପି ସନ୍ତୋଷ ସିଂ କହିଛନ୍ତି, ଆମ ପାଖରେ ଅନୁପଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି। ଅନୁପ ପୋଲିସକୁ ସହଯୋଗ କରୁ ନ ଥିବାରୁ ଆମ ପାଇଁ ସମସ୍ୟା ହେଉଛି। ତାଙ୍କୁ ପୁଣି ରିମାଣ୍ଡ ସହ ନାର୍କୋ ଟେଷ୍ଟ ପାଇଁ ଆବେଦନ କରାଯାଇଛି। ତାଙ୍କ ପରିବାର ଲୋକେ ପୋଲିସ ବିରୋଧରେ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ଅନୁପଙ୍କ ଅପରାଧକୁ ଘୋଡ଼ାଇବା ପାଇଁ ସେମାନେ ନାଟକ କରୁଛନ୍ତି। ପଚରାଉଚରା ପାଇଁ ଅନୁପଙ୍କ ପରିବାର ଲୋକଙ୍କୁ ନୋଟିସ କରାଯାଇଛି। ସେମାନଙ୍କୁ କୌଣସି ଧମକଚମକ ଦିଆଯାଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri