ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ: ଅପ୍‌ଡେଟ ହେଉନି ନିରାମୟ ସୂଚନା

ଅନୁଗୋଳ ଅଫିସ, ୧୨।୮: ବିଭିନ୍ନ ସମୟରେ ଅନେକ କାରଣକୁ ନେଇ ବିବାଦରେ ରହୁଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ। ଉନ୍ନତମାନର ସେବା ପ୍ରଦାନ, ଭିତ୍ତିଭୂମି ସମସ୍ୟାକୁ ନେଇ ଅଭିଯୋଗର ତାଲିକା ଲମ୍ବା ହୋଇ ଚାଲିଥିବାବେଳେ ରୋଗୀଙ୍କୁ ଔଷଧ ପ୍ରଦାନରେ ମେଡିକାଲ କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନ ଥିବା ପ୍ରକାଶ କରିଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ। ଡାକ୍ତରଖାନାର ନିରାମୟ କେନ୍ଦ୍ରରେ ଅଧିକାଂଶ ଔଷଧ ମିଳୁ ନ ଥିବା ଏବଂ ନିରାମୟ ସୂଚନା ଫଳକ ବର୍ଷେ ହେଲା ଅପଡେଟ ହୋଇ ନ ଥିବା ଅଭିଯୋଗ ଆସିଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା ନିରାମୟ ଯୋଜନାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଅନ୍ତର୍ଭୁକ୍ତ ହୋଇଛି। ହେଲେ ଏଠାକୁ ଜିଲା ଓ ଜିଲା ବାହାରୁ ଆସୁଥିବା ଶହ ଶହ ରୋଗୀଙ୍କୁ ଅଧିକାଂଶ ଔଷଧ ମିଳୁ ନ ଥିବା ଅଭିଯୋଗ ହେଉଛି। ଏପରି କି କେଉଁ ଔଷଧ ନିରାମୟରେ ଉପଲବ୍ଧ ଅଛି ତାହା ମଧ୍ୟ ସୂଚିତ କରାଯାଉନାହିଁ। ଚିକିତ୍ସାଳୟରେ ୧୪ଟି ବିଭାଗରେ ୧୭୯ ପ୍ରକାର ଔଷଧ ମିଳିବା କଥା। ବିଭିନ୍ନ ରୋଗର ଔଷଧକୁ ୧୪ଟି ଭାଗରେ ବିଭକ୍ତ କରାଯାଇଛି। ଭାଗ ‘ଏ’ ୨୧ ପ୍ରକାର ଆଣ୍ଟିବାୟୋଟିକ୍‌, ବି’ ରେ ୪୨ ପ୍ରକାର ଆନାଲଜେସିକ, ସି’ ରେ ୬ ପ୍ରକାର ଆଣ୍ଟି ମ୍ୟାଲେରିଆ, ଡି’ରେ ୨ ପ୍ରକାର କୃମି ଔଷଧ ଥିବା ତାଲିକାରେ ଦର୍ଶାଯାଇଛି। ସେହିପରି ଇ’ରେ ୭ ପ୍ରକାର ଥଣ୍ଡାକାଶ ଔଷଧ, ଏଫ୍‌’ରେ ୬ ପ୍ରକାର ଚର୍ମ, ଜି’ରେ ୭ ପ୍ରକାର ପେଟରୋଗ ସମ୍ପର୍କିତ, ଏଚ’ରେ ୩ ପ୍ରକାର ଝାଡ଼ା, ଆଇ’ରେ ୯ ପ୍ରକାର ଭିଟାମିନ୍‌ ମିନେରାଲ, ଜେ’ରେ ୭ ପ୍ରକାର ସ୍ନାୟୁ, କେ’ରେ ୫ ପ୍ରକାର ସର୍ଜିକାଲ ଔଷଧର ନାମ ତାଲିକାରେ ରହିଛି। ଏଲ୍‌’ରେ ୮ ପ୍ରକାର ଶ୍ୱାସ, ଏମ୍‌ରେ ୫ ପ୍ରକାର ପେଟ ବଥା, ଏନ୍‌’ରେ ୫ ପ୍ରକାର ଆଣ୍ଟି ଡାଇବେଟିକ୍‌, ଓ ରେ ୪ ପ୍ରକାର କୁଷ୍ଠ ରୋଗୀଙ୍କ ପାଇଁ ଔଷଧ ରହିଛି। ସେହିପରି ପିରେ ୬ ପ୍ରକାର ଆଖି, କ୍ୟୁରେ ୩ ପ୍ରକାର ରକ୍ତ ଶୂନ୍ୟତା ଓ ଆର୍‌ରେ ୩୩ ପ୍ରକାର ଅନ୍ୟାନ୍ୟ ଔଷଧ ରୋଗୀଙ୍କ ପାଇଁ ମେଡ଼ିକାଲରେ ଉପଲବ୍ଧ ହେବା କଥା। କିନ୍ତୁ ସେଥି ମଧ୍ୟରୁ ବହୁ ଔଷଧ ମିଳୁ ନ ଥିବା ରୋଗୀ ସମ୍ପର୍କୀୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୨୦୧୮ ସେପ୍ଟେମ୍ବର ୧୨ରେ ଶେଷ ଥର ପାଇଁ ମେଡିକାଲରେ କେଉଁ ଔଷଧ ମିଳୁଛି ତାହା ଅବଗତ କରାଯାଇଥିଲା। ହେଲେ ଏହା ପରେ ଆଉ ଏହି ଔଷଧ ଚିଠା ମେଡିକାଲ କର୍ତ୍ତୃପକ୍ଷ ପରିବର୍ତ୍ତନ ନ କରି କେବଳ ବ୍ୟାନର ମାରି କାମ ସାରିଦେଇଛନ୍ତି। ରୋଗୀ କଲ୍ୟାଣ ସମତି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଦାନ କରାଯାଇଥିବା ଔଷଧ ତାଲିକାରେ ହାତଗଣତି କେତେକ ଔଷଧକୁ ଛାଡ଼ିଦେଲେ ଅନ୍ୟ ଔଷଧ ସବୁ ଉପଲବ୍ଧ ବୋଲି ଦର୍ଶାଯାଇଛି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ମେଡ଼ିକାଲରେ ଥିବା ନିରାମୟ କେନ୍ଦ୍ରରେ କିଛି ହାତଗଣତି ଔଷଧ ମିଳୁଛି। ଫଳରେ ରୋଗୀମାନେ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ସୂଚନାଥାଉ କି, ୨୦୧୫ ମେ ୧ରେ ଜିଲା ଡାକ୍ତରଖାନାରେ ତତ୍‌କାଳୀନ ମନ୍ତ୍ରୀ ଡା. ଦାମୋଦର ରାଉତ ଔଷଧ ବିତରଣ କେନ୍ଦ୍ର ଉଦ୍‌ଘାଟନ କରିଥିଲେ। କେଉଁ ଔଷଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ରହିଛି ତାହା ସର୍ବସାଧାରଣଙ୍କୁ ସୂଚିତ କରାଯିବା ପାଇଁ ସେହି ସମୟରେ ସେଠାରେ ଏକ ତାଲିକା ଲଗାଯାଇଥିଲା। ଉପଲବ୍ଧ ଥିବା ଔଷଧ ପାର୍ଶ୍ୱରେ ଠିକ୍‌ ଚିହ୍ନ ମରାଯିବ ବୋଲି ସ୍ଥିର ହୋଇଥିଲା। ଏହା ମଧ୍ୟରେ ନିରାମୟ କେନ୍ଦ୍ର ଅନ୍ୟତ୍ର ଉଠିଯାଇଛି। କିନ୍ତୁ ନୂଆସ୍ଥାନରେ ଔଷଧ ସମ୍ପର୍କରେ କୌଣସି ତାଲିକା ମରାଯାଇ ନାହିଁ।
ଏ ନେଇ ମେଡିକାଲ ମ୍ୟାନେଜରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ନ ଲାଗିବାରୁ ମତାମତ ମିଳିପାରିନାହିଁ। ଏ ସମ୍ପର୍କରେ ମେଡିକାଲର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି, ମଙ୍ଗଳବାର ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ। କାହିଁକି ମେଡିକାଲରେ ନିରାମୟ ସୂଚନା ଫଳକକୁ ଅପ୍‌ଟେଡ କରାଯାଇନାହିଁ ସେ ସମ୍ପର୍କରେ ପଚାରିବୁଝିବେ ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri