ଅନିୟମିତତାରେ ଚାଲିଛି ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟ: ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ, ଜାଣିଶୁଣି କାର୍ଯ୍ୟାଳୟର ସିସି ଟିଭି କେମେରା ଅଚଳ

ଦେବଗଡ଼, ୧୨ା୧(ଡି.ଏନ.ଏ.) -ଦେବଗଡ଼ ସହର ପୁରୁଣାଗଡ କଲେଜ ରୋଡସ୍ଥିତ ଆର୍‌ଡବ୍ଲୁଏସ୍‌ଏସ୍‌ (ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ) ବିଭାଗର କାର୍ଯ୍ୟାଳୟ ଅନିୟମିତତାରେ ଚାଲିଛି। ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ। ଫଳରେ ପାନୀୟଜଳ ଯୋଗାଣ ସମସ୍ୟା ନେଇ ଲୋକେ ଆପତ୍ତି ଅଭିଯୋଗ କରିବାକୁ ଗଲେ କାହା ଦେଖା ପାଆନ୍ତି ନାହିଁ। ଜଳଯୋଗାଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିଲେ ମଧ୍ୟ ଲୋକେ କର୍ମଚାରୀଙ୍କ ଦେଖାପାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଲୋକେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିବାକୁ ଚାର୍ହିଲେ ମଧ୍ୟ ଦେଖାପାଆନ୍ତି ନାହିଁ। ସେ ମଧ୍ୟ ଠିକ ଅଫିସ୍‌ ଆସୁନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଖବର ନେବାରେ ଜଣାଯାଇଛି ଯେ, ଉକ୍ତ କାର୍ଯ୍ୟାଳୟର ମୁଖ୍ୟ ଠିକ୍‌ ଭାବେ ଆସୁ ନ ଥିବାରୁ ଇଛାଅନୁସାରେ ଚାଲିଛି ଅଫିସ। କେହି କେହି କର୍ମଚାରୀ ୩ ରୁ ୪ ଦିନରେ ଥରେ ଆସି ଉପସ୍ଥାନ ଦସ୍ତଖତ କରୁଥିବା ଜଣାପଡିଛି। ଫିଲ୍‌ଡ଼ କାମରେ ବାହାରକୁ ଯିବାକୁ ପଡ଼ୁ ଥିବାରୁ ଅଫିସ ଆସି ହେଉନାହିଁ ବୋଲି କେତେଜଣ କର୍ମଚାରୀ ବାହାନା କରୁଛନ୍ତି। ଏହି ଅଫିସର ସିସି ଟିଭି କେମେରା ଦୀର୍ଘମାସ ହେବ ବନ୍ଦ ହୋଇ ପଡିଛି। ଫଳରେ ଅନିୟମିତତା, ନିୟମିତ ଅଫିସ ନ ଆସିବାକୁ ଏହା ସୁଯୋଗ ସୃଷ୍ଟି କରୁଛି। ଏହା କେମିତି ଖରାପ ହେଲା, ଯଦି ଖରାପ ହେଲା ମରାମତି କଣ ପାଇଁ ହେଉ ନାହିଁ କି ଜାଣିଶୁଣି କି ବନ୍ଦ କରାଯାଇଛି ତାହା ତଦନ୍ତ କଲେ ପ୍ରକୃତ ରହସ୍ୟ ଜଣାପଡ଼ିବ। ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ସବୁ ବିଭାଗର ଅଧିକାରୀ ଉପସ୍ଥିତ ରହିବା କଥା। କିନ୍ତୁ ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗର ଅଧିକାରୀ ବହୁବାର ଅନୁପସ୍ଥିତ ରହୁଥିବା ଜଣାପଡିଛି। ଫଳରେ ବିଭାଗୀୟ ଏସ୍‌ଡିଓ ଉପସ୍ଥିତ ହୋଇ କାମ ଚଳାଇ ଦେଉଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଉକ୍ତ ଅଫିସରେ ବିଭିନ୍ନ ପ୍ରକଳ୍ପ ପାଇଁ ଲକ୍ଷାଧିକ ଟଙ୍କା ଆସୁଥିବାରୁ ଉକ୍ତ କାର୍ଯ୍ୟ ପାଇଁ ଠିକାଦାରଙ୍କଠାରୁ ମୋଟାଅଙ୍କର ପିସି କାରବାର ହେଉଥିବା ଅଭିଯୋଗ ହେଉଛି। ଫଳରେ ଜଳଯୋଗାଣ ପ୍ରକଳ୍ପ ନିମ୍ନମାନର ହେଉଛି। ଫଳରେ ପାଣି ଯୋଗାଣର ଅଳ୍ପ ଦିନ ପରେ ପ୍ରକଳ୍ପ ଅଚଳ ହୋଇପଡ଼ୁଛି। ବର୍ତ୍ତମାନ ଜିଲାର କେତେକ ପ୍ରକଳ୍ପ କାମ ଚାଲିଥିବା ବେଳେ କେତେକ ଅଚଳ ହୋଇପଡିଛି। ଏ ସମ୍ପର୍କରେ ଦେବଗଡ଼ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ଦାଶ କୁହନ୍ତି, ସେ ସବୁଦିନ ଅଫିସ ଆସୁଛନ୍ତି। ସିସି ଟିଭି କେମେରା ଖରାପ ହେବା କଥା ଜାଣିନାହାନ୍ତି। ଖରାପ ଥିଲେ ଠିକ କରାଯିବ ବୋଲି କହିଥିଲେ। ଏପଟେ ଏସ୍‌ଡିଓ ସତ୍ୟଜିତ ସାହୁ କହିଛନ୍ତି, ମୋତେ ଯେଉଁ ଦାୟୀତ୍ୱ ମିଳିଲେ କରିଥାଏ। ଜିଲାପାଳଙ୍କ ଜନଶୁଣାଣିକୁ ନିର୍ବାହୀ ଯନ୍ତ୍ରୀ ନ ଗଲେ ମୁଁ ଯାଇଥାଏ ବୋଲି କହିବା ସହ ସିସି କେମେରା ଠିକ କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟାଳୟ ସମ୍ପର୍କରେ ଓ ବିଭାଗ ପକ୍ଷରୁ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri