ଅନିଶ୍ଚିତତାରେ ସିଟି ବସ୍‌ଷ୍ଟାଣ୍ଡ ପୁନଃ ନିର୍ମାଣ

ବ୍ରହ୍ମପୁର ଅଫିସ,୯ା୧୨-ବ୍ରହ୍ମପୁର ସିଟି ବସଷ୍ଟାଣ୍ଡର ମରାମତି ତଥା ପୁନଃନିର୍ମାଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଗତ ୨୬ ତାରିଖରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବସଷ୍ଟାଣ୍ଡ ପରିସରର ବିଭିନ୍ନ ରାସ୍ତା ମରାମତି ପାଇଁ ଜେସିବି ଦ୍ୱାରା ଖୋଳାଯାଇଛି। ମାତ୍ର ଏହାର ଦୁଇ ସପ୍ତାହ ପରେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଅନ୍ୟପକ୍ଷରେ ବସଷ୍ଟାଣ୍ଡ ପରିସର ମୁଖ୍ୟରାସ୍ତାରେ ଅଯଥାରେ ଖୋଳାଯାଇଥିବା ଗର୍ତ୍ତ ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି । ପ୍ରସ୍ଥାନ ପଥରେ ଥିବା କାଓକାଚରକୁ ତରବରିଆ ଭାବେ ବିଡିଏ ଖୋଳି ଦେଇଥିବାରୁ ସେଠାରେ ଯାତ୍ରୀମାନେ ଜାଣି ନ ପାରି ପଡିଯାଇ ଆହତ ହେଉଛନ୍ତି । ଏହାସତ୍ତ୍ୱେ ବିଡିଏ ତଥା ପ୍ରଶାସନ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ କରା ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଯାତ୍ରୀମାନେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି। ବସଷ୍ଟାଣ୍ଡ ତଥା ସିଟି ବସଷ୍ଟାଣ୍ଡ ପୁନଃନିର୍ମାଣ ନିମନ୍ତେ ବସଷ୍ଟାଣ୍ଡ ଦୁଇ ମାସ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ବିଡିଏ ପକ୍ଷରୁ ଗତ ନଭେମ୍ବର ୨୬ ତାରିଖରେ ନୋଟିସ ଜାରି କରାଯାଇଥିଲା । ହଳଦିଆପଦରରୁ ସମସ୍ତ ଘରେଇ ବସ୍‌ ଚଳାଚଳ କରିବାକୁ ଉକ୍ତ ନୋଟିସରେ ଦର୍ଶାଯାଇଥିଲା । ଗଞ୍ଜାମ ଜିଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯିବା ଓ ବନ୍ଦ ଡାକରା ଦିଆଯାଇଥିଲା। ଏହାପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଏହି ସମସ୍ୟାର ସମାଧାନ ନିମନ୍ତେ ଜତ ୨୮ ତାରିଖରେ ଏକ ବୈଠକ ହୋଇଥିଲା। ବ୍ରହ୍ମପୁର ସିଟି ବସଷ୍ଟାଣ୍ଡକୁ ଅଧା ଅଞ୍ଚଳରୁ ବସ ଚଳାଚଳ କରିବା ସହ ଆଉ ଅଧା ଅଞ୍ଚଳରେ ବିଡିଏ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ଦୁଇ ସପ୍ତାହ ପରେ ବି ବିଡିଏ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ନ ଥିବା ବସ ମାଲିକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି ା ବୈଠକରେ ନିଷ୍ପତ୍ତି ପ୍ରକାରେ ବସ ମାଲିକ ସଂଘ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି ା ବସଷ୍ଟାଣ୍ଡରେ ପ୍ରତ୍ୟେକ ବସ ମାତ୍ର ଅଧଘଣ୍ଟାଏ ପାଇଁ ରହି ଗନ୍ତବ୍ୟସ୍ଥଳକୁ ଯାଉଛି ା ଏପରିକି ରାତ୍ରି ସମୟରେ ବସଷ୍ଟାଣ୍ଡ ପରିସରରେ କୌଣସି ଘରୋଇ ବସ ରହୁନାହିଁ। ଏହାସତ୍ତ୍ୱେ ବିଡିଏ ପକ୍ଷରୁ ମରାମତି କାର୍ଯ୍ୟ ଓ ଖୋଳାଯାଇଥିବା ଗର୍ତ୍ତ ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ବସ ମାଲିକ ସଂଘର ସଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି ା ବସ ମାଲିକଙ୍କ ବନ୍ଦ ପାଳନ ବେଳେ ବିଡିଏ ତଥା ପ୍ରଶାସନ ଜିଦ କରି ବସଷ୍ଟାଣ୍ଡ ପ୍ରସ୍ଥାନ ପଥ ସମେତ ବସଷ୍ଟାଣ୍ଡ ପରିସରର ବିଭିନ୍ନ ରାସ୍ତାରେ ଗଭୀର ଗର୍ତ୍ତ କରିଥିଲା ା କିନ୍ତୁ ବୈଠକରେ ସିଟି ବସଷ୍ଟାଣ୍ଡର ଅଧା ଅଞ୍ଚଳରୁ ବସ ଚଳାଚଳ ନେଇ ନିଷ୍ପତ୍ତି ପରେ ମଧ୍ୟ ଖୋଳା ଯାଇଥିବା ରାସ୍ତାର ମରାମତି ତଥା ଗର୍ତ୍ତ ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ସାଧାରଣ ସମ୍ପାଦକ ଅଭିଯୋଗ କରିଛନ୍ତି ା ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ଗର୍ତ୍ତ ପୂରଣ ଦିଗରେ ପଦକ୍ଷେପ ନେବାକୁ ବସ ମାଲିକ ସଂଘ ଦାବି କରିଛି ା
ନଚେତ ଆଗାମୀ ଦିନରେ ପୁଣି ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାଧାରଣ ସମ୍ପାଦକ ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ମହିଳାଙ୍କୁ ଯୌନ ଉତ୍ପୀଡନରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri