Posted inଖେଳ

ଅନିଶ୍ଚିତତାରେ ଗ୍ରାଣ୍ଡସ୍ଲାମ ଟେନିସ

ପ୍ୟାରିସ, ୧୯ା୩- ବିଶ୍ୱରେ କରୋନା ଭାଇରସ ମହାମାରୀ ରୂପ ନେଇଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ପ୍ରତିଯୋଗିତା ବାତିଲ ହୋଇଥିବାବେଳେ କେତେକ ସ୍ଥଗିତ ରହିଛି ଏବଂ ଆଉ କେତେକ ଟୁର୍ନାମେଣ୍ଟ ପାଇଁ ନୂଆ ତାରିଖ ଧାର୍ଯ୍ୟ କରାଯାଉଛି। ଏଥିରେ ଯୋଡ଼ି ହୋଇ ଯାଇଛି ଗ୍ରାଣ୍ଡସ୍ଲାମ ଟେନିସ। ସିଜନର ପ୍ରଥମ ଗ୍ରାଷ୍ଟସ୍ଲାମ ଅଷ୍ଟ୍ରେଲିଆନ ଓପନ ସଫଳତାର ସହ ସମ୍ପନ୍ନ ହୋଇଥିଲେ ହେଁ ଅବଶିଷ୍ଟ ୩ଟି ଗ୍ରାଣ୍ଡସ୍ଲାମ ଉପରେ ଅନିଶ୍ଚିତତାର କଳା ବାଦଲ ଛାଇ ହୋଇ ରହିଛି। ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ୍‌ ଓପନପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ୪ର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଘୁଞ୍ଚାଇବାକୁ ଯୋଜନା ହେଉଛି। ଓ୍ବିମ୍ବେଲଡନକୁ ଯଥା ସମୟରେ କରାଇବା ପାଇଁ ଆୟୋଜକମାନେ ଯଦିଓ ଚିନ୍ତା କରୁଛନ୍ତି ମାତ୍ର ଏହାକୁ ନେଇ ଆଶଙ୍କା ରହିଛି।

ଫ୍ରେଞ୍ଚ୍‌ ଓପନ୍‌
ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ କରିବା ଲାଗି ଚାମ୍ପିୟନଶପି୍‌ର ଆୟୋଜକମାନେ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ପ୍ରସ୍ତୁତି କାର୍ଯ୍ୟକୁ ଆଗେଇନେବା ସହଜ ନୁହେଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ତେବେ ଅନ୍ୟ ଗ୍ରାଣ୍ଡସ୍ଲାମ ଆୟୋଜନ ଉପରେ ଫେଞ୍ଚ୍‌ ଓପନ ସେପ୍ଟେମ୍ବରରେ ହୋଇ ପାରିବ କି ନାହିଁ ତାହା ସ୍ପଷ୍ଟ ହେବ।

ୟୁଏସ୍‌ ଓପନ୍‌
ଫ୍ରେଞ୍ଚ୍‌ ଓପନ ପରେ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଆୟୋଜନ ନେଇ ମଧ୍ୟ ଅନିଶ୍ଚିତତା ଦେଖା ଦେଇଛି। ଏପରିକି ଇଭେଣ୍ଟକୁ ଅଗଷ୍ଟ ଶେଷ ସପ୍ତାହକୁ ଘୁଞ୍ଚାଇବାକୁ ମଧ୍ୟ ଯୋଜନା ହେଉଛି। ଅନ୍ୟ ବଡ଼ ଟୁର୍ନାମେଣ୍ଟର ଆୟୋଜକ, ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେଶନ, ଏଟିପି ଓ ଡବ୍ଲ୍ୟଟିଏ ଟୁର୍‌ ସହ ଆଲୋଚନା ପରେ ହିଁ ତାରିଖ ଧାର୍ଯ୍ୟ ହୋଇପାରିବ ବୋଲି ୟୁଏସ୍‌ ଟେନିସ ଆସୋସିଏଶନ (ୟୁଏସ୍‌ଟିଏ)ପକ୍ଷରୁ କୁହାଯାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏକତରଫା ନିଆଯାଇପାରିବ ନାହିଁ ବୋଲି ୟୁଏସ୍‌ଟିଏ ପକ୍ଷରୁ ବିବୃତିରେ କୁହାଯାଇଛି। ପ୍ରକୃତରେ ୟୁଏସ୍‌ ଓପନ ନ୍ୟୁୟର୍କର ଫ୍ଲଶିଂ ମିଡୋସଠାରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ହେବାର ଥିଲା। ଏହାକୁ ଗୋଟିଏ ସପ୍ତାହ ଘୁଞ୍ଚାଇ ଦିଆଯାଇପାରେ। ୟୁଏସ୍‌ଟିଏ ପକ୍ଷରୁ ଚଳିତ ବର୍ଷର ୟୁଏସ୍‌ ଓପନ ଆୟୋଜନ ପାଇଁ ଯୋଜନା ଚାଲିଛିି। ଏବେ କୌଣସି ପରିବର୍ତ୍ତନ ଲାଗି ସମୟ ଆସିନାହିଁ। ଆମେ ସମସ୍ତ ବିକଳ୍ପ ଓ ସମ୍ଭାବନା ଉପରେ ନଜର ରଖିଛୁ ବୋଲି ୟୁଏସ୍‌ଟିଏ ପକ୍ଷରୁ କୁହାଯାଇଛି।
ଓ୍ବିମ୍ବେଲଡ଼ନ ଓପନ
କରୋନା ଆତଙ୍କ ସତ୍ତ୍ୱେ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମକୁ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବାକୁ ଆୟୋଜକ ଯୋଜନା କରୁଛନ୍ତି। ଓ୍ବିମ୍ବେଲଡ଼ନ ଜୁନ ୨୯ରୁ ଆରମ୍ଭ ହୋଇ ଜୁଲାଇ ୧୨ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଯଦି ଭାଇରସ୍‌ର ସଂକ୍ରମଣରେ ମନ୍ଥରତା ଦେଖାଯାଏ ତା’ହେଲେ ଓ୍ବିମ୍ବେଲଡନ ନିର୍ଦ୍ଧାରିତ ସମୟରେ ଆୟୋଜନ କରାଯାଇପାରିବ ବୋଲି ଆୟୋଜକମାନେ ଆଶା ରଖିଛନ୍ତି। ତେବେ ସର୍ବସାଧାରଣଙ୍କ ନିରାପତ୍ତାକୁ ଅଗ୍ରାଧିକାର ଦିଆଯାବ ବୋଲି ଅଲ ଇଂଲଣ୍ଡ ଲନ୍‌ ଟେନିସ୍‌ ଓ କ୍ରୋକ୍ୱେଟ କ୍ଲବ ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡ ଲୁଓ୍ବିସ୍‌ ସ୍ପଷ୍ଟ କରିଛନ୍ତି। ସର୍ବସାଧାଣଙ୍କ ସମେତ ଆମର ସଦସ୍ୟ, ଷ୍ଟାଫ୍‌ଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯିବ। ସବୁ ଦୃଷ୍ଟିକୋଣରୁ ବିଚାର କରି ଆମେ ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri