ଅନଫିଟ୍‌ ଗାଡ଼ିରେ ଛାତ୍ରୀଛାତ୍ର ପରିବହନ; କଟକଣା ମାନୁନାହାନ୍ତି କର୍ତ୍ତୃପକ୍ଷ

କଟକ ଅଫିସ, ୧୧।୭: ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ସମୟରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛି। ପାଠ ପଢିବାକୁ ଆସିଥିବା ପିଲାଙ୍କ ଜୀବନ ରାସ୍ତାରେ ଅକାଳରେ ଚାଲିଯାଉଛି। ମାତ୍ର ଏଭଳି ଅଘଟଣକୁ ରୋକିବା ପାଇଁ ସରକାରଙ୍କ ଉଦ୍ୟମ ବିଫଳ ହେଉଛି। ଯାହାର ପ୍ରମାଣ କଟକରୁ ଦେଖିବାକୁ ମିଳିଛି। ଗତ ଜୁନ୍‌ ୨୬ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛାତ୍ରୀଛାତ୍ରଙ୍କୁ ପରିବହନ କରୁଥିବା ଗାଡ଼ିଗୁଡ଼ିକର ତନଖି କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ, କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲାର ୨୫୩ଟି ସ୍କୁଲର ଗାଡ଼ିକୁ ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୪୫ଟି ଗାଡ଼ି ଛାତ୍ରୀଛାତ୍ର ପରିବହନ କରିବାକୁ ଅଯୋଗ୍ୟ ଥିବା ଜଣାପଡ଼ିଛି। ଏପରି କି ଜିଲାର ଅନେକ ନାମକରା ଘରୋଇ ସ୍କୁଲଗୁଡ଼ିକର ଗାଡ଼ି ଏହି ଅଯୋଗ୍ୟ ତାଲିକାରେ ସାମିଲ ଅଛି। କେଉଁ ଗାଡ଼ିର ପରିମିଟ୍‌ ନାହିଁ ତ ଆଉ କାହାର ଇନ୍‌ସ୍ୟୁରାନ୍ସ ନ ଥିବା ଜଣାପଡ଼ିଛି। ସେହିପରି କାହାର ପଲ୍ୟୁଶନ ପ୍ରମାଣପତ୍ର ନ ଥିବାବେଳେ କିଏ ଟିକସ ଫାଙ୍କି ଚଳାଚଳ କରୁଥିବା ଯାଞ୍ଚରୁ ଜଣାପଡ଼ିଛି। ମୁଖ୍ୟତଃ ୨୦୧୬ରେ ପ୍ରଣୟନ କରାଯାଇଥିବା ସ୍କୁଲବସ୍‌ ପଲିସିକୁ ଏହି ଗାଡ଼ିଗୁଡ଼ିକ ଅନୁପାଳନ କରି ନ ଥିବା କଟକ ମୋଟରଯାନ ନିରୀକ୍ଷକ ରଶ୍ମିରଞ୍ଜିତ ଦଳବେହେରା କହିଛନ୍ତି। ଉପରୋକ୍ତ ଗାଡ଼ିଗୁଡ଼ିକର ଭିସିଆର୍‌ (ଭେହିକିଲ ଚେକ୍‌ ରିପୋର୍ଟ) କରାଯାଇ ଜରିମାନା ବ୍ୟବସ୍ଥା କରାଯାଇଥିବା ଦଳବେହେରା କହିଛନ୍ତି। ସୂଚନାଥାଉ କି, ୨୦୧୬ ସ୍କୁଲ ବସ୍‌ ପଲିସି ଅନୁଯାୟୀ, ସ୍କୁଲ ଛାତ୍ରୀଛାତ୍ରଙ୍କୁ ପରିବହନ କ୍ଷେତ୍ରରେ ନିୟୋଜିତ ଗାଡ଼ିଗୁଡ଼ିକ ନିମନ୍ତେ କେତେକ ନିୟମ ପ୍ରଣୟନ କରାଯାଇଥିଲା। ତଦନୁୁଯାୟୀ ମୁଖ୍ୟତଃ ଗାଡ଼ିଗୁଡ଼ିକର ସୁରକ୍ଷା ଦିଗରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଯଥା ଗାଡ଼ିରେ ସ୍ପିଡ୍‌ ଗଭର୍ଣ୍ଣରକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଜିପିଏସ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କୁହାଯାଇଥିଲା। ସେହିପରି ଅଗ୍ନିଜନିତ ଦୁର୍ଘଟଣା ନିମନ୍ତେ ଫାୟାର ଏଷ୍ଟିଂଗୁଇସର, ଗାଡ଼ିର ଡୋର ଖୋଲା ରହିଲେ ବଜର୍‌ ସାଉଣ୍ଡ, ସିଟ୍‌ ତଳେ ବ୍ୟାଗ ରଖିବା ପାଇଁ ବ୍ୟବସ୍ଥା ଓ ଗାଡ଼ିର ଝରକା ପାଖରେ ହରିଜେଣ୍ଟାଲ ଗ୍ରୀଲ୍‌ ଲଗାଇବାକୁ କୁହାଯାଇଥିଲା। ମାତ୍ର ଯାଞ୍ଚ ସମୟରେ ଏହି ଗାଡ଼ିଗୁଡ଼ିକ ଉପରୋକ୍ତ ନିୟମଗୁଡ଼ିକ ମଧ୍ୟରୁ ଅଧିକାଂଶ ନିୟମକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। କଟକ ଜିଲାରେ ସ୍କୁଲଗାଡ଼ି ଦୁର୍ଘଟଣା ଘଟି ପୂର୍ବରୁ ୨ ଜଣ ପିଲାଙ୍କ ଜୀବନହାନି ଘଟିଛି। ୨୦୧୪ ଡିସେମ୍ବରରେ ନିଶ୍ଚିନ୍ତକୋଇଲି ନିକଟସ୍ଥ ଅସୁଲପୁର ନିକଟରେ ଏକ ସ୍କୁଲଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ଜଣ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୧୦ ଜଣ ପିଲା ଆହତ ହୋଇଥିଲେ। ଜିଲାରେ ଏଭଳି ଅଘଟଣ ଘଟିଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷମାନେ ଏଥିପ୍ରତି ସଚେତନ ନ ହେବା ଅଧିକ ଚିନ୍ତାର କାରଣ ହୋଇଛି। ତେବେ ଏହି ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ଅଧିକ କଡାକଡି କରାଯିବ ବୋଲି କଟକ ଆଞ୍ଚଳିକ ପରିବହନ ଅଧିକାରୀ ଦିପ୍ତୀରଞ୍ଜନ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri