Posted inଜାତୀୟ

ମହାକାଶ ଅଭିଯାନ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟ, ଶୁକ୍ର ଓ ମଙ୍ଗଳ ଉପରେ ଭାରତର ନଜର

ନୂଆଦିଲ୍ଲୀ,୧୧।୭: ଭାରତ ପକ୍ଷରୁ ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ପାଇଁ ଯୋଜନା ଜାରି ରହିଛି। ଜୁଲାଇ ୧୪-୧୫ରେ ଏହାର ଉତ୍‌କ୍ଷେପଣ କରାଯିବ। ତେବେ ଏହାପରେ ଭାରତ ସୂର୍ଯ୍ୟ, ଶୁକ୍ର ଏବଂ ମଙ୍ଗଳ ମିଶନ ଆରମ୍ଭ କରିବ। ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ଭାରତ ଏହି ମିଶନରେ ସଫଳ ହେବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ୨୦୨୦ରେ ଭାରତ ଚନ୍ଦ୍ରାୟନ-୩ ଉତ୍‌କ୍ଷେପଣ କରିବାକୁ ଯୋଜନା ରଖିଛି। ସେହିପରି ୨୦୨୦ ଶେଷ ସୁଦ୍ଧା ଭାରତର ସୂର୍ଯ୍ୟ ମିଶନ ଅନ୍ତର୍ଗତ ଆଦିତ୍ୟ-ଏଲ୍‌-୧ ଉତ୍‌କ୍ଷେପଣ କରିବ। ୪ ଶହ କିଲୋଗ୍ରାମ୍‌ ବିଶିଷ୍ଟ ଆଦିତ୍ୟ ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ହେଲୋ ଅର୍ବିଟ୍‌ର ଲଙ୍ଗାଜ୍‌-୧ ବିନ୍ଦୁ ନିକଟରେ ଅବସ୍ଥାନ କରିବ। ଭାରତ ୨୦୧୨-୧୩ରୁ ସୂର୍ଯ୍ୟ ମିଶନ ଉପରେ କାର୍ଯ୍ୟ ଜାରି ରଖିଛି। ୨୦୨୨ରେ ଭାରତ ଗଗନୟାନ ମିଶନ ଆରମ୍ଭ କରିବ। ଏହାପୂର୍ବରୁ ୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁଲାଇରେ ଭାରତ ମାନବ ବିହୀନ ଗଗନୟାନ ଉତ୍‌କ୍ଷେପଣ କରିବ। ସେହିପରି ୨୦୨୧ରେ ଇସ୍ରୋ ଏବଂ ନାସା ମିଳିତ ଭାବେ ନିସାର ଆର୍ଥ ଅବଜରଭେସନ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବାର ଯୋଜନା ରହିଛି। ଏଥିରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୩ରେ ଭାରତ ଶୁକ୍ର ମିଶନ ଅନ୍ତର୍ଗତ ଶୁକ୍ରାୟନ ଉତ୍‌କ୍ଷେପଣ କରିବ। ସେହିପରି ୨୦୨୨-୨୩ରେ ଭାରତ ପକ୍ଷରୁ ମଙ୍ଗଳାୟନ-୨ର ଉତ୍‌କ୍ଷେପଣ କରିବ। ଏହା ମଙ୍ଗଳ ଭୂପୃଷ୍ଠରେ ଅବତରଣ କରିବ। ୨୦୨୫ରେ ଭାରତ ଅବତାର ମିଶନ ଉପରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପନ୍ନ କରିବ। ଏହି ପ୍ରକଳ୍ପରେ ଡିଆର୍‌ଡିଓ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଏହି ମିଶନ ଅନ୍ତର୍ଗତ କଲାମୟାନ୍‌ରେ ଯାତ୍ରୀଙ୍କୁ ମହାକାଶ ଭ୍ରମଣ କରାଯିବାର ଯୋଜନା ରହିଛି। ସେହିପରି ୨୦୨୫ ଶେଷସୁଦ୍ଧା ମହାକାଶରେ ଦୁଇ ମହାକାଶ ଯାନକୁ ଯୋଡ଼ାଯିବା କାର୍ଯ୍ୟ ସମ୍ପନ୍ନ କରିବାକୁ ଭାରତ ଅଣ୍ଟା ଭିଡ଼ିଛି। ଏହି ମିଶନକୁ ସ୍ପେଡେକ୍ସ୍‌ ଭାବେ ନାମିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଆନ୍ଦୋଳନରେ ଫାଟ! ଦାବି ପ୍ରତ୍ୟାହାର କରିନେଲେ ସୋନମ ୱାଙ୍ଗଚୁକ, CJP ରଖିଲା ୨ ସର୍ତ୍ତ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା CJP ଆନ୍ଦୋଳନରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଟ (NEET) ପେପର ଲିକ୍‌ ମାମଲାରେ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri