Posted inଜାତୀୟ

ମହାକାଶ ଅଭିଯାନ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟ, ଶୁକ୍ର ଓ ମଙ୍ଗଳ ଉପରେ ଭାରତର ନଜର

ନୂଆଦିଲ୍ଲୀ,୧୧।୭: ଭାରତ ପକ୍ଷରୁ ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ପାଇଁ ଯୋଜନା ଜାରି ରହିଛି। ଜୁଲାଇ ୧୪-୧୫ରେ ଏହାର ଉତ୍‌କ୍ଷେପଣ କରାଯିବ। ତେବେ ଏହାପରେ ଭାରତ ସୂର୍ଯ୍ୟ, ଶୁକ୍ର ଏବଂ ମଙ୍ଗଳ ମିଶନ ଆରମ୍ଭ କରିବ। ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ଭାରତ ଏହି ମିଶନରେ ସଫଳ ହେବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ୨୦୨୦ରେ ଭାରତ ଚନ୍ଦ୍ରାୟନ-୩ ଉତ୍‌କ୍ଷେପଣ କରିବାକୁ ଯୋଜନା ରଖିଛି। ସେହିପରି ୨୦୨୦ ଶେଷ ସୁଦ୍ଧା ଭାରତର ସୂର୍ଯ୍ୟ ମିଶନ ଅନ୍ତର୍ଗତ ଆଦିତ୍ୟ-ଏଲ୍‌-୧ ଉତ୍‌କ୍ଷେପଣ କରିବ। ୪ ଶହ କିଲୋଗ୍ରାମ୍‌ ବିଶିଷ୍ଟ ଆଦିତ୍ୟ ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ହେଲୋ ଅର୍ବିଟ୍‌ର ଲଙ୍ଗାଜ୍‌-୧ ବିନ୍ଦୁ ନିକଟରେ ଅବସ୍ଥାନ କରିବ। ଭାରତ ୨୦୧୨-୧୩ରୁ ସୂର୍ଯ୍ୟ ମିଶନ ଉପରେ କାର୍ଯ୍ୟ ଜାରି ରଖିଛି। ୨୦୨୨ରେ ଭାରତ ଗଗନୟାନ ମିଶନ ଆରମ୍ଭ କରିବ। ଏହାପୂର୍ବରୁ ୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁଲାଇରେ ଭାରତ ମାନବ ବିହୀନ ଗଗନୟାନ ଉତ୍‌କ୍ଷେପଣ କରିବ। ସେହିପରି ୨୦୨୧ରେ ଇସ୍ରୋ ଏବଂ ନାସା ମିଳିତ ଭାବେ ନିସାର ଆର୍ଥ ଅବଜରଭେସନ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବାର ଯୋଜନା ରହିଛି। ଏଥିରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୩ରେ ଭାରତ ଶୁକ୍ର ମିଶନ ଅନ୍ତର୍ଗତ ଶୁକ୍ରାୟନ ଉତ୍‌କ୍ଷେପଣ କରିବ। ସେହିପରି ୨୦୨୨-୨୩ରେ ଭାରତ ପକ୍ଷରୁ ମଙ୍ଗଳାୟନ-୨ର ଉତ୍‌କ୍ଷେପଣ କରିବ। ଏହା ମଙ୍ଗଳ ଭୂପୃଷ୍ଠରେ ଅବତରଣ କରିବ। ୨୦୨୫ରେ ଭାରତ ଅବତାର ମିଶନ ଉପରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପନ୍ନ କରିବ। ଏହି ପ୍ରକଳ୍ପରେ ଡିଆର୍‌ଡିଓ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଏହି ମିଶନ ଅନ୍ତର୍ଗତ କଲାମୟାନ୍‌ରେ ଯାତ୍ରୀଙ୍କୁ ମହାକାଶ ଭ୍ରମଣ କରାଯିବାର ଯୋଜନା ରହିଛି। ସେହିପରି ୨୦୨୫ ଶେଷସୁଦ୍ଧା ମହାକାଶରେ ଦୁଇ ମହାକାଶ ଯାନକୁ ଯୋଡ଼ାଯିବା କାର୍ଯ୍ୟ ସମ୍ପନ୍ନ କରିବାକୁ ଭାରତ ଅଣ୍ଟା ଭିଡ଼ିଛି। ଏହି ମିଶନକୁ ସ୍ପେଡେକ୍ସ୍‌ ଭାବେ ନାମିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri