ବ୍ରହ୍ମପୁର ଅଫିସ,୪ା୭-ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ ସରିଛି। ଖଲ୍ଲିକୋଟ ବ୍ଲକର ଜୋନ ନଂ.୧୧ରୁ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିରୁ ନିର୍ବାଚିତ ସଦସ୍ୟା ସୋନମ ପଲେଇ ନିଦ୍ୱନ୍ଦ୍ୱରେ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି।
ଅନ୍ୟପକ୍ଷରେ ଜିଲା ପରିଷଦ ଇତିହାସରେ ଦୁଇ ମହିଳା ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ହେବା ଦ୍ୱିତୀୟ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଅତୀତରେ ଜିଲା ବୋର୍ଡ ଥିଲା। ବହୁ ବର୍ଷ ପରେ ୧୯୯୭ରେ ଜିଲା ପରିଷଦ ନିର୍ବାଚନ ହୋଇଥିଲା। ସମୁଦାୟ ୬୯ ଜୋନରେ ତତ୍କାଳୀନ ଜନତା ଦଳ, କଂଗ୍ରେସ, ଭାଜପା ଓ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ପରିଷଦ ସଭ୍ୟା, ସଭ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ସଂଖ୍ୟା ଗରିଷ୍ଠ ଥିବା କଂଗ୍ରେସରେ ଗୋଷ୍ଠୀ କନ୍ଦଳ ହେବାରୁ ସେତେବେଳେ ଜନତା ଦଳ, ଭାଜପା ଓ କମ୍ୟୁନିଷ୍ଟ ଏକାଠି ହୋଇଥିଲେ।
ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ରାଜ୍ୟ ସଭା ସଦସ୍ୟ ହେବା ପୂର୍ବରୁ ରେଣୁବାଳା ପ୍ରଧାନ ପରିଷଦର ଅଧ୍ୟକ୍ଷା ଏବଂ ମେଣ୍ଟ ଧର୍ମ ପ୍ରକାରେ ଭାଜପାରୁ ନିର୍ବାଚିତ ସ୍ବର୍ଗୀୟା ଧରାକୋଟ ରାଣୀ ଶାନ୍ତି ଦେବୀ ଉପାଧ୍ୟକ୍ଷା ହୋଇଥିଲେ। ଦୁଇ ମହିଳା ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ହେବା ଏହା ପ୍ରଥମ। ଅନ୍ୟପକ୍ଷରେ ଗଞ୍ଜାମରେ ଦୁଇ ଲୋକ ସଭା କ୍ଷେତ୍ର ଥିବାରୁ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭରୁ ଭାଗବଣ୍ଟା ନୀତି ପ୍ରଚଳିତ ହେଉଛି। ବ୍ରହ୍ମପୁର କ୍ଷେତ୍ରରୁ ଅଧ୍ୟକ୍ଷ ହେଲେ ଆସିକା କ୍ଷେତ୍ରରୁ ହେଉଥିଲେ ଉପାଧ୍ୟକ୍ଷା। ଏହା ୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ବଳବତ୍ତର ଥିଲା। ଗତ ନିର୍ବାଚନରେ ବ୍ରହ୍ମପୁର କ୍ଷେତ୍ରର ଛତ୍ରପୁର ବ୍ଲକ ୧୯ନଂ ଜୋନରୁ ସଦସ୍ୟ ନିର୍ବାଚିତ ହୋଇଥିବା ବିଜେଡିର ସୁବାସ ଚନ୍ଦ୍ର ବେହେରା ଅଧ୍ୟକ୍ଷ ହୋଇଥିବା ବେଳେ ଆସିକା ଲୋକ ସଭା କ୍ଷେତ୍ରର ପୁରୁଷୋତ୍ତମପୁର ବ୍ଲକର ଜୋନ ନଂ. ୩୬ରୁ ଜିତିଥିବା ସ୍ନେହଲତା ପଣ୍ଡା ଉପାଧ୍ୟକ୍ଷା ହୋଇଛନ୍ତି।
ସୁବାସ ଛତ୍ରପୁର ବିଧାୟକ ନିର୍ବାଚିତ ହେବାରୁ ଅଧ୍ୟକ୍ଷ ଓ ୧୯ନଂ ଜୋନ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ।
ତେଣୁ ଅଧ୍ୟକ୍ଷ ପଦ ପାଇଁ ଉପ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦ ପୁରୁଷଙ୍କ ପାଇଁ ଉର୍ଦ୍ଦିିଷ୍ଟ ଥିବାରୁ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଶେଷ ମୁହୂର୍ତ୍ତରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କାର୍ଡ ଖେଳି ସୋନମ ପଲେଇଙ୍କୁ ମନୋନୀତ କରିବାରୁ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଆସିକା ଲୋକ ସଭା କ୍ଷେତ୍ରରୁ ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ହୋଇଥିବାରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପ୍ରତି ଅଣଦେଖା ପ୍ରଥମଥର କରାଯାଇଛି। ଖୋଲାଖୋଲି କୁହାଯାଉ ନ ଥିଲେ ମଧ୍ୟ ବ୍ରହ୍ମପୁର କ୍ଷେତ୍ରରୁ ପରିଷଦକୁ ନିର୍ବାଚିତ ବିଜେଡି ସଦସ୍ୟା ଓ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଆସିକା ସଂସଦୀୟ କ୍ଷେତ୍ରକୁ ବିଜେଡି ସଭାପତି ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଗ୍ରାମାଞ୍ଚଳର ଜଣେ ମହିଳା ପ୍ରମିଳା ବିଷୋୟୀଙ୍କୁ ଏମ୍ପି କରାଯାଇଥିବା ବେଳେ କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଆସିକାରୁ ମଞ୍ଜୁଳା ସ୍ବାଇଁ ଓ ଖଲ୍ଲିିକୋଟ ନିର୍ବାଚନ ମଣ୍ଡଳୀରୁ ସୂର୍ଯ୍ୟମଣି ବୈଦ୍ୟ ଏହି ୩ ମହିଳା ବିଧାୟିକା ହୋଇଛନ୍ତି।
ଏବେ ପୁଣି ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳର ଦୁଇ ମହିଳା ଜିଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ହୋଇଛନ୍ତି। ୨୦୧୩ ପୌର ନିର୍ବାଚନରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି)ରେ ଦୁଇ ମହିଳା ମେୟର ଓ ଡେପୁଟି ମେୟର ହୋଇଥିଲେ। ବ୍ରହ୍ମପୁର ପୌର ସଂସ୍ଥା ଇତିହାସରେ ମଧ୍ୟ ଏହା ପ୍ରଥମ ଘଟଣା ହୋଇଥିଲା।
ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…
ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...
ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ
ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...
ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…
ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...
ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା ସଦର ମହକୁମାକୁ ନୂଆବର୍ଷର ଭେଟି
ଛତ୍ରପୁର,୨୮।୧୨(ଦିଲ୍ଲୀପ ସାମଲ): ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି...
ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍
ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି...
Archives


