ବ୍ରହ୍ମପୁର ଅଫିସ,୪ା୭-ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ ସରିଛି। ଖଲ୍ଲିକୋଟ ବ୍ଲକର ଜୋନ ନଂ.୧୧ରୁ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିରୁ ନିର୍ବାଚିତ ସଦସ୍ୟା ସୋନମ ପଲେଇ ନିଦ୍ୱନ୍ଦ୍ୱରେ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି।
ଅନ୍ୟପକ୍ଷରେ ଜିଲା ପରିଷଦ ଇତିହାସରେ ଦୁଇ ମହିଳା ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ହେବା ଦ୍ୱିତୀୟ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଅତୀତରେ ଜିଲା ବୋର୍ଡ ଥିଲା। ବହୁ ବର୍ଷ ପରେ ୧୯୯୭ରେ ଜିଲା ପରିଷଦ ନିର୍ବାଚନ ହୋଇଥିଲା। ସମୁଦାୟ ୬୯ ଜୋନରେ ତତ୍କାଳୀନ ଜନତା ଦଳ, କଂଗ୍ରେସ, ଭାଜପା ଓ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ପରିଷଦ ସଭ୍ୟା, ସଭ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ସଂଖ୍ୟା ଗରିଷ୍ଠ ଥିବା କଂଗ୍ରେସରେ ଗୋଷ୍ଠୀ କନ୍ଦଳ ହେବାରୁ ସେତେବେଳେ ଜନତା ଦଳ, ଭାଜପା ଓ କମ୍ୟୁନିଷ୍ଟ ଏକାଠି ହୋଇଥିଲେ।
ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ରାଜ୍ୟ ସଭା ସଦସ୍ୟ ହେବା ପୂର୍ବରୁ ରେଣୁବାଳା ପ୍ରଧାନ ପରିଷଦର ଅଧ୍ୟକ୍ଷା ଏବଂ ମେଣ୍ଟ ଧର୍ମ ପ୍ରକାରେ ଭାଜପାରୁ ନିର୍ବାଚିତ ସ୍ବର୍ଗୀୟା ଧରାକୋଟ ରାଣୀ ଶାନ୍ତି ଦେବୀ ଉପାଧ୍ୟକ୍ଷା ହୋଇଥିଲେ। ଦୁଇ ମହିଳା ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ହେବା ଏହା ପ୍ରଥମ। ଅନ୍ୟପକ୍ଷରେ ଗଞ୍ଜାମରେ ଦୁଇ ଲୋକ ସଭା କ୍ଷେତ୍ର ଥିବାରୁ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭରୁ ଭାଗବଣ୍ଟା ନୀତି ପ୍ରଚଳିତ ହେଉଛି। ବ୍ରହ୍ମପୁର କ୍ଷେତ୍ରରୁ ଅଧ୍ୟକ୍ଷ ହେଲେ ଆସିକା କ୍ଷେତ୍ରରୁ ହେଉଥିଲେ ଉପାଧ୍ୟକ୍ଷା। ଏହା ୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ବଳବତ୍ତର ଥିଲା। ଗତ ନିର୍ବାଚନରେ ବ୍ରହ୍ମପୁର କ୍ଷେତ୍ରର ଛତ୍ରପୁର ବ୍ଲକ ୧୯ନଂ ଜୋନରୁ ସଦସ୍ୟ ନିର୍ବାଚିତ ହୋଇଥିବା ବିଜେଡିର ସୁବାସ ଚନ୍ଦ୍ର ବେହେରା ଅଧ୍ୟକ୍ଷ ହୋଇଥିବା ବେଳେ ଆସିକା ଲୋକ ସଭା କ୍ଷେତ୍ରର ପୁରୁଷୋତ୍ତମପୁର ବ୍ଲକର ଜୋନ ନଂ. ୩୬ରୁ ଜିତିଥିବା ସ୍ନେହଲତା ପଣ୍ଡା ଉପାଧ୍ୟକ୍ଷା ହୋଇଛନ୍ତି।
ସୁବାସ ଛତ୍ରପୁର ବିଧାୟକ ନିର୍ବାଚିତ ହେବାରୁ ଅଧ୍ୟକ୍ଷ ଓ ୧୯ନଂ ଜୋନ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ।
ତେଣୁ ଅଧ୍ୟକ୍ଷ ପଦ ପାଇଁ ଉପ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦ ପୁରୁଷଙ୍କ ପାଇଁ ଉର୍ଦ୍ଦିିଷ୍ଟ ଥିବାରୁ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଶେଷ ମୁହୂର୍ତ୍ତରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କାର୍ଡ ଖେଳି ସୋନମ ପଲେଇଙ୍କୁ ମନୋନୀତ କରିବାରୁ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଆସିକା ଲୋକ ସଭା କ୍ଷେତ୍ରରୁ ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ହୋଇଥିବାରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପ୍ରତି ଅଣଦେଖା ପ୍ରଥମଥର କରାଯାଇଛି। ଖୋଲାଖୋଲି କୁହାଯାଉ ନ ଥିଲେ ମଧ୍ୟ ବ୍ରହ୍ମପୁର କ୍ଷେତ୍ରରୁ ପରିଷଦକୁ ନିର୍ବାଚିତ ବିଜେଡି ସଦସ୍ୟା ଓ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଆସିକା ସଂସଦୀୟ କ୍ଷେତ୍ରକୁ ବିଜେଡି ସଭାପତି ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଗ୍ରାମାଞ୍ଚଳର ଜଣେ ମହିଳା ପ୍ରମିଳା ବିଷୋୟୀଙ୍କୁ ଏମ୍ପି କରାଯାଇଥିବା ବେଳେ କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଆସିକାରୁ ମଞ୍ଜୁଳା ସ୍ବାଇଁ ଓ ଖଲ୍ଲିିକୋଟ ନିର୍ବାଚନ ମଣ୍ଡଳୀରୁ ସୂର୍ଯ୍ୟମଣି ବୈଦ୍ୟ ଏହି ୩ ମହିଳା ବିଧାୟିକା ହୋଇଛନ୍ତି।
ଏବେ ପୁଣି ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳର ଦୁଇ ମହିଳା ଜିଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ହୋଇଛନ୍ତି। ୨୦୧୩ ପୌର ନିର୍ବାଚନରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି)ରେ ଦୁଇ ମହିଳା ମେୟର ଓ ଡେପୁଟି ମେୟର ହୋଇଥିଲେ। ବ୍ରହ୍ମପୁର ପୌର ସଂସ୍ଥା ଇତିହାସରେ ମଧ୍ୟ ଏହା ପ୍ରଥମ ଘଟଣା ହୋଇଥିଲା।
ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…
ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…
ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍
ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…
ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ
ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…
ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…
ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…
ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ
ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…
ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ
ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…
ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…
ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…
ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…
ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…
Archives

