ଅଧାରେ ଅଟକିଛି ଅରଡେଇ ପୋଲ କାମ

କେନ୍ଦୁଝର, ୩୧ା୫(ଡି.ଏନ୍‌.ଏ.)-ଭିତ୍ତିପ୍ରସ୍ତର ସ୍ଥାପନକୁ ଅଢେଇବର୍ଷ ହୋଇଗଲାଣି। କିନ୍ତୁ ଜାମୁଡିହା-ବିସ୍ତାପାଳ ରାସ୍ତାର ଅରଡେଇ ନଦୀ ଉପରେ ପୋଲ କାମ ଅଧା ବି ହୋଇନାହିଁ। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ଏଠାରେ ଏକ ନିଚା ପୋଲ ଥିଲା। ଫଳରେ ଜାମୁଡିହା-ବିସ୍ତାପାଳ ରାସ୍ତାରେ ବର୍ଷାଦିନେ ଯାତାୟତ କରିବା ଲୋକଙ୍କ ପାଇଁ କାଠିକର ପାଠ ହେଉଥିଲା। ଲୋକଙ୍କ ଗମନାଗମନ ସମସ୍ୟାକୁ ଆଖି ଆଗରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏଠାରେ ଉଚ୍ଚ ତଳ ସେତୁ ନିର୍ମାଣ ପାଇଁ ବ୍ୟୟବରାଦ କରାଗଲା।
ଏହି କାମର ଟେଣ୍ଡର କରାଯାଇ ୨/୧୧/୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ଏମ୍‌ପି ଶକୁନ୍ତଳା ଲାଗୁରୀ ଏବଂ ବିଧାୟକ ଅଭିରାମ ନାଏକଙ୍କ ସଦୟ ଉପସ୍ଥିତି ରହିଥିଲା। ବର୍ତ୍ତମାନ ସେତୁ କାମର ପ୍ରାୟ ୧୦ଭାଗ କାର୍ଯ୍ୟ ହୋଇଥିବାବେଳେ ଧାର୍ଯ୍ୟ ସମୟରେ ଏହାର ସମ୍ପୂର୍ଣ୍ଣୀକରଣ ନେଇ ଆଶଙ୍କା ବ୍ୟକ୍ତ କରାଯାଉଛି। ଅନେକ ସ୍ଥାନରେ ଠିକା କମ୍ପାନୀମାନେ ପୋଲ କାମ ପାଇଁ ଟେଣ୍ଡର ପକାଇ କାମ ହାତେଇବା ପରେ ବିଳମ୍ବରେ କାମ ଆରମ୍ଭ କରିବା ଯୋଗୁଁ ଧାର୍ଯ୍ୟ ସମୟ ମଧ୍ୟରେ କାମ ସରିପାରୁନାହିଁ। ସେହିପରି ଜାମୁଡିହା-ବିସ୍ତାପାଳ ରାସ୍ତାର ଅରଡେଇ ନଦୀ ଉପରେ ପୋଲ କାମ ଧାର୍ଯ୍ୟ ସମୟରେ ସରିପାରିବ ନାହିଁ ବୋଲି କୁହାଯାଉଛି। ଗ୍ରୀଷ୍ମଋତୁରେ ମଧ୍ୟ ପୋଲ କାମ ଯେତିକି ତ୍ୱରାନ୍ବିତ ହେବା କଥା ସେତିକି ହୋଇପାରୁନାହିଁ। ତେଣୁ ଲୋକେ ଏଠାରେ ଗମନାଗମନ ପାଇଁ ଆଉ କେତେବର୍ଷ ଅସୁବିଧାର ସମ୍ମୁଖୀନ ହେବେ ତାହା ବୁଝାପଡୁନାହିଁ। ଠିକା କମ୍ପାନୀ ଗୋଟିଏ ପିଲର କାମ ଆରମ୍ଭ କରି ମାଟି ଉପର ପର୍ଯ୍ୟନ୍ତ ଆସିଥିବାବେଳେ ଆଉ ଗୋଟିଏ ପିଲର କାମ ମାଟିରୁ ଉଠିନାହିଁ। ଅନ୍ୟ ପିଲାର କାମ ପାଇଁ କୌଣସି କାମ ହୋଇନାହିଁ। ତେଣୁ ଏହି ପୋଲ କାମ କେବେ ସରିବ ଏବଂ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ କେବେ ଏହାର ସୁବିଧା ପାଇବେ ତାହା କହି ହେଉନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟକୁ ତ୍ୱରାନ୍ବିତ ନ କଲେ ସ୍ଥାନୀୟ ଜନସାଧାରଣଙ୍କ ଆକ୍ରୋଶର କାରଣ ସାଜିବ ବୋଲି କୁହାଯାଉଛି। ଏସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରମାକାନ୍ତ ଦୁବେଙ୍କୁ ବିଳମ୍ବର କାରଣ ପଚାରିବାରୁ ଜଣେ କଣ୍ଟ୍ରାକ୍ଟର ହଠାତ କାମ ଛାଡ଼ି ପଳାଇବାରୁ ନୂଆ ଟେଣ୍ଡର କରାଯାଇ ଏହି ପୋଲ କାମ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri