ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି: ସ୍ବୟଂଶାସିତ ମାନ୍ୟତା ହରାଇବ ଢେଙ୍କାନାଳ କଲେଜ

ଢେଙ୍କାନାଳ ଅଫିସ, ୨୬।୧୦ – ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ରାଜ୍ୟ ସରକାର ସମସ୍ୟାକୁ ଅଣଦେଖା କରି ଚାଲିଛନ୍ତି। ଫଳରେ ସ୍ବୟଂଶାସିତ ମାନ୍ୟତା ହରାଇବାକୁ ବସିଛି ଏହି ପୁରାତନ କଲେଜ। ଏ ନେଇ ନୂଆଦିଲ୍ଲୀସ୍ଥିତ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ଷ୍ଟାଣ୍ଡିଂ କମିଟି ଗତ ସପ୍ତାହରେ ପତ୍ର ମାଧ୍ୟମରେ କଲେଜ ଅଧ୍ୟକ୍ଷାଙ୍କୁ ଅବଗତ କରାଇଛି। ଏହାକୁ ନେଇ ଛାତ୍ରୀଛାତ୍ର, ପୁରାତନ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଜିଲାର ମେଧାବୀ ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷାର ସ୍ବପ୍ନ ପୂରଣ କରିବାକୁ ୧୯୫୯ରେ ପ୍ରତିଷ୍ଠା ହୋଇଥିଲା ଢେଙ୍କାନାଳ କଲେଜ। କିଛିଦିନ ପରେ ଏହାକୁ ମିଳିଲା ସରକାରୀ ମାନ୍ୟତା। ୨୦୦୨ରେ ଏହାକୁ ସ୍ବୟଂଶାସିତ କରିଦିଆଗଲା। ଏବେ କଲେଜରେ ଯୁକ୍ତ ୩ ଡିଗ୍ରୀରେ ୨୦୦୦ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେହିପରି ବାଣିଜ୍ୟ, ଇତିହାସ, ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ରହିଛି। ଏହାକୁ ବାଦ୍‌ଦେଲେ ପିପିପି ମୋଡରେ ଏମ୍‌ବିଏ ପାଠ୍ୟକ୍ରମ ମଧ୍ୟ ଚାଲିଛି।
୨୦୧୮ ନଭେମ୍ବର ୨ ଏବଂ ୩ରେ ୟୁଜିସି ଷ୍ଟାଣ୍ଡିଂ କମିଟିର ଏକ ପ୍ରତିନିଧି ଦଳ ସ୍ବୟଂଶାସିତ ମାନ୍ୟତା ନବୀକରଣ ପାଇଁ କଲେଜ ପରିଦର୍ଶନରେ ଆସିଥିଲେ। ଉକ୍ତ ସମୟରେ କଲେଜର ପରିବେଶ, ପ୍ରଚଳିତ ବିଭିନ୍ନ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ, ଭିତ୍ତିଭୂମିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ସ୍ଥାୟୀ ଅଧ୍ୟାପକ ପଦବୀ ପୂରଣ, ଆବଶ୍ୟକତା ଅନୁଯାୟୀ ନନ୍‌ ଟିଚିଂ ଷ୍ଟାଫ୍‌ ନିଯୁକ୍ତି, ସ୍ମାର୍ଟକ୍ଲାସ୍‌ ପରିଚାଳନା, ପିପିପି ମୋଡ୍‌ରେ ଚାଲିଥିବା ପାଠ୍ୟକ୍ରମଗୁଡ଼ିକୁ କଲେଜ କର୍ତ୍ତୃପକ୍ଷ ପରିଚାଳନା କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ପ୍ରତିନିଧି ଦଳର ସଦସ୍ୟ ପରାମର୍ଶ ଦେଇଥିଲେ। ଅଧ୍ୟାପକ ପଦବୀ ପୂରଣ କରିବାକୁ କଲେଜ ପକ୍ଷରୁ ବାରମ୍ବାର ରାଜ୍ୟ ସରକାର ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏମ୍‌ପି, ବିଧାୟକଙ୍କୁ ଅବଗତ ମଧ୍ୟ କରାଯାଇଥିଲା। ତଥାପି ଏ ନେଇ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଗଲା ନାହିଁ। ଏବେ କଲେଜରେ ୬୦ ଅଧ୍ୟାପକ ରହିବା ସ୍ଥାନରେ ମାତ୍ର ୨୬ଜଣ ସ୍ଥାୟୀ ଅଧ୍ୟାପକ ଅଛନ୍ତି। ଠିକାରେ ଅଧ୍ୟାପକଙ୍କୁ ଆଣି ପାଠ ପଢ଼ାଯାଉଛି। ଯେନତେନ ପ୍ରକାରେ ସ୍ମାର୍ଟକ୍ଲାସ ମଧ୍ୟ ଆରମ୍ଭ ହୋଇଛି। ହେଲେ ସରକାରଙ୍କ ଉଦାସୀନତାରୁ ରାଜ୍ୟର ଅନ୍ୟତମ ପ୍ରମୁଖ କଲେଜ ସ୍ବୟଂଶାସିତ ମାନ୍ୟତା ହରାଇବାକୁ ବସିଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଶିକ୍ଷାବିତ୍‌ମାନେ ଦାବି କରିଛନ୍ତି।
ଏ ନେଇ ଅଧ୍ୟକ୍ଷା ଡ. ରଶ୍ମି ମିଶ୍ର କୁହନ୍ତି, ସପ୍ତାହେ ହେଲା ୟୁଜିସି ପକ୍ଷରୁ ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାର ସମ୍ପର୍କରେ ଏକ ପତ୍ର ହସ୍ତଗତ ହୋଇଛି। ଅଧ୍ୟାପକ ପଦବୀ ପୂରଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଲେଖାଯାଇଛି। ସ୍ମାର୍ଟକ୍ଲାସ ମଧ୍ୟ ଆରମ୍ଭ ହୋଇଛି। ଏହାର ସମାଧାନ ଲାଗି ସେ ଭୁବନେଶ୍ୱର ଆସିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

୩୨୬ ଏମ୍‌ପି, ୧୪ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୧୮ା୮(ପି.ଟି.): ଲୋକ ସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ୨୫୧ ଜଣ ଏବଂ ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବା…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ଆକ୍ରମଣ: ୨ ମୃତ

ଲଣ୍ଡନ, ୧୮।୮: ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri