ଅତୀତକୁ ଝୁରୁଛି ଶିବମାହାରା

ଆରଡ଼ି,୧୭।୩(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବାବା ଆଖଣ୍ଡଳମଣି ମନ୍ଦିରର ମାହାତ୍ମ୍ୟ ସର୍ବଜନବିଦିତ। ମନ୍ଦିର ବେଢ଼ାକୁ ଲାଗି ରହିଥିବା ପୁଷ୍କରିଣୀ ପୀଠର ଶୋଭାବର୍ଦ୍ଧନ କରୁଛି। ଭକ୍ତମାନେ ଏହାର ଜଳକୁ ପବିତ୍ରତାର ପ୍ରତୀକ ଭାବେ ଗ୍ରହଣ କରିଥାନ୍ତି। ଏଥିରେ ଆଖଣ୍ଡଳମଣିଙ୍କ ସ୍ନାନ ଓ ପୂଜାର୍ଚ୍ଚନା କାର୍ଯ୍ୟ ହୋଇଥାଏ। ଭକ୍ତମାନେ ପୁଷ୍କରିଣୀରେ ସ୍ନାନ କରି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି। ଆରଡ଼ି ପୀଠର ଅନତି ଦୂରରେ ପୁଣ୍ୟତୋୟା ବୈତରଣୀ ଓ ସାଳନ୍ଦୀ ମିଳିତ ହୋଇ ପ୍ରାୟ ୩୦ କି.ମି. ଦୂରରେ ବଙ୍ଗୋପସାଗରରେ ମିଶିଛନ୍ତି। ସମୁଦ୍ରରେ ଜୁଆର ଉଠିଲେ ବୈତରଣୀର ଜଳରାଶି ଫୁଲି ଉଠି ‘ଶିବମାହାରା’ ନାଳ ଦେଇ ଆଖଣ୍ଡଳମଣି ମନ୍ଦିର ସଂଲଗ୍ନ ପୁଷ୍କରିଣୀରେ ମିଶିଥାଏ। ଏଭଳି ଜଳ ପ୍ରବାହ ଯୋଗୁ ପୁଷ୍କରିଣୀ ଜଳ ଶୁଦ୍ଧ ଓ ସ୍ବଚ୍ଛ ରହୁଥିଲା। କାଳକ୍ରମେ ମାହାରା ଓ ପୁଷ୍କରିଣୀ ପୋତି ହୋଇ ପଡ଼ିବାରୁ ଏହାର ଜଳ ପ୍ରଦୂଷିତ ହୋଇଥିଲା। ଆରଡ଼ି ପୀଠର ବିକାଶ ଯୋଜନାରେ ୨୦୧୫ରେ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରି ବର୍ଷକ ତଳେ ପୋଖରୀ ଖନନ ଶେଷ କରାଯାଇଛି। କିନ୍ତୁ ଶିବମାହାରା ଖୋଳା ଯାଇ ନ ଥିବାରୁ ଏଥିରେ ନଦୀ ଜଳର ପ୍ରବାହ ହୋଇପାରୁ ନାହିଁ। ପୁଷ୍କରିଣୀକୁ ସଂଯୋଗ କରିଥିବା ମାହାରା ପ୍ରବେଶ ପଥରେ ପୋଲ ତିଆରି ବେଳେ ନିମ୍ନଭାଗକୁ ଅଧିକ ଉଚ୍ଚ କରାଯିବାରୁ ଜଳ ପ୍ରବାହରେ ବାଧା ସୃଷ୍ଟି କରୁଛି। ବୈତରଣୀ ଓ ଶିବମାହାରା ସଂଯୋଗସ୍ଥଳ ନିକଟରେ କେତୋଟି ଚିଙ୍ଗୁଡ଼ିଘେରି ଗଢ଼ି ଉଠିବାରୁ ତାହା ମାହାରା ଜଳରାଶିକୁ ଅଧିକ ଦୂଷିତ କରୁଛି। ଆରଡ଼ି ପୀଠର ସର୍ବାଙ୍ଗୀନ ବିକାଶ ଲାଗି ପ୍ରସ୍ତୁତ ମାଷ୍ଟରପ୍ଲାନ କରାଯିବା ସତ୍ତ୍ୱେ ଶିବମାହାରା ଅସୁରକ୍ଷିତ ଅବସ୍ଥାରେ ରହି ଯେମିତି ଅତୀତକୁ ଝୁରି ହେଉଛି। ସ୍ଥାନୀୟ ଅଞ୍ଚଳବାସୀ ଓ ଆରଡ଼ିକୁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରଦୂଷିତ ଶିବମାହାରା ଓ ମନ୍ଦିର ପୁଷ୍କରିଣୀକୁ ଦେଖି କ୍ଷୋଭ ପ୍ରକାଶ କରୁଛନ୍ତି।
ପ୍ରାୟ ୩୫୦ବର୍ଷ ପୂର୍ବେ ଆରଡ଼ି ପୀଠରେ ପ୍ରଭୁଙ୍କର ଅଭ୍ୟୁଦୟ ହୋଇଥିବା କୁହାଯାଏ। ଏହାର ପ୍ରାୟ ଶହେବର୍ଷ ପରେ କନିକାର ତତ୍କାଳୀନ ମହାରାଜା ହରିହର ଭଞ୍ଜ ବାବାଙ୍କ ସ୍ନାନ କାର୍ଯ୍ୟ ପାଇଁ ଉକ୍ତ ପୁଷ୍କରିଣୀ ଖୋଳାଇଥିଲେ। ପୁଷ୍କରିଣୀକୁ ପ୍ରତ୍ୟହ ବୈତରଣୀ ଜଳ ଅଣାଯିବାକୁ ଦୀର୍ଘ ୧ କି.ମି. ଦୂରତା ବିଶିଷ୍ଟ ଶିବମାହାରା ଖୋଳାଯାଇଥିଲା। ଏହାର ଓସାର ୧୫ ଫୁଟ ଓ ଗଭୀରତା ପ୍ରାୟ ୫ଫୁଟ ରହିଥିଲା। ସମୟକ୍ରମେ ଏହି ନାଳ ଓ ପୁଷ୍କରିଣୀ ପୋତି ହୋଇ ପଡ଼ିବାରୁ ଏହାର ପୁନରୁଦ୍ଧାର ଯୋଜନା କରାଯାଇଥିଲେ ବି କେବଳ ପୁଷ୍କରିଣୀ ଖନନରେ କାର୍ଯ୍ୟ ସୀମିତ ରହିଛି। ଜିଲା ପ୍ରଶାସନ ପ୍ରତିବର୍ଷ ଡ୍ରେନେଜ ବିଭାଗକୁ ମାହାରା ଖନନ ପାଇଁ ପରାମର୍ଶ ଦେଉଥିଲେ ବି ତାହା କାର୍ଯ୍ୟକାରୀ ହେଉନାହିଁ। ବର୍ତ୍ତମାନ କେବଳ ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ତିଥିରେ ଅଧିକ ଜୁଆର ଆସିଲେ ମାତ୍ର ୫ରୁ ୬ଥର ନଦୀ ଜଳ ଅଳ୍ପ ପରିମାଣରେ ପୁଷ୍କରିଣୀକୁ ଆସୁଛି। ଶିବମାହାରାକୁ ଲାଗି ଗଢ଼ିଉଠିଥିବା ଚିଙ୍ଗୁଡ଼ି ଘେରିର ଦୂଷିତ ଜଳ ମାହାରା ଜଳରେ ମିଶୁଥିବାରୁ ଏହା ଆଖଣ୍ଡଳମଣିଙ୍କ ପବିତ୍ର ପୁଷ୍କରିଣୀକୁ ଅଧିକ ପ୍ରଦୂଷିତ କରୁଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ଶିବମାହାରା ଦେଇ ନଦୀଜଳ କିପରି ପୁଷ୍କରିଣୀକୁ ପ୍ରବେଶ କରିପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଥିବା ସାମାଜିକ କର୍ମୀ ସରୋଜ ଦାସ କହିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ମାହାରା ଖନନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଭଦ୍ରକ ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ପୀତାମ୍ବର ସାମଲଙ୍କୁ ପଚାରିବାରୁ କହିଛନ୍ତି, ଆଖଣ୍ଡଳମଣି ପୀଠର ବିକାଶ ପାଇଁ ମାଷ୍ଟରପ୍ଲାନ ଅନୁଯାୟୀ ଶୀଘ୍ର ମାହାରା ଖନନ କରାଯିବ। ଚିଙ୍ଗୁଡ଼ି ଘେରିର ବିଷାକ୍ତ ଜଳ ମାହାରାକୁ ଯଦି ପ୍ରବେଶ କରୁଥିବ ତାହାକୁ ବନ୍ଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ମୃତଦେହ ଗାଁକୁ ଫେରାଇ ଆଣିବା ପାଇଁ ଡିଏଲ୍‌ଓଙ୍କୁ ଭେଟିଲେ ପରିବାରବର୍ଗ

ଛତ୍ରପୁର,୫ା୧୧(ଦିଲ୍ଲୀପ ସାମଲ): କେରଳରେ ସଡ଼କ ଦୁର୍ଘଟଣାରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଝରପୋଖରୀ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଗ୍ରାମର ଜଗବନ୍ଧୁ ଦାସଙ୍କ…

ବରିଷ୍ଠ ଅଧିକାରୀଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି…

ଛତ୍ରପୁର,୫ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟ ସମୟରେ ଗଞ୍ଜାମ ଜିଲାବାସୀଙ୍କୁ ବିପଦରୁ ଉଦ୍ଧାର, ଥଇଥାନ ଓ ରିଲିଫ ଯୋଗାଣ ପାଇଁ ପ୍ରଶାସନିକ ଅଧିକାରୀ ଓ…

ଯୋଗାଣ ବିଭାଗର ଚଢ଼ାଉ: ଯାତ୍ରୀବାହୀ ବସ୍‌ରୁ ଜବତ ହେଲା ଗ୍ୟାସ ଭର୍ତ୍ତି ସିଲିଣ୍ଡର

ବସ୍ତା,୫ା୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଗାନ୍ଧୀ ଛକଠାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି। ଏହି ଚଢ଼ାଉରେ ବାଲିଆପାଳରୁ…

ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗର ଦାୟିତ୍ୱ

ଭୁବନେଶ୍ୱର,୫ା୧୧: ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଗତିଶୀଳ ଏବଂ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁବାର ଏକ ବଡ଼ଧରଣର ଆଇଏଏସ୍ ସ୍ତରୀୟ ଅଦଳବଦଳ କରିଛନ୍ତି। ବିଭିନ୍ନ…

ଏବେ ବି ବିପଦମୁକ୍ତ ହୋଇନି କରଡ଼ା ଘାଟି, ମରାମତି ଦାବି କରି…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ମାଲାଗୁଡ଼ାଠାରେ କଲଭର୍ଟ ଧୋଇ ହୋଇଯିବା ଫଳରେ ରାଇକିଆ-କରଡ଼ା ରାସ୍ତାରେ…

ଯୁକ୍ତ୨ ନାମଲେଖା: ତୃତୀୟ ପର୍ଯ୍ୟାୟରେ ୧୦,୧୫୮ ଛାତ୍ରୀଛାତ୍ର ମନୋନୀତ

ଭୁବନେଶ୍ୱର,୫ା୧୧(ସୁଚିସ୍ମିତା ସାହୁ): ଯୁକ୍ତ୨ ନାମଲେଖାର ତୃତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ୧୦,୧୫୮ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧୦,୫୦୨ଜଣ ଆବେଦନ କରିଥିଲେ। ଚୟନ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ମାସକୁ ମିଳିବ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି, କିଏ ପାଇବେ ଜାଣନ୍ତୁ

ଭୁବନେଶ୍ୱର, ୫।୧୧(ସୁନିତ୍‌ ମିଶ୍ର): ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି। ସେମାନେ ଏଣିକି…

କୋଟିଆରେ ଆନ୍ଧ୍ର ନିର୍ବାଚନ: ନିଜ ସୀମାରେ ବୁଥ୍‌ କଲା ଆନ୍ଧ୍ର

ପଟ୍ଟାଙ୍ଗି, ୫।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମ ନେରେଡ଼ିବାଲସାରେ ବୁଧବାର ଓଡ଼ିଶାର ୩ପ୍ରମୁଖ ରାଜନୈତିକ ଦଳର କର୍ମୀ ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?